ଇନ୍‌ଭେସ୍‌କୋ ସହ ଆଇଆଇଏଚ୍‌ଏଲ୍‌ର ସହ ଭାଗିତା

ଭୁବନେଶ୍ୱର,୧୨।୪: ଇଣ୍ଡସ୍‌ଇଣ୍ଡ୍‌ ଇଣ୍ଟରନ୍ୟାଶନାଲ ହୋଲ୍‌ଡିଂସ୍‌ ଲିମିଟେଡ୍‌ (ଆଇଆଇଏଚ୍‌ଏଲ୍‌) ଏବଂ ଇନ୍‌ଭେସ୍‌କୋ ଲିମିଟେଡ୍‌ ମଧ୍ୟରେ ଏକ ଯୌଥ ଉଦ୍ୟୋଗ ସ୍ଥାପନକୁ ନେଇ ନିକଟରେ ସହଭାଗିତା ସ୍ଥାପନ ହୋଇଛି। ଏପରିକି ଇନ୍‌ଭେସ୍‌କୋ ଆସେଟ୍‌ ମ୍ୟାନେଜମେଣ୍ଟ ଇଣ୍ଡିଆ ଲିମିଟେଡ୍‌ (ଆଇଏଏମ୍‌ଆଇଏଲ୍‌)ର ୬୦% ଅଂଶଧନକୁ ଆଇଆଇଏଚ୍‌ଏଲ୍‌ ଅଧିଗ୍ରହଣ କରିବ। ଉଲ୍ଲେଖଯୋଗ୍ୟ, ଆଇଏଏମ୍‌ଆଇ ହେଉଛି, ଇନ୍‌ଭେସ୍‌କୋ ଲିମିଟେଡ୍‌ର ଭାରତୀୟ ଶାଖା କମ୍ପାନୀ, ଯାହାର ପରିଚାଳନା ଅଧୀନ ସମ୍ପତ୍ତି ପରିମାଣ ୧.୬ ଟ୍ରିଲିଅନ୍‌ ଡଲାର ରହିଛି।

ଆଇଆଇଏଚ୍‌ଏଲ୍‌ ହେଉଛି, ଇଣ୍ଡସ୍‌ଇଣ୍ଡ୍‌ ବ୍ୟାଙ୍କ ପ୍ରତିଷ୍ଠା କରିଥିବା ସଂସ୍ଥା ଯାହା ଭାରତର ୫ମ ବୃହତମ ଘରୋଇ ବ୍ୟାଙ୍କ। ଭାରତୀୟ ରିଜର୍ଭ ବ୍ୟାଙ୍କ ଅଧୀନରେ ପରିଚାଳିତ ହେଉଥିବା ଏହି ବ୍ୟାଙ୍କ ବିଏସ୍‌ଇ ଓ ଏନ୍‌ଏସ୍‌ଇରେ ତାଲିକାଭୁକ୍ତ ରହିଛି। ନୂତନ ଭାବେ ଗଠନ ହେବାକୁ ଥିବା ଯୌଥ ଉଦ୍ୟୋଗରେ ଇନ୍‌ଭେସ୍‌କୋର ୪୦% ଅଂଶଧନ ରହିବ ଏବଂ ଉଭୟ ତା’ର ପ୍ରାୟୋଜକ ମାନ୍ୟତା ବଜାୟ ରଖିବେ। ଏ ନେଇ ଆଇଆଇଏଚ୍‌ଏଲ୍‌ର ଅଧ୍ୟକ୍ଷ ଅଶୋକ ହିନ୍ଦୁଜା କହିଛନ୍ତି,ଇନ୍‌ଭେସ୍କୋ ସହିତ ଏହି ସହଭାଗିତା ଆମ ବ୍ୟବସାୟ ଦର୍ଶନ ଏବଂ ନୀତି ‘ଅଭିବୃଦ୍ଧି ପାଇଁ ସହଯୋଗିତା’ ଏବଂ ‘ଆକ୍ଟ ଲୋକାଲ ଥିଙ୍କ୍‌ ଗ୍ଲୋବାଲ’ ସହ ସଂଯୁକ୍ତ ଏବଂ ଏହା ଆମ ଅଂଶୀଦାରମାନଙ୍କ ପାଇଁ ମୂଲ୍ୟ ସୃଷ୍ଟି ଯାତ୍ରାର ଆଉ ଏକ ପଦକ୍ଷେପ ହେବ ବୋଲି ଆକଳନ କରାଯାଉଛି।

ଇନ୍‌ଭେସ୍କୋ ଏସିଆ ପ୍ୟାସିଫିକ୍‌ର ବରିଷ୍ଠ ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆଣ୍ଡ୍ରି୍ୟୁ ଲୋ କହିଛନ୍ତି, ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ବଜାରରେ ଅଧିକ ଘରୋଇ ନିବେଶକଙ୍କୁ ସେବା ଯୋଗାଇବା ପାଇଁ ଆମର ଉଚ୍ଚ ଗୁଣବତ୍ତା, ବିଶ୍ୱସ୍ତରୀୟ ଏବଂ ଘରୋଇ ନିବେଶ କ୍ଷମତାର ବିତରଣ ଜାରି ରଖିବା ପାଇଁ ଆମେ ଆଇଆଇଏଚ୍‌ଏଲ୍‌ ସହିତ ସହଯୋଗିତା ସ୍ଥାପନକରି ଉତ୍ସାହିତ ଅଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡ଼ି ଉପରେ ଏୟାର ଷ୍ଟ୍ରାଇକ୍‌, ଲେବାନନ୍‌ ସେନା ଅଫିସରଙ୍କ ସମେତ ଚାଲିଗଲା ୯ ଜୀବନ

ବେରୁଟ୍‌ ,୬ା୬: ଇସ୍ରାଏଲ ଏବଂ ଲେବାନନ୍‌ ମଧ୍ୟରେ ନୂଆ ଅସ୍ତ୍ରବିରତି ଚୁକ୍ତିନାମା ସତ୍ତ୍ୱେ ଇସ୍ରାଏଲୀ ସେନା ଆକ୍ରମଣ ଜାରି ରଖିଛି। ଇସ୍ରାଏଲୀ ସେନା ଶନିବାର ଦକ୍ଷିଣ ଲେବାନନ୍‌ରେ…

ସାଇବର ଜାଲିଆତି ସିଣ୍ଡିକେଟ୍‌ର ବଡ଼ ପର୍ଦ୍ଦାଫାଶ

ନୂଆଦିଲ୍ଲୀ,୬ା୬: କେନ୍ଦ୍ରୀୟ ଦିଲ୍ଲୀ ପୋଲିସ ମାସେବ୍ୟାପୀ ଚଢ଼ାଉ କରି ୭ଟି ଆନ୍ତଃରାଜ୍ୟ ସାଇବର ଜାଲିଆତି ସିଣଣ୍ଡିକେଟ୍‌ର ପର୍ଦ୍ଦାଫାଶ କରିବା ସହ ୧୪ ଜଣଙ୍କୁ ଗିରଫ କରିଛି। ଜଣେ…

ଆମେରିକା ପ୍ରବେଶ ପାଇଁ ଇରାନ ଫୁଟବଲ ଦଳକୁ ମିଳିଲା ଭିଜା

ଓ୍ବାଶିଂଟନ,୫।୬: ଯୁକ୍ତରାଷ୍ଟ୍ର ଆମେରିକା(ୟୁଏସ୍‌) ଇରାନ ବିଶ୍ୱକପ୍‌ ପୁଟ୍‌ବଲ ଦଳର ସଦସ୍ୟମାନଙ୍କୁ ଭିଜା ପ୍ରଦାନ କରିଛି। ଫଳରେ ଇରାନ ଦଳ ଆମେରିକାରେ ପ୍ରବେଶ କରିପାରିବ। ମେକ୍ସିକୋର ଟିଜୁଆନାରେ ଦଳ…

ପେଟ୍ରୋଲ ପମ୍ପ ଛାଡ଼ନ୍ତୁ, ଘର ଆଗରେ ଲଗାନ୍ତୁ EV ଚାର୍ଜିଂ ଷ୍ଟେଶନ; କେଇଦିନରେ ବଦଳିଯିବ ଆପଣଙ୍କ ଭାଗ୍ୟ!

ନୂଆଦିଲ୍ଲୀ,୬।୫: ଦିନ ଥିଲା ଯେତେବେଳେ ପେଟ୍ରୋଲ ପମ୍ପର ମାଲିକ ହେବା ପ୍ରତ୍ୟେକ ବ୍ୟବସାୟୀଙ୍କ ପାଇଁ ଏକ ବଡ଼ ସ୍ବପ୍ନ ଥିଲା। କିନ୍ତୁ ବଦଳୁଥିବା ସମୟ ସହିତ ଏହି…

ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୩୬୮/୩

ନୂଆ ଚଣ୍ଡିଗଡ଼,୬ା୬ ଭାରତ-ଆଫଗାନିସ୍ତାନ ମଧ୍ୟରେ ଏକମାତ୍ର ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ମ୍ୟାଚ୍‌ର ପ୍ରଥମ ଦିନ ସମ୍ପୂର୍ଣ୍ଣ ରୂପେ ଭାରତୀୟ ବ୍ୟାଟରଙ୍କ ନିୟନ୍ତ୍ରଣରେ ରହିଛି। ଅଧିନାୟକ…

ମା ଙ୍କୁ ଆକ୍ରମଣ ପରେ ଝିଅଙ୍କୁ ବଳାତ୍କାର ଉଦ୍ୟମ: ଅଭିଯୁକ୍ତ ଗଲେ ଜେଲ   

ଦିଗପହଣ୍ଡି,୬|୬(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଳକ ଚୁଡୁଙ୍ଗପୁର ଗ୍ରାମର ଜଣେ ବିବାହିତା ଯୁବତୀ ତାଙ୍କ ଘର ବାରଣ୍ଡାରେ ବସିଥିବା ବେଳେ  ଗ୍ରାମର ଏ.ଶଙ୍କର ପାତ୍ର ତାଙ୍କୁ…

ରକ୍ତ ଦାନ ମହତ ଦାନ: ଆୟୋଜନ ପାଇଁ ପ୍ରସ୍ତୁତି

ଦିଗପହଣ୍ଡି, ୬|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡିର ଜଣାଶୁଣା ଫଟୋ ଏବଂ ଭିଡିଓଗ୍ରାଫର ସ୍ବର୍ଗତ ଓଡ଼ି ପ୍ରଦୀପ କୁମାରଙ୍କ ଦ୍ଵାଦଶାହ ସ୍ମୃତି ସଭା ଅବସରରେ  ଏକ…

ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ଏମ୍‌ଭି-୯୭କୁ ହରାଇ ବେଣ୍ଡାଗୁଡ଼ା ବିଜୟୀ

କୋରୁକୋଣ୍ଡା,୬ା୬(ଅଶୋକ କୁମାର ପରିଡ଼ା): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ତୁମୁସାପାଲ୍ଲୀ ପଞ୍ଚାୟତ ଏମ୍‌ଭି-୨୨ ଗ୍ରାମ ପଡ଼ିଆରେ ଜୟ ମା’ କାଳୀ କ୍ରିକେଟ ଟୁର୍ନାମେଣ୍ଟ ଶନିବାର ଶୁଭାରମ୍ଭ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri