Advertisement
Posted inଖେଳ

କେକେଆର୍‌କୁ ଝଟ୍‌କା: ଆଇପିଏଲ୍‌ ୨୦୨୩ରେ ଖେଳିବାକୁ ମନା କରିଦେଲେ ଏହି ଅଷ୍ଟ୍ରେଲିୟ କ୍ରିକେଟର

ମେଲବୋର୍ନ,୧୫।୧୧: ଆଇପିଏଲ୍‌ର ଆଗାମୀ ସିଜିନ୍‌ରେ ଖେଳିବେ ନାହିଁ ଅଷ୍ଟ୍ରେଲିଆର ଟେଷ୍ଟ ଏବଂ ଦିନିକିଆ ଅଧିନାୟକ ପ୍ୟାଟ୍‌ କମିନ୍ସ। ଅନ୍ତର୍ଜାତୀୟ କ୍ରିକେଟ କାର୍ଯ୍ୟସୂଚୀ ଯୋଗୁ ସେ ଏଭଳି ନିଷ୍ପତ୍ତି ନେଇଥିବା ମଙ୍ଗଳବାର ସମସ୍ତଙ୍କୁ ଜଣାଇଛନ୍ତି।
କମିନ୍ସ ଟୁଇଟ୍‌ କରି କହିଛନ୍ତି, ମୁଁ ଆସନ୍ତା ବର୍ଷ ଆଇପିଏଲ୍‌ ନ ଖେଳିବାର କଠିନ ନିଷ୍ପତ୍ତି ନେଇଛି। ଅନ୍ତର୍ଜାତୀୟ କ୍ରିକେଟ କାର୍ଯ୍ୟସୂଚୀ ବହୁତ ବ୍ୟସ୍ତ ଏବଂ ଆସନ୍ତା ୧୨ ମାସରେ ଅନେକ ଟେଷ୍ଟ ଏବଂ ଦିନିକିଆ ଖେଳାଯିବ। ମୁଁ ବିଶ୍ୱକପ୍‌ ଏବଂ ଆଶେସ୍‌ ସିରିଜ ପୂର୍ବରୁ ବିଶ୍ରାମ ନେବି। ପରିସ୍ଥିିତିକୁ ବୁଝିଥିବାରୁ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ଧନ୍ୟବାଦ। ଏତେ ଭଲ ଟିମ୍‌ ଅଟେ। ଆଶା କରୁଛି ଶୀଘ୍ର ଫେରିବି ।

ପ୍ରକାଶ ଯେ, ୨୦୧୫ରେ ଆଇପିଏଲ୍‌ ଡେବ୍ୟୁ କରିଥିଲେ କମିନ୍ସ। ସେ ଟୁର୍ନାମେଣ୍ଟରେ ଏଯାବତ ୪୨ ମ୍ୟାଚ୍‌ ଖେଳିଛନ୍ତି। ଗତ ସିଜିନରେ ସେ ୫ ମ୍ୟାଚ୍‌ରେ ୧୦ ରନ୍‌ କରିଥିଲେ। ଏହାଛଡ଼ା ୭ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୯୮୩ ବିଶ୍ବକପ୍‌ ହିରୋ ଯଶପାଲଙ୍କ ଜୀବନର ବଡ଼ ଦୁଃଖ

ନୂଆଦିଲ୍ଲୀ,୧୩।୭: ପୂର୍ବତନ ଭାରତୀୟ କ୍ରିକେଟର ତଥା ୧୯୮୩ ବିଶ୍ୱକପ୍‌ ଚାମ୍ପିୟନ ଦଳର ସଦସ୍ୟ ଯଶପାଲ ଶର୍ମାଙ୍କ ମଙ୍ଗଳବାର ମୃତ୍ୟୁ ଘଟିଛି। ୧୯୮୩ ବିଶ୍ବକପ୍‌ ଏହି ହିରୋଙ୍କ...

ଇଣ୍ଡିଆ ଲିଜେଣ୍ଡ୍ସ ପୁଣି ଚାମ୍ପିୟନ୍‌

ରାୟପୁର,୧ା୧୦: ରୋଡ ସେଫ୍ଟି ଓ୍ବାଲର୍‌ଡ ସିରିଜର ଚଳିତ ସଂସ୍କରଣକୁ ଜିତି ନେଇଛି ଇଣ୍ଡିଆ ଲିଜେଣ୍ଡ୍ସ। ନମନ ଓଝାଙ୍କ ଶତକ ବଳରେ ଇଣ୍ଡିଆ ଲିଜେଣ୍ଡ୍ସ ୬ ଉଇକେଟରେ...

ବଡ ସଡ଼କ ଦୁର୍ଘଟଣା: ଟ୍ରକ୍‌ ସହ କାର୍‌ ପିଟିଦେଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ଲାହୋର,୧୧।୧: ପାକିସ୍ତାନର ପୂର୍ବତନ ଅଧିନାୟକ ତଥା ଅଲରାଉଣ୍ଡର ସୋଏବ ମଲିକଙ୍କ ସହ ଏକ ବଡ ଦୁର୍ଘଟଣା ଘଟିଛି। ମଲିକଙ୍କ କାର ଲାହୋରରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ରାସ୍ତା...

ଇଣ୍ଡିଆନ ପ୍ରିମିୟର ଲିଗ୍‌: ମୁମ୍ବାଇକୁ ସ୍ପିନର ଚିନ୍ତା

ମୁମ୍ବାଇ,୧।୪(ପି.ଟି.): ୫ଥର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଟାଇଟଲ ହାସଲ କରିଥିବା ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଏକାଧିକ ତାରକା ବ୍ୟାଟ୍ସମ୍ୟାନ ତଥା ପାଓ୍ବାର ହିଟର ଓ...

ବିଶାଖାପାଟଣା ଗ୍ରାଉଣ୍ଡରେ ପ୍ରଥମ ଦିନିକିଆରେ ଦେଖିବାକୁ ମିଳିଥିଲା ଧୋନୀଙ୍କ ଶୋ

ବିଶାଖାପାଟଣା,୧୮।୧୨- ସ୍ଥାନୀୟ ଡି. ଓ୍ବାଇ. ଏସ୍‌. ରାଜଶେଖର ରେଡ୍ଡୀ ଏସିଏ-ଭିଡିସିଏ ଷ୍ଟାଡିୟମରେ ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ସିରିଜ୍‌ର ଦ୍ୱିତୀୟ ଦିନିକିଆ ଖେଳାଯିବ। ଏହି ଗ୍ରାଉଣ୍ଡରେ...

ଚେନ୍ନାଇକୁ ୧୫୪ ରନ୍‌ର ଟାର୍ଗେଟ ଦେଲା ପଞ୍ଜାବ

ଦୁବାଇ,୧।୧୧:ଆଇପିଏଲ ୨୦୨୦ର ୫୩ତମ ମ୍ୟାଚରେ ଦୀପକ ହୁଡାଙ୍କ ଚମତ୍କାର ବ୍ୟାଟିଂ ବଳରେ ଚେନ୍ନାଇ ସୁପର କିଙ୍ଗ୍ସ ସମ୍ମୁଖରେ କିଙ୍ଗ୍ସ ଏକାଦଶ ପଞ୍ଜାବ ୧୫୪ ରନ ବିଜୟ...

ଶୁଟିଂ ବିଶ୍ୱକପ୍‌: ମନୁ-ସୌରଭ ଯୋଡ଼ିଙ୍କୁ ରୌପ୍ୟ ପଦକ

ଓସିଜେକ୍‌ (କ୍ରୋଏସିଆ), ୨୭ା୬ (ପି.ଟି.)-ଚଳିତ ଆଇଏସ୍‌ଏସ୍‌ଏଫ୍‌ ଶୁଟିଂ ବିଶ୍ୱକପ୍‌ରେ ପ୍ରଭାବୀ ପ୍ରଦର୍ଶନ ଜାରି ରଖି ଭାରତୀୟ ଯୋଡ଼ି ସୌରଭ ଚୌଧାରୀ ଓ ମନୁ ଭାକର ୧୦...

ପେଲେଙ୍କୁ ୮୦ବର୍ଷ

ସାଓପଲୋ, ୨୩ା୧୦ (ଏପି)-ବ୍ରାଜିଲର ମହାନ ଫୁଟ୍‌ବଲର ପେଲେ ଶୁକ୍ରବାର ୮୦ ବର୍ଷରେ ପଦାର୍ପଣ କରିବେ। ୩ଥର ବିଶ୍ୱବିଜେତା କିନ୍ତୁ ତାଙ୍କ ଜନ୍ମଦିନକୁ ଜାକଜମକରେ ନ ପାଳି...

Advertisement
Archives

Model This Week