ଗଜପତିରେ ପାସ୍‌ ହାର ୯୯.୩୫%: ରାଜ୍ୟରେ ସର୍ବାଧିକ, କେକ୍‌ କାଟି ଉତ୍ସବ ମନାଇଲେ ଜିଲା ଶିକ୍ଷାଧିକାରୀ

ପାରଳାଖେମୁଣ୍ଡି,୨।୫(ଗିରିଧାରୀ ପରିଚ୍ଛା): ମାଟ୍ରିକ ପରୀକ୍ଷା ଫଳ ଶୁକ୍ରବାର ଦିନ ପ୍ରକାଶ ପାଇଛି। ରାଜ୍ୟରେ ପାସ ହାର ପ୍ରାୟ ୯୫ ପ୍ରତିଶତ ଥିବା ବେଳେ ଗଜପତି ଜିଲ୍ଲାରେ ସର୍ବାଧିକ ୯୯.୩୫ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଯାହାକି ଚଳିତ ବର୍ଷ ଓଡିଶାରେ ସର୍ବାଧିକ ପାସ ହାର।ଯାହାକୁ ନେଇ ଶିକ୍ଷା ବିଭାଗ ଉତ୍ସାହିତ ହୋଇଛି। ଅଧିକାରୀ ମାୟାଧର ସାହୁ ସଫଳତାକୁ ନେଇ ପାରଳାଖେମୁଣ୍ଡିସ୍ତ ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟଠାରେ କେକ କାଟି ଉତ୍ସବ ମନାଇଛନ୍ତି।

ସୂଚନାନୁଯାୟୀ, ଜିଲାର ଏଭଳି ସଫଳତା ପାଇବା ପାଇଁ ପୂର୍ବରୁ ଶିକ୍ଷା ବିଭାଗ ପକ୍ଷରୁ ଏକ ଡାଇଗ୍ରାମ ପ୍ରସ୍ତୁତ କରାଯାଇଥିଲା ଏହା ମୁତାବକ ପିଲାଙ୍କ ଉପରେ କୌଣସି ଚାପ ନଦେଇ ପଢା ପ୍ରତି ଯେପରି ଆଗ୍ରହ ସୃଷ୍ଟି ହେବ ଏବଂ ଅଧିକରୁ ଅଧିକ ପିଲା ଉତ୍ସାହିତ ହୋଇ କିପରି ପରୀକ୍ଷା ଦେବେ ସେ ନେଇ ପ୍ରଚେଷ୍ଟା ଜାରି ରହିଥିଲା। ଆଦିବାସୀ ବହୁଳ ଜିଲାରେ ଛାତ୍ରୀଛାତ୍ରମାନଙ୍କୁ ପାଠପଢାରେ ଆଗ୍ରହ ସୃଷ୍ଟି କରାଇବା ଏକ ଚାଲେଜିଙ୍ଗ ଥିଲା। ତଥାପି ସମସ୍ତ ଶିକ୍ଷକ ଉଦ୍ୟମ ଜାରି ରଖିଥିଲେ । ଜିଲାର ସଫଳତା ପାଇଁ ଜିଲାପାଳଙ୍କ ସହଯୋଗ ମଧ୍ୟ ରହିଥିଲା । ତେଣୁ ଏହି ସଫଳତାର ଶ୍ରେୟ ଜିଲାପାଳଙ୍କ ସହ ସମସ୍ତ ଶିକ୍ଷକଙ୍କୁ ଯାଉଛି ବୋଲି ଜିଲା ଶିକ୍ଷା ଅଧିକାରୀ କହିଛନ୍ତି । ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ପ୍ରୋଜ୍ୟୋତି ଚୌଧୁରୀ ୫୬୬ ମାର୍କ ରଖି ଜିଲାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ମୋଟାମୋଟି ଭାବେ ଦେଖିବାକୁ ଗଲେ ସରକାରୀ ସ୍କୁଲରୁ ୧୩ ଜଣ ଛାତ୍ରଛାତ୍ରୀ ଏ-୧ ହାସଲ କରିଥିବା ବେଳେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ୨ଜଣ ଏ-୧ ହାସଲ କରିଛନ୍ତି।
ଜିଲାରେ ସମୁଦାୟ ୭୪୯୯ ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଏଥିମଧ୍ୟରେ ଛାତ୍ରଙ୍କ ସଂଖ୍ୟା ୩୮୦୯ ଜଣ ଏବଂ ଛାତ୍ରୀଙ୍କ ସଂଖ୍ୟା ୩୬୯୦ ଜଣ ରହିଛନ୍ତି । ଏ-୧ରେ ୧୫ ଜଣ, ଏ-୨ରେ ୬୩୩ ଜଣ, ବି-୧ରେ ୨୨୫୪, ବି୨-ରେ ୨୩୬୫, ସି ରେ ୧୩୩୧, ଡି ରେ ୭୪୫, ଇରେ ୧୫୬ ଏବଂ ଏଫ୍‌ ଗ୍ରେଡ ରେ ୪୨ ଜଣ ରହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱଶାନ୍ତି ପାଇଁ ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ମଦନମୋହନପୁର ଗ୍ରାମସ୍ଥିତ ଶ୍ରୀ ମହାକାଳେଶର ଶୈବପୀଠରେ ବଶ୍ୱଶାନ୍ତି ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ପାଇଁ ପ୍ରସ୍ତୁତି…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

ରାସ୍ତା କଡ଼ ତାର ବାଡ଼ରେ ପିଟିହେଲା ବାଇକ୍‌, ଆଉ ତା’ପରେ…

କଳିଙ୍ଗନଗର,୨୨।୩(ଶୁଭାଶିଶ ରାଉତ): ଯାଜପୁର ଜିଲା କୋରାଇ ଥାନା ଅଧୀନ ଖମିଗାଁ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍‌ ଭାରସାମ୍ୟ ହରାଇ ସ୍ଥାନୀୟ ପଛିକୋଟ…

କ୍ରସର ୟୁନିଟରୁ ଚୋରି, ବିଳମ୍ବିତ ରାତିରେ ପାଣି ମୋଟର…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ କେ.ସାମନ୍ତରାପୁର ଗ୍ରାମ ନିକଟ ଷ୍ଟୋନ କ୍ରସର ୟୁନିଟରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି…

ସ୍ୱାମୀ ଚେତନାନନ୍ଦଙ୍କ ଆଧ୍ୟାତ୍ମିକ ବାଣୀ ମାନବ ଜୀବନକୁ ଶୃଙ୍ଖଳିତ କରିପାରିବ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନ୍‌ଏସି ୧୦ନମ୍ୱର ୱାର୍ଡ ଗଡ଼ ଚୈତନ୍ୟପୁର ଶାସନ ସାହି ସ୍ଥିତ ସ୍ୱାମୀ ଚେତନାନନ୍ଦ ସାରସ୍ୱତ ବିଦ୍ୟାମନ୍ଦିରର ୧୫ତମ ବାର୍ଷିକୋତ୍ସବ ଏବଂ ଦୁଇଦିନ…

ସରକାରୀ ଜମି ଜବରଦଖଲ, ଚୌରଗଡ଼ିଆ ଗ୍ରାମରେ ତୀବ୍ର ଜନଅସନ୍ତୋଷ

ବଞ୍ଚୋ,୨୨।୩(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଚୋରଗାଡ଼ିଆ ଗ୍ରାମରେ ସରକାରୀ ଜମି ଜବରଦଖଲକୁ ନେଇ ଜନଅସନ୍ତୋଷ ଦେଖାଦେଇଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ,…

ବାଇକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବତୀ, ଯୁବକଙ୍କ ଜୀବନ

ମୁନିଗୁଡ଼ା,୨୨।୩: ରାୟଗଡ଼ା ଜିଲା ବିଷମକଟକ ଥାନା ଚାଟିକଣାଠାରେ ରବିବାର ଏକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ଯୁବତୀ ଏବଂ ଯୁବକଙ୍କ ମୃତ୍ୟୁ ଘଟିଛି। ହେଲେ ସେମାନଙ୍କ ପରିଚୟ…

ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ବଡ଼ ଘୋଷଣା କରି…..

ଭୁବନେଶ୍ବର,୨୨।୩: ରାଜ୍ୟ ସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକସେବା ଭବନ କନଭେନଶନ ସେଣ୍ଟର ଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri