Categories: ଜାତୀୟ

ଯେଉଁ ପାର୍ଟି ଜୀବନ ସାରା ସମ୍ମାନ ଦେଲା, ଶେଷରେ ତାପ୍ରତି ବିଶ୍ୱାସଘାତକତା କଲ: ଗୁଲାମ ନବୀଙ୍କୁ କଂଗ୍ରେସ ନେତାଙ୍କ ପ୍ରଶ୍ନ…

ନୂଆଦିଲ୍ଲୀ,୧୧।୪ : କଂଗ୍ରେସର ବରିଷ୍ଠ ନେତା ସୈଫୁଦ୍ଦିନ ସୋଜ ମଙ୍ଗଳବାର ଗୁଲାବ ନବୀ ଆଜାଦଙ୍କୁ ପାଲଟା ଜବାବ ଦେଇଛନ୍ତି। ସୋଜ କହିଛନ୍ତି, ଆଜାଦ ଲୋକଙ୍କ ମଧ୍ୟରେ ବିଶ୍ୱାସ ଜାଗ୍ରତ କରି ପାରିବେ ନାହିଁ ଯେ ଦଳ ପ୍ରତି ତାଙ୍କର ଅବିଶ୍ୱାସ ଯଥାର୍ଥ ଅଟେ। ନିର୍ବାଚନ ଆସିବା ମାତ୍ରେ ଗୁଲାମ ନବୀ ଭାଜପାର ନିକଟତର ହୋଇ ଯାଇଥାନ୍ତି।

ନିକଟରେ ଆଜାଦ ଗାନ୍ଧୀ ପରିବାର ବିଷୟରେ କହିଥିଲେ, ରାହୁଲଙ୍କ ସମେତ ତାଙ୍କ ପରିବାରର ବେଆଇନ ବ୍ୟବସାୟୀଙ୍କ ସହ ସମ୍ପର୍କ ରହିଛି। ମୁଁ ଆପଣଙ୍କୁ ୧୦ ଟି ଉଦାହରଣ ଦେଇପାରେ ସେ ଯେଉଁଆଡେ ଦେଶ ବାହାରକୁ ଯାଆନ୍ତୁ ଏଭଳି ବ୍ୟବସାୟୀଙ୍କୁ ଭେଟିଥାନ୍ତି। ଆଜାଦଙ୍କ ବିବୃତ୍ତିର ଉତ୍ତରରେ ସୋଜ କହିଛନ୍ତି, ଦିନକୁ ଦିନ ଗୁଲାମ ନବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ତାଙ୍କର ବିଶ୍ୱସ୍ତତା ପ୍ରମାଣ କରିବାକୁ ଚେଷ୍ଟା କରୁଛନ୍ତି। ମୁଁ ଦୁଃଖିତ, ଗୁଲାମ ନବୀ ନିଜ ରାଜନୈତିକ କ୍ୟାରିୟରର ଶେଷ ପର୍ଯ୍ୟାୟରେ ନିଜକୁ ଏକ ଅଦରକାରୀ ଉପାୟରେ ଉପସ୍ଥାପନ କରୁଛନ୍ତି । ଆଜାଦ ତାଙ୍କର ଶେଷ ପର୍ଯ୍ୟାୟରେ ଦଳ ଛାଡିଥିଲେ। ଦଳ ତାଙ୍କୁ ସାରା ଜୀବନ ସମ୍ମାନୀତ କରିଥିଲା। କଶ୍ମୀରବାସୀଙ୍କ ସମେତ ଲକ୍ଷ ଲକ୍ଷ ଲୋକ ତାଙ୍କୁ ସମ୍ମାନ କରୁଥିଲେ।

ଗୁଲାମ ନବୀଙ୍କୁ ପୂର୍ବରୁ ଅନେକ ଥର ଭାଜପାର ନିକଟତର ହେବା ଦେଖିବାକୁ ମିଳିଥିଲା। ନିର୍ବାଚନ ରାଜନୀତିରେ ତାଙ୍କର ଅଂଶଗ୍ରହଣ ଭୋଟ ବିଭାଜନ କରିବ। ଏହା ଜମ୍ମୁ-କଶ୍ମୀର ଅଞ୍ଚଳରେ ଭାଜପା ପାଇଁ ଲାଭଦାୟକ ହେବ। ତେବେ କଂଗ୍ରେସ ପାଇଁ ଏହା ଯୋଗୁ କୌଣସି ଫରକ ପଡ଼ିବ ନାହିଁ, ଜନସାଧାରଣ ଜାଣନ୍ତି ଯେ ଆଜାଦ ଦଳ ପ୍ରତି ବିଶ୍ୱାସଘାତକତା କରିଛନ୍ତି। ଜନସାଧାରଣ ଜାଣନ୍ତି ଯେତେବେଳେ ଦଳ ଫାସିବାଦୀ ଚିନ୍ତାଧାରା ସହିତ ଲଢୂଥିଲା ସେତେବେଳେ ଗୁଲାମ ନବୀ କଂଗ୍ରେସ ଛାଡିଥିଲେ। ସାଧାରଣ ଲୋକ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କଂଗ୍ରେସ ଛାଡିବା ପରେ ଗୁଲାମ ନବୀ ତାଙ୍କର ଗଣତାନ୍ତ୍ରିକ ପ୍ରଗତିଶୀଳ ଆଜାଦ ପାର୍ଟି ଗଠନ କରିଥିଲେ। ଏହା କଂଗ୍ରେସ ପ୍ରତି ବିଶ୍ୱାସଘାତ ବୋଲି ସେ କହିଛନ୍ତି।

Share