ସ୍ବପ୍ନ ପାଲଟିଛି ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ

କେନ୍ଦୁଝର, ୧୨ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍‌ ଅନ୍ତର୍ଗତ ବଲାଣିସ୍ଥିତ ବଲାଣି ଖାଦାନ ଷ୍ଟେଶନ କାର୍ଯ୍ୟକ୍ଷମ ହେବାର ୬୦ ବର୍ଷ ଅତିକ୍ରମ କରିଛି। ଏକଦା ଖଣିଜ ପରିବହନ ନିମନ୍ତେ ପ୍ରତିଷ୍ଠା ହୋଇଥିବା ଉକ୍ତ ରେଳଷ୍ଟେଶନରେ ଯାତ୍ରୀବାହୀ ରେଳ ଚଳାଚଳ ନିମନ୍ତେ ବହୁ ବର୍ଷ ହେଲା ଦାବି ହୋଇଆସୁଛି। ମାତ୍ର ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ ଅଞ୍ଚଳବାସୀଙ୍କ ପାଇଁ ସ୍ବପ୍ନ ପାଲଟିଛି। ରେଳ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ବାହାନା ଦେଖାଇ ଗୋଟିଏ ବି ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ କରାଯାଇନାହିଁ। ଫଳରେ ଷ୍ଟେଶନ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ସେବାରେ ଆସୁ ନ ଥିବାରୁ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।
ଉକ୍ତ ରେଳଷ୍ଟେଶନ ୧୯୬୧ ମସିହାରେ ଲୁହାପଥର ପରିବହନ ପାଇଁ ଚକ୍ରଧରପୁର ଡିଭିଜନ ଅଧୀନରେ ପ୍ରତିଷ୍ଠା ହୋଇଥିଲା। ବିଶେଷ କରି ଉକ୍ତ ଅଞ୍ଚଳରେ ସରକାରଙ୍କ ଅଧୀନ ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ (ସେଲ୍‌)ର ବଲାଣି ଲୌହ ଖଣି ରହିଛି। ଏହି ଖଣିରୁ ସେଲ ଅଧୀନ ବିଭିନ୍ନ କାରଖାନାକୁ ଲୁହାପଥର ପରିବହନ ହୋଇଥାଏ। ଏହି ଷ୍ଟେଶନ୍‌ରୁ ଯାତ୍ରୀମାନଙ୍କ ଯାତାୟାତ ପାଇଁ କୌଣସି ଟ୍ରେନ୍‌ ବ୍ୟବସ୍ଥା କରାଯାଇନାହିଁ। ଅଞ୍ଚଳର ଲୋକମାନଙ୍କୁ ରେଳରେ ଯିବା ଆସିବା ପାଇଁ ପ୍ରାୟ ୪୦ କିମି ବଡ଼ବିଲ ରେଳ ଷ୍ଟେଶନକୁ ଯିବାକୁ ପଡୁଛି। ସ୍ଥାନୀୟ ଲୋକମାନେ ବହୁ ବାର ଦାବି ଉପସ୍ଥାପନ କରିବା ସହ ଆନ୍ଦୋଳନ କରିଆସୁଛନ୍ତି। କିନ୍ତୁ ଯାତ୍ରୀବାହୀ ଟ୍ରେନ୍‌ ବଦଳରେ ଆନ୍ଦୋଳନକାରୀ ନାମରେ କେସ୍‌ ରୁଜୁ ହେଉଛି। ଯାହା ଫଳରେ ସ୍ଥାନୀୟ ଲୋକେ ଆନ୍ଦୋଳନକୁ ଓହ୍ଲାଇବେ ନାହିଁ ବୋଲି ମତପ୍ରକାଶ ପାଉଛି। ସୂଚନା ଅଧିକାର କର୍ମୀ ଶିବାଶିଷ ନନ୍ଦଙ୍କ ଆବେଦନର ୨୦୧୩ରେ ସୂଚନା ଦେଇ ଏଠାରେ ପ୍ଲାଟଫର୍ମ, ଯାତ୍ରୀମାନଙ୍କ ପାଇଁ ସୁବିଧା ନ ଥିବା କାରଣରୁ ଯାତ୍ରୀବାହୀ ରେଳଷ୍ଟେଶନ ପରିଣତ କରାଯାଇପାରୁନାହିଁ ବୋଲି ରେଳବାଇ ପକ୍ଷରୁ ସୂଚନା ମିଳିଥିଲା। ଏବେ ରେଳ ମନ୍ତ୍ରଣାଳୟ ସମତଳ ନ ଥିବା କାରଣ ଦର୍ଶାଉଛନ୍ତି। ଏଣୁ ରେଳ ମନ୍ତ୍ରଣାଳୟ ଏଠାକୁ ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ ନ କରିବାକୁ ଏଭଳି ଭିନ୍ନ ସୂଚନା ଦେଉଛି ବୋଲି ନନ୍ଦ କହିଛନ୍ତି। ଅନ୍ୟପକ୍ଷରେ ଗତ ୫ ବର୍ଷ ମଧ୍ୟରେ ବଡ଼ବିଲରୁ ବଲାଣି ମଧ୍ୟରେ ରେଳଧାରଣା ସମସ୍ୟା କାରଣରୁ କୌଣସି ଦୁର୍ଘଟଣା ଘଟି ନ ଥିବା ସୂଚନା ଦେଇଛନ୍ତି। ଏ ନେଇ ଚକ୍ରଧରପୁର ଡିଭିଜନର ପବ୍ଲିକ ରିଲେଶନ ଅଫିସର ମନୀଷ ପାଠକଙ୍କୁ ଫୋନ କରିଥିଲେ ହେଁ ନ ଉଠାଇବାରୁ ମତାମତ ନିଆଯାଇପାରିନାହିଁ। ସେଠାକୁ ଯାତ୍ରୀବାହୀ ଟ୍ରେନ ଚଳାଚଳ କରିବାକୁ ହେଲେ ସେ ବାବଦ ହେବାକୁ ଥିବା ଖର୍ଚ୍ଚ ଆଦାୟ ହୋଇପାରିଲେ ଷ୍ଟେଶନ ଖୋଲି ପାରିବ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରୁଛନ୍ତି।
ସୂଚନା ଯୋଗ୍ୟ, ଉକ୍ତ ରେଳ ଷ୍ଟେଶନରୁ ଦୈନିକ ୬ ରୁ ୭ ରେକ୍‌ ଲୁହାପଥର ଏହି ସାଇଡିଂରୁ ପରିବହନ ହୋଇଥାଏ। ବାର୍ଷିକ ୮୦୦ରୁ ୧୦୦୦ କୋଟି ଟଙ୍କା ରେଳ ମନ୍ତ୍ରଣାଳୟ ଲାଭ କରିଥାଏ ବୋଲି ବେସରକାରୀ ଭାବେ ଜଣାପଡ଼ିଛି। ଦୀର୍ଘ ୫୮ ବର୍ଷ ଧରି ଏଭଳି ଲୁହାପଥର କାମ ଚାଲିଛି। ମାତ୍ର ରେଳ ଷ୍ଟେଶନର ଉନ୍ନତୀକରଣ କରି ବ୍ୟବହାର ଯୋଗ୍ୟ କରାଯାଉନି। ରେଳ ଲାଇନକୁ ସମତଳ କରି ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ ଉପଯୋଗୀ କରାଯାଉ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…

ପୋଲିସକୁ ଭୁଆଁ ବୁଲାଇ ନୂଆ ତରିକାରେ ହେଉଥିଲା ଗଞ୍ଜେଇ ଚାଲାଣ, ଖବରପାଇ ପହଞ୍ଚିଗଲା ପୋଲିସ

ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ…

କଣ୍ଟେନରରେ ଆନ୍ଦ୍ରପ୍ରଦେଶକୁ ହେଉଥିଲା ଗୋ ଚାଲାଣ, ହଠାତ୍‌ ପହଞ୍ଚିଗଲା ପୋଲିସ, ତା’ପରେ…

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ରିଷଗାଁ ବାଇପାସ ରାସ୍ତାରେ ସୋମବାର ବେଆଇନ ଭାବେ ଏକ କଣ୍ଟେନରରେ ଗୋରୁ ଚାଲାଣ ହେଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri