ବିପଦପୂର୍ଣ୍ଣ ଅବସ୍ଥାରେ ଯାତ୍ରୀ ବିଶ୍ରାମାଗାର

ରାଇକିଆ, ୧।୧୨(ଡି.ଏନ.ଏ.): କନ୍ଧମାଳ ଜିଲା ରାଇକିଆ ବସ୍‌ଷ୍ଟାଣ୍ଡ ଯାତ୍ରୀ ବିଶ୍ରାମାଗାର ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । ଏହି ବିଶ୍ରାମାଗାର ଜିଲାର ଏକ ପ୍ରମୁଖ ବସ୍‌ ଷ୍ଟାଣ୍ଡରେ ଥିବାରୁ ଦିନ ତମାମ ଯାତ୍ରୀ ସେଠାରେ ବସାଉଠା କରନ୍ତି। ତେବେ ବିଶ୍ରାମାଗାର ଛାତରୁ ପଲସ୍ତରା ଖସୁଥିବାରୁ ବସ୍‌କୁ ଅପେକ୍ଷା କରୁଥିବା ଲୋକେ ଅସୁରକ୍ଷିତ ମଣୁଛନ୍ତି। ୨୨ବର୍ଷ ପୁରୁଣା ଏହି ଯାତ୍ରୀନିବାସ ମରାମତି ଅଭାବରୁ ଶୋଚନୀୟ ହୋଇପଡ଼ିଛି । ଏ ନେଇ ରାଇକିଆ ସରପଞ୍ଚ ଗୀତାଞ୍ଜଳି ନାୟକ କହିଛନ୍ତି, ବିଶ୍ରାମାଗାର ଛାତ ନଷ୍ଟ ହୋଇଯାଇଥିବାରୁ ମରାମତି କିମ୍ବା ନୂତନ ବିଶ୍ରାମାଗାର ପାଇଁ ଅଧିକା ଅର୍ଥ ଆବଶ୍ୟକ ହେଉଛି । ଏ ନେଇ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା କହିଛନ୍ତି।