ସରଳ ସୁବିଧା ଯୋଗାଇବ ସହଭାଗିତା

ନୂଆଦିଲ୍ଲୀ,୨୪।୧୨: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ‘ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ୍‌ (ଏଚ୍‌ସିଆଇଏଲ୍‌) ଓ ଇଣ୍ଡିଆନ ବ୍ୟାଙ୍କ ମଧ୍ୟରେ ଏକ ଦ୍ୱିପାକ୍ଷିକ ବାଣିଜି୍ୟକ ସହଭାଗିତା ହୋଇଥିବା ଜଣାପଡିଛି। ବିଶେଷକରି ଏଚ୍‌ସିଆଇଏଲ୍‌ର ଗ୍ରାହକଙ୍କ ପାଇଁ ସହଜ, ସୁଲଭ ଏବଂ ଆକର୍ଷଣୀୟ ଆର୍ଥିକ ଯୋଜନା ଯୋଗାଇଦେବା ଲକ୍ଷ୍ୟରେ ଏହି ସହଭାଗିତା ହୋଇଥିବା ଉଭୟ ସଂସ୍ଥାଙ୍କ ପକ୍ଷରୁ କୁହାଯାଇଛି। ଏପରିକି ସହଜ ଋଣ ଆବଣ୍ଟନ, ଯୁକ୍ତିଯୁକ୍ତ ସୁଧହାର, ସ୍ବତନ୍ତ୍ର ଅଫର, ନମନୀୟ ନୀତି ସମୂହ ଏବଂ ସରଳୀକୃତ ପଦ୍ଧତି ଆଦି ଯୋଗାଇଦେଇ ହୋଣ୍ଡା ଉପତ୍ାଦଗୁଡିକ କ୍ରୟ ବ୍ୟବସ୍ଥାକୁ ଏହା ସହଜ କରିବ। ସେହିଭଳି ସମଗ୍ର ଦେଶରେ ଇଣ୍ଡିଆନ ବ୍ୟାଙ୍କର ୫୭୦୦ରୁ ଅଧିକ ଶାଖା ଏବଂ ଏଚ୍‌ସିଆଇଏଲ୍‌ ଡିଲର ନେଟ୍‌ୱର୍କରେ ଉକ୍ତ ସେବାର ଫାଇଦା ପାଇପାରିବେ।
ଏ ସମ୍ପର୍କରେ ଏଚ୍‌ସିଆଇଏଲ୍‌ର ଭାଇସ୍‌ ପ୍ରେସିଡେଣ୍ଟ (ମାର୍କେଟିଂ ଆଣ୍ଡ ସେଲ୍‌ସ) କୁନାଲ ବେହଲ କହିଛନ୍ତି, ସମସ୍ତ ହୋଣ୍ଡା ଗ୍ରାହକଙ୍କୁ ସରଳ ଫାଇନାନ୍ସ ବିକଳ୍ପ ସହ ଏହି ଶ୍ରେଣୀରେ ସର୍ବୋତ୍ତମ ଅନୁଭୂତି ଓ ସହାୟତା ଯୋଗାଇଦେବା ଲକ୍ଷ୍ୟରେ ଇଣ୍ଡିଆନ ବ୍ୟାଙ୍କ ସହ ଉକ୍ତ ବୁଝାମଣା କରାଯାଇଛି। ହୋଣ୍ଡା ସର୍ବଦା ତାହାର ଗ୍ରାହକଙ୍କ ଦାବି ପୂରଣକୁ ଅଗ୍ରାଧିକାର ପ୍ରଦାନ ନିମନ୍ତେ ପ୍ରୟାସ କରିଆସୁଛି ଏବଂ ଏହି ସହଭାଗିତା ଆମ ଗ୍ରାହକଙ୍କୁ ଏକ ଅନନ୍ୟ ମାଲିକାନା ଅନୁଭୂତି ପ୍ରଦାନ ନିମନ୍ତେ ଆମର ପ୍ରତିବଦ୍ଧତାକୁ ଦର୍ଶାଉଛି। ସେହିଭଳି ଇଣ୍ଡିଆନ ବ୍ୟାଙ୍କର ଜିଏମ୍‌ (ରିଟେଲ ଆସେଟ୍ସ) ବିକାଶ କୁମାର କହିଛନ୍ତି, ଏଚ୍‌ସିଆଇଏଲ୍‌ ସହ ଆମର ଏହି ସହଭାଗିତା ଗ୍ରାହକଙ୍କୁ ଦ୍ରୁତତର ଅର୍ଥଲଗାଣ ନିମନ୍ତେ ସୁଯୋଗ ପ୍ରଦାନ କରିବ। ଭାରତରେ ଇଣ୍ଡିଆନ ବ୍ୟାଙ୍କର ଦୃଢ ଉପସ୍ଥିତି ରହିଛି, ଆମେ ଦୃଢ ନିଶ୍ଚିତ ଯେ ଆମର ଡିଜିଟାଲ ଋଣ ପ୍ରଦାନ ପଦ୍ଧତି ନିଜ ପାଇଁ ଏବଂ ପରିବାର ପାଇଁ ଏକ ନୂଆ ଗାଡ଼ି କିଣିବାକୁ ଚାହୁଁଥିବା ଗ୍ରାହକଙ୍କୁ ସହଜ ଓ ସର୍ବୋତ୍ତମ ସ୍ବାଚ୍ଛନ୍ଦ୍ୟପୂର୍ଣ୍ଣ ଫାଇନାନ୍ସ ସୁବିଧା ଯୋଗାଇଦେବ। ଆମେ ଯାନବାହନ ଫାଇନାନ୍ସ ପ୍ରକ୍ରିୟାକୁ ସହଜ କରିବା ଏବଂ ଉଭୟ ଉପତ୍ାଦ ଓ ସେବା ଦୃଷ୍ଟିରୁ ଗ୍ରାହକଙ୍କୁ ପରିବର୍ଦ୍ଧିତ ଅନୁଭୂତି ପ୍ରଦାନ କରିବା ନିମନ୍ତେ ଉତ୍ସର୍ଗୀକୃତ ରହିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଖଣି, ଶିଳ୍ପାଞ୍ଚଳର ଗ୍ରାମାଞ୍ଚଳ ପାଠାଗାର ଚିନ୍ତା

ଯାଜପୁର,୨ା୪(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ କଲେଜ, ହାଇସ୍କୁଲ ଓ ସାଧାରଣ ପାଠାଗାର ପ୍ରାୟ ୪୦୦ ଭଳି ରହିଛି। କେତେକ ପାଠାଗାରରେ ୫୦ରୁ ୬୦ ବର୍ଷ ପୁରୁଣା ମୂଲ୍ୟବାନ…

ଚୋରାରେ ଚାଲିଛି ଗ୍ୟାସ୍‌ କାରବାର, ୯୦ ଘରୋଇ ସିଲିଣ୍ଡର ଜବତ

ମୋହନା,୨ା୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଅଞ୍ଚଳରୁ ଗୋଟିଏ ଗାଁରୁ ୯୦ଟି ଘରୋଇ ସିଲିଣ୍ଡର ଜବତ ହୋଇଛି। ଇରାନ ଓ ଆମେରିକା ଯୁଦ୍ଧ ଲାଗିବା ପରଠାରୁ…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଇରାନ ଉପରେ ବଡ଼ ଆକ୍ରମଣ କରିବ ଆମେରିକା: ସମୟ କହିଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଜାତି ଉଦ୍ଦେଶ୍ୟରେ ଏକ ଭାଷଣ ଦେଇଛନ୍ତି। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି,ଯୁଦ୍ଧ ଏପର୍ଯ୍ୟନ୍ତ…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri