ଚିଲିକାରେ ଯାତ୍ରୀବାହୀ ଡଙ୍ଗା ଚଳାଚଳ ବନ୍ଦ

ଖୋର୍ଦ୍ଧା,୬।୫(ଡି.ଏନ୍‌.ଏ.): ଚିଲିକାରେ ଗୁରୁବାର ଡଙ୍ଗା ବୁଡ଼ି ଦୁର୍ଘଟଣା ଘଟିଥିଲା। ଏହାକୁ ନେଇ ସ୍ଥାନୀୟ ପ୍ରଶାସନ ତତ୍ପର ହୋଇ ଉଠିଛି। ବାତ୍ୟା ଆଶଙ୍କା ନ ଟଳିବା ପର୍ଯ୍ୟନ୍ତ ଚିଲିକାରେ ଯାତ୍ରୀବାହୀ ଡଙ୍ଗା ଚଳାଚଳକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରାଯାଇଛି ।
ଏ ନେଇ ବିଭିନ୍ନ ମୋଟର ବୋଟ ଆସୋସିଏଶନକୁ ସ୍ଥାନୀୟ ପ୍ରାଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ବାଲୁଗାଁ ଏସ୍‌ଡିପିସ ଏବଂ ଚିଲିକା ତହସିଲଦାର ମିଳିତ ଭାବେ ଏହି ସୂଚନା ଦେଇଛନ୍ତି ।