ରିଲିଜ୍‌ ହେଲା ‘ଶକୁନ୍ତଳା ଦେବୀ’ର ପ୍ରଥମ ଗୀତ

ମୁମ୍ବାଇ: ବଲିଉଡ୍‌ ନାୟିକା ବିଦ୍ୟା ବଲାନଙ୍କ ଅଭିନୀତ ଫିଲ୍ମ ‘ଶକୁନ୍ତଳା ଦେବୀ’ର ପ୍ରଥମଗୀତ ‘ପାସ ନେହିଁ ତୋ ଫେଲ୍‌ ନେହିଁ’ ରିଲିଜ୍‌ ହୋଇଛି। ଏଥିରେ ବିଦ୍ୟା କେତେଜଣ ସ୍କୁଲ ପିଲାଙ୍କ ଗହଣରେ ଦେଖିବାକୁ ମିଳିଛନ୍ତି। ଏଥିରେ ସେ ଭିନ୍ନ ଢଙ୍ଗରେ ପିଲାଙ୍କୁ ଗଣିତ ଶିକ୍ଷା ଦେଉଥିବା ଦେଖାଯାଇଛି। ଏହା ଏକ ମଜାଦାର ଗୀତ ବୋଲି କୁହାଯାଉଛି। ଏଥିରେ ସୁନିଧି ଚୌହାନ କଣ୍ଠଦାନ କରିଥିବା ବେଳେ ଏହାର ମ୍ୟୁଜିକ ଦେଇଛନ୍ତି ସଚିନ-ଜିଗର। ଏହାକୁ ଜି ମ୍ୟୁଜିକ କମ୍ପାନୀ ଟୁଇଟରରେ ଶେୟାର କରିଛି। କିଛି ସମୟ ମଧ୍ୟରେ ସୋସିଆଲ ମିଡିଆରେ ଏହି ଗୀତକୁ ଭଲ ରେସପନ୍ସ ମିଳିଛି। ହ୍ୟୁମାନ କମ୍ପ୍ୟୁଟର ଭାବେ ପରିଚିତ ଶକୁନ୍ତଳା ଦେବୀଙ୍କ ଜୀବନ କାହାଣୀ ଉପରେ ଆଧାରିତ ଏହି ଫିଲ୍ମ। ଗିନିଜ ବୁକ୍‌ ଅଫ୍‌ ଓ୍ବାର୍ଲଡ ରେକର୍ଡରେ ସ୍ଥାନ ପାଇଥିବା ଶକୁନ୍ତଳା ଦେବୀଙ୍କ ଚରିତ୍ରରେ ବିଦ୍ୟା ଅଭିନୟ କରିଛନ୍ତି। ବିଦ୍ୟାଙ୍କ ବ୍ୟତିତ ଏଥିରେ ସାନ୍ୟା ମାଲହୋତ୍ରା, ଅମିତ ସାଧ ଓ ଜିସୁ ସେନଗୁପ୍ତା ନଜର ଆସିବେ।

Share