ସରଳ ସୁବିଧା ଯୋଗାଇବ ସହଭାଗିତା

ନୂଆଦିଲ୍ଲୀ,୨୪।୧୨: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ‘ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ୍‌ (ଏଚ୍‌ସିଆଇଏଲ୍‌) ଓ ଇଣ୍ଡିଆନ ବ୍ୟାଙ୍କ ମଧ୍ୟରେ ଏକ ଦ୍ୱିପାକ୍ଷିକ ବାଣିଜି୍ୟକ ସହଭାଗିତା ହୋଇଥିବା ଜଣାପଡିଛି। ବିଶେଷକରି ଏଚ୍‌ସିଆଇଏଲ୍‌ର ଗ୍ରାହକଙ୍କ ପାଇଁ ସହଜ, ସୁଲଭ ଏବଂ ଆକର୍ଷଣୀୟ ଆର୍ଥିକ ଯୋଜନା ଯୋଗାଇଦେବା ଲକ୍ଷ୍ୟରେ ଏହି ସହଭାଗିତା ହୋଇଥିବା ଉଭୟ ସଂସ୍ଥାଙ୍କ ପକ୍ଷରୁ କୁହାଯାଇଛି। ଏପରିକି ସହଜ ଋଣ ଆବଣ୍ଟନ, ଯୁକ୍ତିଯୁକ୍ତ ସୁଧହାର, ସ୍ବତନ୍ତ୍ର ଅଫର, ନମନୀୟ ନୀତି ସମୂହ ଏବଂ ସରଳୀକୃତ ପଦ୍ଧତି ଆଦି ଯୋଗାଇଦେଇ ହୋଣ୍ଡା ଉପତ୍ାଦଗୁଡିକ କ୍ରୟ ବ୍ୟବସ୍ଥାକୁ ଏହା ସହଜ କରିବ। ସେହିଭଳି ସମଗ୍ର ଦେଶରେ ଇଣ୍ଡିଆନ ବ୍ୟାଙ୍କର ୫୭୦୦ରୁ ଅଧିକ ଶାଖା ଏବଂ ଏଚ୍‌ସିଆଇଏଲ୍‌ ଡିଲର ନେଟ୍‌ୱର୍କରେ ଉକ୍ତ ସେବାର ଫାଇଦା ପାଇପାରିବେ।
ଏ ସମ୍ପର୍କରେ ଏଚ୍‌ସିଆଇଏଲ୍‌ର ଭାଇସ୍‌ ପ୍ରେସିଡେଣ୍ଟ (ମାର୍କେଟିଂ ଆଣ୍ଡ ସେଲ୍‌ସ) କୁନାଲ ବେହଲ କହିଛନ୍ତି, ସମସ୍ତ ହୋଣ୍ଡା ଗ୍ରାହକଙ୍କୁ ସରଳ ଫାଇନାନ୍ସ ବିକଳ୍ପ ସହ ଏହି ଶ୍ରେଣୀରେ ସର୍ବୋତ୍ତମ ଅନୁଭୂତି ଓ ସହାୟତା ଯୋଗାଇଦେବା ଲକ୍ଷ୍ୟରେ ଇଣ୍ଡିଆନ ବ୍ୟାଙ୍କ ସହ ଉକ୍ତ ବୁଝାମଣା କରାଯାଇଛି। ହୋଣ୍ଡା ସର୍ବଦା ତାହାର ଗ୍ରାହକଙ୍କ ଦାବି ପୂରଣକୁ ଅଗ୍ରାଧିକାର ପ୍ରଦାନ ନିମନ୍ତେ ପ୍ରୟାସ କରିଆସୁଛି ଏବଂ ଏହି ସହଭାଗିତା ଆମ ଗ୍ରାହକଙ୍କୁ ଏକ ଅନନ୍ୟ ମାଲିକାନା ଅନୁଭୂତି ପ୍ରଦାନ ନିମନ୍ତେ ଆମର ପ୍ରତିବଦ୍ଧତାକୁ ଦର୍ଶାଉଛି। ସେହିଭଳି ଇଣ୍ଡିଆନ ବ୍ୟାଙ୍କର ଜିଏମ୍‌ (ରିଟେଲ ଆସେଟ୍ସ) ବିକାଶ କୁମାର କହିଛନ୍ତି, ଏଚ୍‌ସିଆଇଏଲ୍‌ ସହ ଆମର ଏହି ସହଭାଗିତା ଗ୍ରାହକଙ୍କୁ ଦ୍ରୁତତର ଅର୍ଥଲଗାଣ ନିମନ୍ତେ ସୁଯୋଗ ପ୍ରଦାନ କରିବ। ଭାରତରେ ଇଣ୍ଡିଆନ ବ୍ୟାଙ୍କର ଦୃଢ ଉପସ୍ଥିତି ରହିଛି, ଆମେ ଦୃଢ ନିଶ୍ଚିତ ଯେ ଆମର ଡିଜିଟାଲ ଋଣ ପ୍ରଦାନ ପଦ୍ଧତି ନିଜ ପାଇଁ ଏବଂ ପରିବାର ପାଇଁ ଏକ ନୂଆ ଗାଡ଼ି କିଣିବାକୁ ଚାହୁଁଥିବା ଗ୍ରାହକଙ୍କୁ ସହଜ ଓ ସର୍ବୋତ୍ତମ ସ୍ବାଚ୍ଛନ୍ଦ୍ୟପୂର୍ଣ୍ଣ ଫାଇନାନ୍ସ ସୁବିଧା ଯୋଗାଇଦେବ। ଆମେ ଯାନବାହନ ଫାଇନାନ୍ସ ପ୍ରକ୍ରିୟାକୁ ସହଜ କରିବା ଏବଂ ଉଭୟ ଉପତ୍ାଦ ଓ ସେବା ଦୃଷ୍ଟିରୁ ଗ୍ରାହକଙ୍କୁ ପରିବର୍ଦ୍ଧିତ ଅନୁଭୂତି ପ୍ରଦାନ କରିବା ନିମନ୍ତେ ଉତ୍ସର୍ଗୀକୃତ ରହିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ବଡ଼ ପରିବର୍ତ୍ତନ: ବଦଳିଲା ପ୍ରମୁଖ ବିଷୟର ତାରିଖ

ଭୁବନେଶ୍ୱର,୯ା୧୨: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମଙ୍ଗଳବାର ୨୦୨୬ ମସିହା ପାଇଁ ହେବାକୁ ଥିବା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସୂଚୀରେ କିଛି...

ଓଡ଼ିଶାକୁ ‘ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାର

ଭୁବନେଶ୍ୱର,୯ା୧୨: ହାଇଦ୍ରାବାଦରେ ଆୟୋଜିତ ତିନି ଦିନିଆ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରାଭେଲ ମାର୍ଟ (IITM) ରେ ଓଡ଼ିଶାକୁ ‘ଭାରତରେ ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାରରେ ସମ୍ମାନିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri