ବିବାହ କଲେ ଏହି ପ୍ରସିଦ୍ଧ ଅଭିନେତା

ବଲିଉଡ୍‌ ସୁପରହିଟ୍‌ ଫିଲ୍ମ ‘କୁଛ୍‌ କୁଛ୍‌ ହୋତା ହୈ’ରେ ଶିଶୁ କଳାକାର ଭାବେ ଅଭିନୟ କରି ଚର୍ଚ୍ଚାକୁ ଆସିଥିବା ଅଭିନେତା ପରଜାନ ଦସ୍ତୁତ ପ୍ରେମିକା ଡେଲନା ଶ୍ରଫ୍‌ଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଉଭୟ ପାର୍ସୀ ରୀତିନୀତିରେ ବିବାହ କରିଛନ୍ତି। ଏହି ସମୟର ଅନେକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବିବାହ ଅବସରରେ ପରଜାନ ଏକ ଧଳା କୁର୍ତ୍ତା ପାଇଜାମା ସାଙ୍ଗକୁ ମୁଣ୍ଡରେ ଟୋପି ପିନ୍ଧିଛନ୍ତି। ସେହିପରି ଡେଲନା ଖଇରିଆ ରଙ୍ଗର ସାଢ଼ି ପିନ୍ଧିଥିବାର ଦେଖିବାକୁ ମିଳୁଛି। ଏହି ଫଟୋକୁ ନିଜେ ପରଜାନ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିଛନ୍ତି। ଫିଲ୍ମ ସାଙ୍ଗକୁ କିଛି ବିଜ୍ଞାପନରେ ମଧ୍ୟ ପରଜାନ କାମ କରିସାରିଛନ୍ତି।
ଡେଲନାଙ୍କ ସହ ନିର୍ବନ୍ଧ ପରଠାରୁ ସେ ଉଭୟଙ୍କର ଅନେକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଆସୁଥିଲେ। ତାଙ୍କର ଗୋଟିଏ ଫଟୋକୁ ପ୍ରଶଂସକଙ୍କମାନେ ବହୁତ ପସନ୍ଦ କରିବା ସହ କମେଣ୍ଟ ମଧ୍ୟ କରିଥିଲେ। ଉକ୍ତ ଫଟୋଟି ସନ୍ଧ୍ୟା ସମୟରେ ସମୁଦ୍ର କୂଳରେ ଡେଲନାଙ୍କୁ ପ୍ରପୋଜ କରିବା ଅବସରର ଥିଲା।

Share