ଯାତ୍ରୀ ଭୋଗୁଛନ୍ତି ଯନ୍ତ୍ରଣା

ପରଜଙ୍ଗ, ୨୨।୬(ଡି.ଏନ୍‌.ଏ.) – ଅଣଓସାରିଆ ସେତୁରେ ବାରମ୍ବାର ଘଟୁଥିଲା ଦୁର୍ଘଟଣା। ଅକାଳରେ ଝରିପଡୁଥିଲା ଜୀବନ। ପୁରୁଣାକାଳିଆ ଢଙ୍ଗରେ ତିଆରି ହୋଇଥିବାରୁ ସାମାନ୍ୟ ବର୍ଷା ହେଲେ ବ୍ରିଜ୍‌ ଉପରେ ଲହଡ଼ି ଭାଙ୍ଗୁଥିଲା ପାଣି। ଯାତାୟାତ ବାଧାପ୍ରାପ୍ତ ହେଉଥିଲା। ଏହି ସମସ୍ୟାର ସମାଧାନ ପାଇଁ ନିର୍ମାଣ କରାଯାଇଛି ନୂଆ ବ୍ରିଜ୍‌। ଏଥିରେ ଖର୍ଚ୍ଚ ହୋଇଛି ପ୍ରାୟ ୫୦ ଲକ୍ଷ ଟଙ୍କା। ହେଲେ ଟେଣ୍ଡର ହୋଇପାରୁ ନ ଥିବାରୁ ଆପ୍ରୋଚ୍‌ ରୋଡ୍‌ କାମ ଅଟକି ରହିଛି। ଫଳରେ ପରଜଙ୍ଗ ବ୍ଲକ ଭାଲୁମୁଣ୍ଡା-ଆଲୁଅଝରଣ ପୂର୍ତ୍ତ ବିଭାଗ ରାସ୍ତାର ପୁରୁଣା ବାରଘରିଆ ସେତୁରେ ଜୀବନକୁ ବିପଦରେ ପକାଇ ଯାତ୍ରୀମାନେ ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି। ସେମାନଙ୍କ ଯନ୍ତ୍ରଣା କମିବା ବଦଳରେ ବଢ଼ିବାରେ ଲାଗିଛି।

ପରଜଙ୍ଗ ବ୍ଲକ ଭାଲୁମୁଣ୍ଡା-ଆଲୁଅଝରଣ ପୂର୍ତ୍ତ ବିଭାଗ ରାସ୍ତାକୁ ଅତିକ୍ରମ କରିଛି ବାରଘରିଆ ନାଳ। ଭାଲୁମୁଣ୍ଡାଠାରୁ ଦେଢ଼ କିଲୋମିଟର ଦୂରରେ ଥିବା ଉକ୍ତ ନାଳ ଉପରେ ରହିଛି ଏକ ଅଣଓସାରିଆ ପୋଲ। ଉକ୍ତ ସେତୁ ଉପରେ ଦୈନିକ ବହୁ ଯାତ୍ରୀ, ଯାନବାହନ ଯାତାୟାତ କରିଥାଏ। ଅଞ୍ଚଳବାସୀଙ୍କ ଗମନାଗମନର ପ୍ରମୁଖ ମାଧ୍ୟମ ଏହି ସେତୁ ଅତି ନିମ୍ନରେ ନିର୍ମାଣ ହୋଇଥିବାରୁ ବର୍ଷାଦିନେ ସମସ୍ୟା ବଢିଥାଏ। ପ୍ରବଳ ଜଳସ୍ରୋତ ପ୍ରବାହିତ ହେଉଥିବାରୁ ଯାତାୟାତ ଠପ୍‌ ହୋଇପଡ଼େ। ପଥଚାରୀମାନେ ପୋଲ ଅତିକ୍ରମ କରିବା ଲାଗି ଜୀବନକୁ ବାଜି ଲଗାଇଥାଆନ୍ତି। ଗାଡ଼ି ଭାସି ଯାଇଥିବା ନଜିର ମଧ୍ୟ ରହିଛି। ଉକ୍ତ ଅଣଓସାରିଆ ସେତୁ ଏକ ଦୁର୍ଘଟଣାପ୍ରବଣ ସ୍ଥାନ। ଏଠାରେ ଭାରସାମ୍ୟ ହରାଇ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇ ବହୁ ଜୀବନହାନି ମଧ୍ୟ ହୋଇଛି। ଏସବୁ ସମସ୍ୟାକୁ ଦୃଷ୍ଟିରେ ରଖି ପୂର୍ତ୍ତ ବିଭାଗ ପକ୍ଷରୁ ନାଳ ନିକଟରେ ନିର୍ମାଣ କରାଯାଇଛି ନୂତନ ବ୍ରିଜ୍‌। ତେବେ ଦୀର୍ଘଦିନ ଧରି କାର୍ଯ୍ୟ ଶେଷ ହୋଇଯାଇଥିଲେ ମଧ୍ୟ ତାହା କାର୍ଯ୍ୟକ୍ଷମ ହୋଇପାରୁନାହିଁ। ଏବେ ମୌସୁମୀ ବର୍ଷା ଆରମ୍ଭ ହୋଇସାରିଥିବାବେଳେ ଗମନାଗମନ ଲାଗି ପୂର୍ବବର୍ଷଗୁଡ଼ିକ ଭଳି ସମସ୍ୟା ଭୋଗିବେ ବୋଲି ଆଶଙ୍କାରେ ରହିଛନ୍ତି ଅଞ୍ଚଳବାସୀ। ଅନ୍ୟପଟେ ବ୍ରିଜ୍‌ ଦୁଇପାର୍ଶ୍ୱରେ ଆପ୍ରୋଚ୍‌ ରୋଡ୍‌ ନିର୍ମାଣ ପାଇଁ ଟେଣ୍ଡର ହୋଇପାରୁ ନ ଥିବାରୁ ସେତୁ ଉଦ୍‌ଘାଟନ ହୋଇପାରୁ ନ ଥିବା ବିଭାଗ ପକ୍ଷରୁ ଜଣାପଡ଼ିଛି।
ଏ ସଂକ୍ରାନ୍ତରେ ପୂର୍ତ୍ତ ବିଭାଗ ଯନ୍ତ୍ରୀ ନିବେଶ କୁମାର ମାଝିଙ୍କୁ ପଚାରିବାରେ ସେ କୌଣସି ସ୍ପଷ୍ଟ ମତ ନ ଦେଇ ପ୍ରସଙ୍ଗ ଏଡ଼ାଇ ଦେଇଥିଲେ। ଏସ୍‌ଡିଓ ପ୍ରତାପ କୁମାର ହରିପାଲଙ୍କ ପ୍ରତିକ୍ରିୟା ଲୋଡ଼ାଯିବାରେ ସେ କହିଛନ୍ତି, ବ୍ରିଜ ଏବଂ ରାସ୍ତା ପାଇଁ ଅଲଗା ଟେଣ୍ଡର ବ୍ୟବସ୍ଥା ହୋଇଛି। ସେତୁ କାମ ପାଇଁ ୬୦ ଲକ୍ଷ ଟଙ୍କାର ଟେଣ୍ଡର ହୋଇଥିଲା। ଏହି ଟଙ୍କାରେ ବ୍ରିଜ୍‌ କାମ ଶେଷ ହୋଇଛି। କିଛି କାମ ବାକି ରହିଥିବାରୁ ଠିକାଦାରଙ୍କ ବିଲ୍‌ ହୋଇନାହିଁ। ତାଙ୍କ ଏଗ୍ରିମେଣ୍ଟ ଶେଷ ହୋଇ ନ ଥିବାରୁ ରାସ୍ତା ପାଇଁ ଟେଣ୍ଡର ହୋଇପାରୁନାହିଁ। ବ୍ରିଜ୍‌ର ଦୁଇ ପାର୍ଶ୍ୱରେ ରାସ୍ତା ପାଇଁ ପୃଥକ୍‌ ଟେଣ୍ଡର କରାଯିବ। ଯେହେତୁ ରାସ୍ତା ତିଆରି ହୋଇପାରୁନାହିଁ, ତେଣୁ ବ୍ରିଜ୍‌ କାର୍ଯ୍ୟକ୍ଷମ ହେବାରେ ସମସ୍ୟା ଉପୁଜିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କ ଖରିଫ ଧାନ ସଂଗ୍ରହ: ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ 

ଦିଗପହଣ୍ଡି,୧୬|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ  ଚାଷୀଙ୍କ ଅମଳ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର...

ବେଆଇନ ଭାବେ କରୁଥିଲେ ଧାନ ଚୋରା ଚାଲାଣ, ମାଡ଼ି ବସିଲା ରିଷିଡ଼ା ପୋଲିସ

ରିଷିଡା,୧୬।୧୨(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅବୁଜବାହାଲ ଗ୍ରାମର ଜନୈକ ବ୍ୟବସାୟୀ ନିଜ ପିକଅପ୍‌ ୪୦୭ ଗାଡ଼ିରେ ବେଆଇନ ଭାବେ ଧାନ ନେଉଥିବା ବେଳେ ରିଷିଡ଼ା ପୋଲିସ...

ଦିଗପହଣ୍ଡିରେ ଜନବସତିକୁ ମାଡ଼ି ଆସୁଛନ୍ତି ହାତୀପଲ,ରାତିରେ ପଡିଯାଉଛି ତାଟି କବାଟ; ଫସଲ…

ଦିଗପହଣ୍ଡି,୧୬ା୧୨(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ନୂଆଗଡ, ପଳାସପୁର, ଲୁଣିନାଠୀ, ଇନ୍ଦିରା ଆବାସ କଲୋନୀ ଆଦି ଗ୍ରାମଗୁଡିକରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁ...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

ଅଭିନବ ଉପାୟରେ ଠକେଇ, ଫୋନ୍‌ପେରେ ଡେମୋ ଦେଖାଇଲେ…

ଛତ୍ରପୁର,୧୬ା୧୨(ଦିଲ୍ଲୀପ ସାମଲ): ନକଲି ଫୋନ ପେ ବ୍ୟବହାର କରି ବ୍ୟବସାୟୀମାନଙ୍କୁ ଠକେଇ କରୁଥିବା ଅଭିଯୋଗର ତଦନ୍ତ ପରେ ଛତ୍ରପୁର ପୋଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ...

୭୬ ଏକର ଜାଗାରୁ ଗଞ୍ଜେଇ ଗଛ ନଷ୍ଟ

ଖଜୁରୀପଡ଼ା,୧୬ା୧୨(ବିଦୁର ବେହେରା): ବାରିକୁମ୍ପା, ସୁଡୁଲି, ଖମାର ଏବଂ ବାରିହାଗୁଡା ଜଙ୍ଗଲରେ ମଙ୍ଗଳବାର ଖଜୁରିପଡା ପୋଲିସ ଓ ଅବକାରୀ ବିଭାଗ ଚଢାଉ କରି ବେଆଇନ ଭାବେ ଚାଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri