ରେଲୱେ ଷ୍ଟେଶନର ବିଭିନ୍ନ ସମସ୍ୟାକୁ ଯାତ୍ରୀ ହନ୍ତସନ୍ତ: ଯଥାଶୀଘ୍ର ସମାଧାନ ପାଇଁ ଡିଆରଏମ ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା,୯।୫(ତୁମେଶ୍ୱର ସାହୁ): ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କାଣ୍ଡେଲ ରୋଡ଼ ଷ୍ଟେଶନରେ ବିଭିନ୍ନ ସମସ୍ୟା ରହିଥିବାରୁ ଯାତ୍ରୀମାନେ ନାହିଁ ନ ଥିବାର ସମ୍ମୁଖୀନ ହେଉଛନ୍ତି।ଏହି ଷ୍ଟେଶନର ପ୍ଲାଟ ଫର୍ମ ୧,୨,୩,ଓ ୪ରେ ପାନୀୟଜଳର ଷ୍ଟାଣ୍ଡ ପୋଷ୍ଟ ଗୁଡ଼ିକ ଭଗ୍ନ ଅବସ୍ଥାରେ ପଡି ରହିଛି। ଶୌଚାଳୟ ଗୁଡିକ ମଧ୍ୟ ଦୀର୍ଘ ଦିନ ଧରି ଭଗ୍ନ ଅବସ୍ଥାରେ ପଡିରହିଛି। ଅଞ୍ଚଳରେ ଗ୍ରୀଷ୍ମପ୍ରବାହରେ ୪୦ଡିଗ୍ରି ତାପମାନ ରହୁଥିବାବେଳେ ଯାତ୍ରୀମାନେ ଏହି ରେଲୱେ ଷ୍ଟେଶନରୁ ଯାତ୍ରା କଲାବେଳେ ଜଳ ଟିକିଏ ପାଇବା ପାଇଁ ଡହକବିକଳ ହୋଉଛନ୍ତି। ଏହି ଷ୍ଟେଶନରେ କୌଣସି ଦୋକାନ ର ବ୍ୟବସ୍ଥା ନ ଥିବାରୁ ପାଣି ବୋତଲ ମଧ୍ୟ ମିଳେନାହିିଁ। ସେହିପରି ଶୌଚାଳୟ ପାଇଁ ମହିଳା, ଯୁବତୀ କିମ୍ବା ପୁରୁଷମାନେ ବହୁତ ହଇରାଣ ହୋଉଛନ୍ତି। କାରଣ ଏହି ଷ୍ଟେଶନର ପ୍ଲାଟଫର୍ମ ୧,୨,ଥିବା ଶୌଚାଳୟ ଦୀର୍ଘ ଦିନ ଧରି ଭଙ୍ଗା ଅବସ୍ଥାରେ ପଡିରହିଛି। ଶୌଚାଳୟର କବାଟ ଭାଙ୍ଗି ଯାଇ ଅତି ଶୋଚନୀୟ ଅବସ୍ଥାରେ ପଡି ରହିଛି। ଏହା ସହ ଆବଶ୍ୟକତା ଅନୁସାରେ ବିଦ୍ୟୁତର ସଂଯୋଗ ନ ଥିବାରୁ ଯାତ୍ରୀମାନେ ରାତ୍ରି ସମୟରେ ଗମନାଗମନ କ୍ଷେତ୍ରରେ ଘୋର ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି। ଏଣୁ ସମ୍ବଲପୁର ଡିଭିଜନର ଡିଆରଏମ ଏହି ସବୁ ସମସ୍ୟା ଯଥାଶୀଘ୍ର ସମାଧାନ କରିବା ପାଇଁ ଅଞ୍ଚଳର ଯାତ୍ରୀମାନେ ଦାବି ଜଣାଇଛନ୍ତି।

 

 

Odisha’s No.1 Odia Daily

Share