Categories: ଖେଳ

ଅଷ୍ଟ୍ରେଲିଆ ଦିନିକିଆ ଦଳର ଅଧିନାୟକ ହେଲେ ପ୍ୟାଟ କୁମିନ୍ସ

ସିଡନୀ,୧୮।୧୦: ଦିନିକିଆ କ୍ରିକେଟରୁ ଆରୋନ ଫିଞ୍ଚଙ୍କ ଅବସର ପରେ କ୍ରିକେଟ ଅଷ୍ଟ୍ରେଲିଆ ନୂତନ ଅଧିନାୟକ ଘୋଷଣା କରିଛି। କ୍ରିକେଟ ଅଷ୍ଟ୍ରେଲିଆ ଏହାର ଏକ ନମ୍ବର ଦ୍ରୁତ ବୋଲର ପ୍ୟାଟ କୁମିନ୍ସଙ୍କୁ ଦିନିକିଆ ଦଳର ଅଧିନାୟକ ନିଯୁକ୍ତ କରିଛି। ଡେଭିଡ ୱାର୍ନର ମଧ୍ୟ ଦିନିକିଆ ଦଳର ଅଧିନାୟକ ଦୌଡ଼ରେ ଜଡିତ ଥିଲେ। କିନ୍ତୁ କ୍ରିକେଟ ଅଷ୍ଟ୍ରେଲିଆ ୱାର୍ଣ୍ଣରଙ୍କ ବଦଳରେ କୁମିନ୍ସଙ୍କୁ ଅଗ୍ରାଧିକାର ଦେବାକୁ ନିଷ୍ପତ୍ତି ନେଇଛି।
ମଙ୍ଗଳବାର କ୍ରିକେଟ ଅଷ୍ଟ୍ରେଲିଆ ଏକ ବିବୃତ୍ତି ଜାରି କରି କୁମିନ୍ସଙ୍କୁ ଦିନିକିଆ ଦଳର ଅଧିନାୟକ ଭାବରେ ନିଯୁକ୍ତ କରିଛି। ଗତ ବର୍ଷ ଟିମ ପେନ୍‌ ହଟିବା ପରେ କ୍ରିକେଟ ଅଷ୍ଟ୍ରେଲିଆ ମଧ୍ୟ ପ୍ୟାଟ କୁମିନ୍ସଙ୍କୁ ଟେଷ୍ଟ ଦଳର ଦାୟିତ୍ୱ ଦେଇଥିଲା। ଏହି ନିଷ୍ପତ୍ତି ପାଇଁ କୁମିନ୍ସ କ୍ରିକେଟ ଅଷ୍ଟ୍ରେଲିଆକୁ ଧନ୍ୟବାଦ ଦେଇଛନ୍ତି।

 

Share