ଯୋଗ-ଆୟୁର୍ବେଦର ଅନୁସନ୍ଧାନ କ୍ଷେତ୍ରରେ ପତଞ୍ଜଳି ଶ୍ରେଷ୍ଠ

ନୂଆଦିଲ୍ଲୀ,୧୪।୧୦: ୟୁନାଇଟେଡ୍‌ ନେସନ ବା ୟୁଏନ୍‌-ଏସ୍‌ଡିଜି ପୁରସ୍କାରପ୍ରାପ୍ତ ଆଚାର୍ଯ୍ୟ ବାଲ୍‌କ୍ରିଷ୍ଣାଙ୍କୁ ଆଉ ଏକ ସମ୍ମାନ ଓ ମାନ୍ୟତା ଦିଆଯାଇଛି। ଏପରିକି ଷ୍ଟାନ୍‌ଫୋର୍ଡ ୟୁନିଭର୍ସିଟି ଏବଂ ଏଲ୍‌ସେଭିଅର ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି, ଆଚାର୍ଯ୍ୟ ବାଲ୍‌କ୍ରିଷ୍ଣା ବିଶ୍ୱର ଶ୍ରେଷ୍ଠ ୨% ବୈଜ୍ଞାନିକ ତାଲିକାରେ ସାମିଲ ହୋଇଛନ୍ତି। ଆମେରିକାର ପ୍ରମୁଖ ଶିକ୍ଷାନୁଷ୍ଠାନ ଷ୍ଟାନ୍‌ଫୋର୍ଡ ୟୁନିଭର୍ସିଟିର ପ୍ରଫେସର ଜନ୍‌ ପିଏ ଲୋନ୍‌ନାଡିସ ଓ ତାଙ୍କ ଦଳ ଏବଂ ୟୁରୋପୀୟ ପବର୍‌ଲସର ଏଲସେଭିଅରର ମିଳିତ ସହଯୋଗରେ ଏହି ତାଲିକା ପ୍ରକାଶ କରାଯାଇଛି। ବିଶେଷକରି ଏହା ଆୟୁର୍ବେଦ ଏବଂ ଯୋଗ ଉପରେ ବୈଜ୍ଞାନିକ ଅନୁସନ୍ଧାନର ଏକ ଅଦୃଶ୍ୟ ବିଶ୍ୱସ୍ତରୀୟ ସ୍ବୀକୃତି ବୋଲି କୁହାଯାଇଛି। ଏହା ପ୍ରକୃତରେ ସମଗ୍ର ପତଞ୍ଜଳି ପରିବାର ପାଇଁ ଗର୍ବ ଏବଂ ସମ୍ମାନର ମୁହୂର୍ତ୍ତ, ଆଚାର୍ଯ୍ୟ ବାଲ୍‌କ୍ରିଷ୍ଣାଙ୍କ ପାଇଁ ପ୍ରାଚୀନ ଭାରତୀୟ ବିଜ୍ଞାନ ପାଇଁ ଏହା ବିଶ୍ୱ ମାନ୍ୟତା ଆଣିଦେଇଛି ବୋଲି କୁହାଯାଇଛି। ଏ ସମ୍ପର୍କରେ ଆଚାର୍ଯ୍ୟ ବାଲ୍‌କ୍ରିଷ୍ଣା କହିଛନ୍ତି, ତାଙ୍କ ଦଳର ଉତ୍ସର୍ଗୀକୃତ ଏବଂ ପରିଶ୍ରମକୁ ସେ ସ୍ବୀକାର କରିଛନ୍ତି। ଏପରିକି ପତଞ୍ଜଳି ପ୍ରତିଷ୍ଠାନରେ କାର୍ଯ୍ୟ କରୁଥିବା ୫୦୦ରୁ ଅଧିକ ବୈଜ୍ଞାନିକଙ୍କ ନିରନ୍ତର ପ୍ରଚେଷ୍ଟା ପାଇଁ ଏହା ସମ୍ଭବ ହୋଇପାରିଛି। ସେହିଭଳି ଆୟୁର୍ବେଦିକ ନୀତି ପଛରେ ରହିଥିତ୍ବା ଯୁକ୍ତିଯୁକ୍ତ ବିଭିନ୍ନ ଗବେଷଣାଭିତ୍ତିକ କାର୍ଯ୍ୟଗୁଡ଼ିକ ବିଭିନ୍ନ ସ୍ତରରେ ଉଚ୍ଚ ପ୍ରଶଂସିତ ସହ ଅନ୍ତର୍ଜାତୀୟ ପତ୍ରିକାଗୁଡ଼ିକରେ ମଧ୍ୟ ଉଭୟ ପ୍ରକାଶ ଓ ସମୀକ୍ଷା ମଧ୍ୟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୩୦ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି; ୭.୩ ଟ୍ରିଲିୟନ ଡଲାରରେ ପହଞ୍ଚିବ GDP

ବେଙ୍ଗାଲୁରୁ,୨୯।୧୨: ଭାରତୀୟ ଅର୍ଥନୀତି ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। ସୋମବାର ଜାରି ହୋଇଥିବା ଏକ ସରକାରୀ ବିବୃତ୍ତି ଅନୁଯାୟୀ, ୪.୧୮ ଟ୍ରିଲିୟନ ଡଲାର GDP...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri