Categories: ଖେଳ

ଖୁବ୍‌ଶୀଘ୍ର ବାପା ହେବାକୁ ଯାଉଛନ୍ତି ଏହି ପ୍ରସିଦ୍ଧ କ୍ରିକେଟର୍‌

କୋଲକାତା ନାଇଟ ରାଇଡର୍ସର ଫାଷ୍ଟ ବୋଲର ପ୍ୟାଟ କୁମିନ୍ସ ଖୁବ୍‌ଶୀଘ୍ର ବାପା ହେବାକୁ ଯାଉଛନ୍ତି। ତାଙ୍କ ପ୍ରେମିକା ବେକି ବୋଷ୍ଟନ ସୋସିଆଲ ମିଡିଆରେ ଫଟୋ ଶେୟାର କରି ପ୍ରଶଂସକମାନଙ୍କୁ ଏହି ଖୁସି ଖବର ଦେଇଥିଲେ। କୁମିନ୍ସ ଏବଂ ବେକି ଗତ ବର୍ଷ ଫେବୃୟାରୀରେ ନିର୍ବନ୍ଧ କରିଥିଲେ। ତାଙ୍କ ଗର୍ଭଧାରଣର ଫଟୋ ଶେୟାର କରିବାବେଳେ ବେକି କହିଛନ୍ତି ଯେ, ମୁଁ ଏହି ଭଲ ଖବରକୁ ଲୁଚାଇ ପାରିବି ନାହିଁ। ବେବି ବୋଷ୍ଟନ କୁମିନ୍ସ ଶୀଘ୍ର ଆମ ସହିତ ଯୋଗ ଦେବେ। ଆଇପିଏଲର ୨୦୨୧ ସିଜନରେ ୭ଟି ମ୍ୟାଚରେ ୯ ଉଇକେଟ ନେଇଥିବା କମିନ୍ସ ଏବେ ମାଳଦ୍ୱୀପରେ ଅଛନ୍ତି। ଆଇପିଏଲ ସ୍ଥଗିତ ରହିବା ପରେ କୁମିନ୍ସ ଏବଂ ଅବଶିଷ୍ଟ ଅଷ୍ଟ୍ରେଲୀୟ ଖେଳାଳିମାନେ ମାଲଦ୍ୱୀପରେ ଅଛନ୍ତି। ସୂଚନାଯୋଗ୍ୟ, କୁମିନ୍ସ କରୋନା ସହିତ ଯୁଦ୍ଧ କରୁଥିବା ଭାରତର ଲୋକଙ୍କୁ ସାହାଯ୍ୟ କରି ହୃଦୟ ଜିତିଥିଲେ। କମିନ୍ସ ୫୦ ହଜାର ଡଲାର ଅର୍ଥାତ୍‌ ପ୍ରାୟ ୩୭ ଲକ୍ଷ ୩୬ ହଜାର ଟଙ୍କା ପିଏମ କେୟାର୍ସ ପାଣ୍ଠିକୁ ଦାନ ଦେବାକୁ ଦେବାକୁ ଘୋଷଣା କରିଥିଲେ।

Share