ଏନ୍‌ପିସିଆଇ ସହ ଏପିବିର ସହଭାଗିତା

ନୂଆଦିଲ୍ଲୀ,୧୫।୫: ଏୟାରଟେଲ୍‌ ପେମେଣ୍ଟ୍‌ସ ବ୍ୟାଙ୍କ (ଏପିବି) ଏବଂ ନ୍ୟାଶନାଲ ପେମେଣ୍ଟ୍‌ସ କର୍ପୋରେଶନ ଅଫ୍‌ ଇଣ୍ଡିଆ (ଏନ୍‌ପିସିଆଇ) ମଧ୍ୟରେ ଏକ ଦ୍ୱିପାକ୍ଷିକ ବାଣିଜି୍ୟକ ବୁଝାମଣା ପତ୍ର (ଏମଓୟୁ) ନିକଟରେ ସ୍ବାକ୍ଷରିତ ହୋଇଯାଇଛି। ବିଶେଷ କରି ଏପିବିର ୫ ଲକ୍ଷ ବ୍ୟାଙ୍କିଙ୍ଗ୍‌ ପଏଣ୍ଟରେ ଆଧାର ଏନାବୁଲ୍‌ଡ ପେମେଣ୍ଟ ସିଷ୍ଟମ (ଏଇପିଏସ୍‌) ପାଇଁ ଫେସ୍‌ ଅଥେଣ୍ଟିକେଶନ ଆରମ୍ଭ କରିବା ଲାଗି ଏନ୍‌ପିସିଆଇ ସହ ଉକ୍ତ ସହଭାଗିତା ହୋଇଥିବା ଜଣାପଡିଛି। ଏ ସମ୍ପର୍କରେ ଏୟାରଟେଲ୍‌ ପେମେଣ୍ଟ୍‌ସ ବ୍ୟାଙ୍କର ସିଓଓ ଗଣେଶ ଅନନ୍ତନାରାୟଣନ୍‌ କହିଛନ୍ତି, ଆମେ ଆମର ମୂଲ୍ୟବାନ ଗ୍ରାହକଙ୍କୁ ଏହି ନୂଆ ସୁବିଧା ପ୍ରଦାନ କରିବା ପାଇଁ ଏନ୍‌ପିସିଆଇ ସହ ସହଭାଗିତା କରି ବେଶ ଆନନ୍ଦିତ। ଏପରିକି ଦେଶରେ ଆର୍ଥିକ ଓ ଡିଜିଟାଲ ଅନ୍ତର୍ଭୁକ୍ତୀକରଣକୁ ପରିଚାଳନା କରିବା ପାଇଁ ଆମର ବିଦ୍ୟମାନ ସୁରକ୍ଷିତ ଓ ସରଳ ବ୍ୟାଙ୍କିଙ୍ଗ୍‌ ସମାଧାନଗୁଡିକରେ ଫେସ୍‌ ଅଥେଣ୍ଟିକେଶନ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଯୋଗ। ସେହିଭଳି ଏନପିସିଆଇର ମୁଖ୍ୟ ପରିଚାଳନା ଅଧିକାରୀ ପ୍ରବୀଣା ରାୟ କହିଛନ୍ତି, ଆମେ ଆଧାର-ଆଧାରିତ ପ୍ରମାଣୀକରଣ ପାଇଁ ଫେସ୍‌ ଅଥେଣ୍ଟିକେଶନକୁ ଏକ ଅତିରିକ୍ତ ମାଧ୍ୟମ ରୂପେ ଆରମ୍ଭ କରିଥିବାରୁ ୟୁଆଇଡିଏଆଇକୁ ପ୍ରଶଂସା କରୁଛୁ। ଏୟାରଟେଲ୍‌ ପେମେଣ୍ଟ୍‌ସ ବ୍ୟାଙ୍କ ଏହି ଫିଚରକୁ ଏଇପିଏସ୍‌ ଟ୍ରାଞ୍ଜାକ୍ସନଗୁଡିକ ପାଇଁ କାର୍ଯ୍ୟକାରୀ କରୁଥିବାର ଦେଖିବା ଆନନ୍ଦଦାୟକ, ଯାହା ଦେଶବ୍ୟାପୀ ଆଧାର-ଆଧାରିତ ଟ୍ରାଞ୍ଜାକ୍ସନ ଗୁଡିକର ପହଞ୍ଚ ବୃଦ୍ଧି କରିବ। ଉଲ୍ଲେଖଯୋଗ୍ୟ, ଏୟାରଟେଲ୍‌ ପେମେଣ୍ଟ୍‌ସ ବ୍ୟାଙ୍କ ହେଉଛି, ଉକ୍ତ ପ୍ରଥମ ୪ଟି ବ୍ୟାଙ୍କ ମଧ୍ୟରୁ ଅନ୍ୟତମ, ଯାହା ଦେଶରେ ଏଇପିଏସ୍‌ ପାଇଁ ଫେସ୍‌ ଅଥେଣ୍ଟିକେଶନ ସୁବିଧା ପ୍ରଦାନ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

ପାଣି ସୁଅରେ ଭାସିଗଲା କାର, ଦୁଇ ଘଣ୍ଟା ଫସିଲେ ୨ ଜଣ

ଉଦଳା, ୨୫/୯(ସନ୍ତୋଷ ବାଛିନୀ): ଅଚାନକ ରାସ୍ତାରେ ପାଣି ପ୍ରବାହିତ ହେବାରୁ ପାଣି ସୁଅରେ ଏକ କାର ଭାସିଯାଇଥିବାବେଳେ ଏଥିରେ ଥିବା ଦୁଇ ଜଣ ପ୍ରାୟ ଦୁଇ ଘଣ୍ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?