ଯୋଗ-ଆୟୁର୍ବେଦର ଅନୁସନ୍ଧାନ କ୍ଷେତ୍ରରେ ପତଞ୍ଜଳି ଶ୍ରେଷ୍ଠ

ନୂଆଦିଲ୍ଲୀ,୧୪।୧୦: ୟୁନାଇଟେଡ୍‌ ନେସନ ବା ୟୁଏନ୍‌-ଏସ୍‌ଡିଜି ପୁରସ୍କାରପ୍ରାପ୍ତ ଆଚାର୍ଯ୍ୟ ବାଲ୍‌କ୍ରିଷ୍ଣାଙ୍କୁ ଆଉ ଏକ ସମ୍ମାନ ଓ ମାନ୍ୟତା ଦିଆଯାଇଛି। ଏପରିକି ଷ୍ଟାନ୍‌ଫୋର୍ଡ ୟୁନିଭର୍ସିଟି ଏବଂ ଏଲ୍‌ସେଭିଅର ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି, ଆଚାର୍ଯ୍ୟ ବାଲ୍‌କ୍ରିଷ୍ଣା ବିଶ୍ୱର ଶ୍ରେଷ୍ଠ ୨% ବୈଜ୍ଞାନିକ ତାଲିକାରେ ସାମିଲ ହୋଇଛନ୍ତି। ଆମେରିକାର ପ୍ରମୁଖ ଶିକ୍ଷାନୁଷ୍ଠାନ ଷ୍ଟାନ୍‌ଫୋର୍ଡ ୟୁନିଭର୍ସିଟିର ପ୍ରଫେସର ଜନ୍‌ ପିଏ ଲୋନ୍‌ନାଡିସ ଓ ତାଙ୍କ ଦଳ ଏବଂ ୟୁରୋପୀୟ ପବର୍‌ଲସର ଏଲସେଭିଅରର ମିଳିତ ସହଯୋଗରେ ଏହି ତାଲିକା ପ୍ରକାଶ କରାଯାଇଛି। ବିଶେଷକରି ଏହା ଆୟୁର୍ବେଦ ଏବଂ ଯୋଗ ଉପରେ ବୈଜ୍ଞାନିକ ଅନୁସନ୍ଧାନର ଏକ ଅଦୃଶ୍ୟ ବିଶ୍ୱସ୍ତରୀୟ ସ୍ବୀକୃତି ବୋଲି କୁହାଯାଇଛି। ଏହା ପ୍ରକୃତରେ ସମଗ୍ର ପତଞ୍ଜଳି ପରିବାର ପାଇଁ ଗର୍ବ ଏବଂ ସମ୍ମାନର ମୁହୂର୍ତ୍ତ, ଆଚାର୍ଯ୍ୟ ବାଲ୍‌କ୍ରିଷ୍ଣାଙ୍କ ପାଇଁ ପ୍ରାଚୀନ ଭାରତୀୟ ବିଜ୍ଞାନ ପାଇଁ ଏହା ବିଶ୍ୱ ମାନ୍ୟତା ଆଣିଦେଇଛି ବୋଲି କୁହାଯାଇଛି। ଏ ସମ୍ପର୍କରେ ଆଚାର୍ଯ୍ୟ ବାଲ୍‌କ୍ରିଷ୍ଣା କହିଛନ୍ତି, ତାଙ୍କ ଦଳର ଉତ୍ସର୍ଗୀକୃତ ଏବଂ ପରିଶ୍ରମକୁ ସେ ସ୍ବୀକାର କରିଛନ୍ତି। ଏପରିକି ପତଞ୍ଜଳି ପ୍ରତିଷ୍ଠାନରେ କାର୍ଯ୍ୟ କରୁଥିବା ୫୦୦ରୁ ଅଧିକ ବୈଜ୍ଞାନିକଙ୍କ ନିରନ୍ତର ପ୍ରଚେଷ୍ଟା ପାଇଁ ଏହା ସମ୍ଭବ ହୋଇପାରିଛି। ସେହିଭଳି ଆୟୁର୍ବେଦିକ ନୀତି ପଛରେ ରହିଥିତ୍ବା ଯୁକ୍ତିଯୁକ୍ତ ବିଭିନ୍ନ ଗବେଷଣାଭିତ୍ତିକ କାର୍ଯ୍ୟଗୁଡ଼ିକ ବିଭିନ୍ନ ସ୍ତରରେ ଉଚ୍ଚ ପ୍ରଶଂସିତ ସହ ଅନ୍ତର୍ଜାତୀୟ ପତ୍ରିକାଗୁଡ଼ିକରେ ମଧ୍ୟ ଉଭୟ ପ୍ରକାଶ ଓ ସମୀକ୍ଷା ମଧ୍ୟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri