ଯାତ୍ରୀ ଭୋଗୁଛନ୍ତି ଯନ୍ତ୍ରଣା

ପରଜଙ୍ଗ, ୨୨।୬(ଡି.ଏନ୍‌.ଏ.) – ଅଣଓସାରିଆ ସେତୁରେ ବାରମ୍ବାର ଘଟୁଥିଲା ଦୁର୍ଘଟଣା। ଅକାଳରେ ଝରିପଡୁଥିଲା ଜୀବନ। ପୁରୁଣାକାଳିଆ ଢଙ୍ଗରେ ତିଆରି ହୋଇଥିବାରୁ ସାମାନ୍ୟ ବର୍ଷା ହେଲେ ବ୍ରିଜ୍‌ ଉପରେ ଲହଡ଼ି ଭାଙ୍ଗୁଥିଲା ପାଣି। ଯାତାୟାତ ବାଧାପ୍ରାପ୍ତ ହେଉଥିଲା। ଏହି ସମସ୍ୟାର ସମାଧାନ ପାଇଁ ନିର୍ମାଣ କରାଯାଇଛି ନୂଆ ବ୍ରିଜ୍‌। ଏଥିରେ ଖର୍ଚ୍ଚ ହୋଇଛି ପ୍ରାୟ ୫୦ ଲକ୍ଷ ଟଙ୍କା। ହେଲେ ଟେଣ୍ଡର ହୋଇପାରୁ ନ ଥିବାରୁ ଆପ୍ରୋଚ୍‌ ରୋଡ୍‌ କାମ ଅଟକି ରହିଛି। ଫଳରେ ପରଜଙ୍ଗ ବ୍ଲକ ଭାଲୁମୁଣ୍ଡା-ଆଲୁଅଝରଣ ପୂର୍ତ୍ତ ବିଭାଗ ରାସ୍ତାର ପୁରୁଣା ବାରଘରିଆ ସେତୁରେ ଜୀବନକୁ ବିପଦରେ ପକାଇ ଯାତ୍ରୀମାନେ ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି। ସେମାନଙ୍କ ଯନ୍ତ୍ରଣା କମିବା ବଦଳରେ ବଢ଼ିବାରେ ଲାଗିଛି।

ପରଜଙ୍ଗ ବ୍ଲକ ଭାଲୁମୁଣ୍ଡା-ଆଲୁଅଝରଣ ପୂର୍ତ୍ତ ବିଭାଗ ରାସ୍ତାକୁ ଅତିକ୍ରମ କରିଛି ବାରଘରିଆ ନାଳ। ଭାଲୁମୁଣ୍ଡାଠାରୁ ଦେଢ଼ କିଲୋମିଟର ଦୂରରେ ଥିବା ଉକ୍ତ ନାଳ ଉପରେ ରହିଛି ଏକ ଅଣଓସାରିଆ ପୋଲ। ଉକ୍ତ ସେତୁ ଉପରେ ଦୈନିକ ବହୁ ଯାତ୍ରୀ, ଯାନବାହନ ଯାତାୟାତ କରିଥାଏ। ଅଞ୍ଚଳବାସୀଙ୍କ ଗମନାଗମନର ପ୍ରମୁଖ ମାଧ୍ୟମ ଏହି ସେତୁ ଅତି ନିମ୍ନରେ ନିର୍ମାଣ ହୋଇଥିବାରୁ ବର୍ଷାଦିନେ ସମସ୍ୟା ବଢିଥାଏ। ପ୍ରବଳ ଜଳସ୍ରୋତ ପ୍ରବାହିତ ହେଉଥିବାରୁ ଯାତାୟାତ ଠପ୍‌ ହୋଇପଡ଼େ। ପଥଚାରୀମାନେ ପୋଲ ଅତିକ୍ରମ କରିବା ଲାଗି ଜୀବନକୁ ବାଜି ଲଗାଇଥାଆନ୍ତି। ଗାଡ଼ି ଭାସି ଯାଇଥିବା ନଜିର ମଧ୍ୟ ରହିଛି। ଉକ୍ତ ଅଣଓସାରିଆ ସେତୁ ଏକ ଦୁର୍ଘଟଣାପ୍ରବଣ ସ୍ଥାନ। ଏଠାରେ ଭାରସାମ୍ୟ ହରାଇ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇ ବହୁ ଜୀବନହାନି ମଧ୍ୟ ହୋଇଛି। ଏସବୁ ସମସ୍ୟାକୁ ଦୃଷ୍ଟିରେ ରଖି ପୂର୍ତ୍ତ ବିଭାଗ ପକ୍ଷରୁ ନାଳ ନିକଟରେ ନିର୍ମାଣ କରାଯାଇଛି ନୂତନ ବ୍ରିଜ୍‌। ତେବେ ଦୀର୍ଘଦିନ ଧରି କାର୍ଯ୍ୟ ଶେଷ ହୋଇଯାଇଥିଲେ ମଧ୍ୟ ତାହା କାର୍ଯ୍ୟକ୍ଷମ ହୋଇପାରୁନାହିଁ। ଏବେ ମୌସୁମୀ ବର୍ଷା ଆରମ୍ଭ ହୋଇସାରିଥିବାବେଳେ ଗମନାଗମନ ଲାଗି ପୂର୍ବବର୍ଷଗୁଡ଼ିକ ଭଳି ସମସ୍ୟା ଭୋଗିବେ ବୋଲି ଆଶଙ୍କାରେ ରହିଛନ୍ତି ଅଞ୍ଚଳବାସୀ। ଅନ୍ୟପଟେ ବ୍ରିଜ୍‌ ଦୁଇପାର୍ଶ୍ୱରେ ଆପ୍ରୋଚ୍‌ ରୋଡ୍‌ ନିର୍ମାଣ ପାଇଁ ଟେଣ୍ଡର ହୋଇପାରୁ ନ ଥିବାରୁ ସେତୁ ଉଦ୍‌ଘାଟନ ହୋଇପାରୁ ନ ଥିବା ବିଭାଗ ପକ୍ଷରୁ ଜଣାପଡ଼ିଛି।
ଏ ସଂକ୍ରାନ୍ତରେ ପୂର୍ତ୍ତ ବିଭାଗ ଯନ୍ତ୍ରୀ ନିବେଶ କୁମାର ମାଝିଙ୍କୁ ପଚାରିବାରେ ସେ କୌଣସି ସ୍ପଷ୍ଟ ମତ ନ ଦେଇ ପ୍ରସଙ୍ଗ ଏଡ଼ାଇ ଦେଇଥିଲେ। ଏସ୍‌ଡିଓ ପ୍ରତାପ କୁମାର ହରିପାଲଙ୍କ ପ୍ରତିକ୍ରିୟା ଲୋଡ଼ାଯିବାରେ ସେ କହିଛନ୍ତି, ବ୍ରିଜ ଏବଂ ରାସ୍ତା ପାଇଁ ଅଲଗା ଟେଣ୍ଡର ବ୍ୟବସ୍ଥା ହୋଇଛି। ସେତୁ କାମ ପାଇଁ ୬୦ ଲକ୍ଷ ଟଙ୍କାର ଟେଣ୍ଡର ହୋଇଥିଲା। ଏହି ଟଙ୍କାରେ ବ୍ରିଜ୍‌ କାମ ଶେଷ ହୋଇଛି। କିଛି କାମ ବାକି ରହିଥିବାରୁ ଠିକାଦାରଙ୍କ ବିଲ୍‌ ହୋଇନାହିଁ। ତାଙ୍କ ଏଗ୍ରିମେଣ୍ଟ ଶେଷ ହୋଇ ନ ଥିବାରୁ ରାସ୍ତା ପାଇଁ ଟେଣ୍ଡର ହୋଇପାରୁନାହିଁ। ବ୍ରିଜ୍‌ର ଦୁଇ ପାର୍ଶ୍ୱରେ ରାସ୍ତା ପାଇଁ ପୃଥକ୍‌ ଟେଣ୍ଡର କରାଯିବ। ଯେହେତୁ ରାସ୍ତା ତିଆରି ହୋଇପାରୁନାହିଁ, ତେଣୁ ବ୍ରିଜ୍‌ କାର୍ଯ୍ୟକ୍ଷମ ହେବାରେ ସମସ୍ୟା ଉପୁଜିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri