Posted inଫୁରସତ

ଛାତ୍ରାବସ୍ଥାରୁ ଆବେଗ ବଢ଼ିଥିଲା

ଛାତ୍ରାବସ୍ଥାରୁ ମୋର ସାମ୍ବାଦିକତା ପ୍ରତି ଆବେଗ ସୃଷ୍ଟି ହୋଇଥିଲା। ୧୯୭୧ରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କଲି। ସେହି ବର୍ଷ ପୁନେ ଯାଇ ବର୍ଷିକିଆ ସାମ୍ବାଦିକତା ପାଠ୍ୟକ୍ରମରେ ନାମ ଲେଖାଇଲି। ୧୯୭୨ରେ ପାଠ୍ୟକ୍ରମ ଶେଷ ହେଲା, ଆଉ ସେହି ବର୍ଷ ଆରମ୍ଭ ହୋଇଥିଲା ମୋର ସାମ୍ବାଦିକତା ଜୀବନ। ସେ ସମୟରେ ଓଡ଼ିଶାରେ ପ୍ରମୁଖ ଭାବେ ସମାଜ, ପ୍ରଜାତନ୍ତ୍ର ଓ ମାତୃଭୂମି ଖବରକାଗଜ ପ୍ରକାଶ ପାଉଥିଲା।

ପ୍ରଥମେ ପ୍ରଜାତନ୍ତ୍ର ଏବଂ ପରବର୍ତ୍ତୀ ସମୟରେ ସମାଜ ଖବର କାଗଜର ଭୁବନେଶ୍ୱର ମୁଖ୍ୟ ପ୍ରତିନିଧି ଭାବେ କାର୍ଯ୍ୟ କରିଛି। ଆଜିକାଲି ଭଳି ସେତେବେଳେ ବ୍ୟବସ୍ଥା ନ ଥିଲା। କେବଳ ସାନ୍ଧ୍ୟ ସଂସ୍କରଣ ପ୍ରକାଶ ପାଉଥିଲା। ସାଇକେଲ ଧରି ବିଭିନ୍ନ ସ୍ଥାନରୁ ଖବର ସଂଗ୍ରହ କରି ଦିନବେଳା କିଏ କଟକ ଯାଉଥିଲେ ତାଙ୍କ ହାତରେ ଖବର ପଠାଇବା ସହ ଅଧିକାଂଶ ଖବର ଟେଲିଫୋନରେ ଡାକିବାକୁ ପଡ଼ୁଥିଲା। ଆଉ ପ୍ରଥମେ ରୋଟେରି ମେଶିନ ତା’ପରେ ମନୋଗ୍ରାମ ମେଶିନରେ କାଗଜ ଛପା ହେଉଥିଲା।

୧୯୯୦ ମସିହା ପୂର୍ବରୁ ଫାକ୍ସ ଆସିଲା, ତା’ପରେ ଅତ୍ୟାଧୁନିକ ବ୍ୟବସ୍ଥାମାନ ଗଣମାଧ୍ୟମ ସହ ଯୋଡ଼ିହେଲା। ପୁଣି ପ୍ରଭାତ ସଂସ୍କରଣ ପ୍ରକାଶିତ ହେଲା। ତେବେ ଆମ ବେଳେ ଭୁବନେଶ୍ୱରରେ ହାତ ଗଣତି କେତେଜଣ ରାଜ୍ୟସ୍ତରୀୟ ସାମ୍ବାଦିକ ଥିଲେ। ପୁଣି ସେମାନଙ୍କ ମଧ୍ୟରୁ ଅଧିକାଂଶ ଅଣଓଡ଼ିଆ। ୧୯୮୦ ମସିହାରେ ମୋତେ ରାଜ୍ୟସ୍ତରୀୟ ସାମ୍ବାଦିକ ଭାବେ ସ୍ବୀକୃତି ମିଳିଥିଲା। ୧୯୭୪ରେ ‘ଧରିତ୍ରୀ’ ଯେତେବେଳେ ପ୍ରକାଶ ପାଇଲା, ତାହା ମଧ୍ୟ ଚହଳ ପକାଇଥିଲା। ଏବେ ଓଡ଼ିଆ ଖବର କାଗଜ ସଂଖ୍ୟା ଢେର ବଢିଯାଇଛି ଆଉ ତା’ ସହିତ ବୈଦ୍ୟୁତିକ ଗଣମାଧ୍ୟମ ବି ଓଡ଼ିଆ ସାମ୍ବାଦିକତାକୁ ଆଗକୁ ନେଇଚାଲିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ବନ୍ଦେ ମାତରମ’କୁ ନେଇ ନୂଆ ନିର୍ଦ୍ଦେଶାବଳୀ ଜାରି: ଏଣିକି ଠିଆ ହେବା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୧।୨: ବନ୍ଦେ ମାତରମ ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, ବନ୍ଦେ ମାତରମ ପାଇଁ ଠିଆ…

ପାର୍କରେ ଦୁର୍ବୃତ୍ତଙ୍କ ଉନ୍ମକ୍ତ କାଣ୍ଡ: ୪୨ଟି ଗଛ ଭାଙ୍ଗି ଛାରଖାର କଲେ ପାର୍କ

ବଲାଙ୍ଗୀର, ୧୧।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରାଜେନ୍ଦ୍ର ପାର୍କ ଭିତରେ ସୌନ୍ଦର୍ଯ୍ୟ ବୃଦ୍ଧି ସକାଶେ ଲଗାଯାଇଥିବା ୪୨ଟି ଗଛକୁ କେହି ଦୁର୍ବୃତ୍ତ ଭାଙ୍ଗି ଦେବା ସହ କାଟି…

ଜୁନିୟର ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ୨.୩୮ କୋଟି ଟଙ୍କା ହରିଲୁଟ ଅଭିଯୋଗ

ଅନୁଗୋଳ,୧୧।୨: ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ବୁଧବାର ଅନୁଗୋଳ ମୁଖ୍ୟ ଚିକିତ୍ସାଳୟ (CDMO) କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ ସୁବ୍ରତ କୁମାର ବେହେରାଙ୍କ ବିଭିନ୍ନ ବାସଭବନ ଓ କାର୍ଯ୍ୟାଳୟ…

ମ୍ୟାଚ ସମୟରେ ହ୍ୟାଣ୍ଡସେକ୍‌ କରିବେ ଭାରତ-ପାକିସ୍ତାନ? ICC-PCB ବୈଠକରେ କ’ଣ ହେଲା ନିଷ୍ପତ୍ତି, ଜାଣନ୍ତୁ…

ନୂଆଦିଲ୍ଲୀ,୧୧।୨: ୨୦୨୬ ଟି-୨୦ ବିଶ୍ୱକପରେ ଭାରତ ଏବଂ ପାକିସ୍ତାନ ପରସ୍ପରର ସାମ୍ନା କରିବେ ବୋଲି ନିଶ୍ଚିତ ହୋଇଛି। ପାକିସ୍ତାନ ପ୍ରଥମେ ଭାରତ ବିପକ୍ଷ ମ୍ୟାଚ ବର୍ଜନ କରିବାକୁ…

ଯାତ୍ରା ଚାଲୁଥିବା ବେଳେ ଘରେ ପଶି ଲୁଟ: ଉତ୍ତମମଧ୍ୟମ ଦେଇ ପୋଲିସକୁ ହସ୍ତାନ୍ତର କଲେ ଗ୍ରାମବାସୀ

ଭଦ୍ରକ,୧୧।୨(ସନାତନ ରାଉତ): ଅପେରା ଚାଲୁଥିବାବେଳେ ଘରେ ପଶି ଲୁଟ। ଧରାପଡି ନିର୍ଧୁମ ଛେଚା ଖାଇବା ପରେ ପୋଲିସକୁ ୪ ଯୁବକଙ୍କୁ ହସ୍ତାନ୍ତର କଲେ ଗ୍ରାମବାସୀ l ଏପରି…

ମହିଳାଙ୍କୁ ମାଡ ମାରିବା ସହ ହାତ ଗୋଡ ବାନ୍ଧି, ଲୁଟିନେଲେ

ବୌଦ୍ଧ,୧୧।୨(ଅଜିତ କୁମାର ବାରିକ): ବୌଦ୍ଧ ଆଦର୍ଶ ଥାନା ଭାଲିଆପଦର୍‌ ଗ୍ରାମରେ ମଙ୍ଗଳବାର ରାତ୍ରିରେ ସଶସ୍ତ୍ର ଡକାୟତି ହୋଇଛି। ଗ୍ରାମର ଦେବବ୍ରତ ମିଶ୍ରଙ୍କ ଘରେ ଡକାୟତି କରିଛନ୍ତି ଦୁର୍ବୃତ୍ତ…

୨୩,୩୮୭ କନିଷ୍ଠ ଶିକ୍ଷକଙ୍କୁ ପଦୋନ୍ନତି: ଖୁବ୍‌ଶୀଘ୍ର ପ୍ରଧାନଶିକ୍ଷକ ଭାବେ ଦିଆଯିବ ନିଯୁକ୍ତି

ଭୁବନେଶ୍ୱର,୧୧ା୨ (ସୁଚିସ୍ମିତା ସାହୁ):ରାଜ୍ୟ ସରକାରଙ୍କ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ୨୩,୩୮୭ ଜଣ କନିଷ୍ଠ ଶିକ୍ଷକଙ୍କୁ ବରିଷ୍ଠ (ଏସ୍‌ଇଏସ୍‌) ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ସୋମବାର ପ୍ରକାଶିତ ଏହି…

ସଞ୍ଜ ନଇଁଲେ ଗାଁ ଦାଣ୍ତରେ ବୁଲୁଛନ୍ତି ଭାଲୁ: ବେଲସୁନ୍ଦରୀରେ ଆତଙ୍କ

ଆନନ୍ଦପୁର,୧୧।୨(ସୁଶାନ୍ତ କୁମାର ସାହୁ): ସଞ୍ଜ ନଇଁଲେ ଗାଁ ଦାଣ୍ତରେ ବୁଲୁଛନ୍ତି  ଭାଲୁ ପଲ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଆନନ୍ଦପୁର ବନ୍ୟପ୍ରାଣୀ ବନଖଣ୍ତ ଅଧୀନ ବରାଙ୍ଗ ସଂରକ୍ଷିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri