ମଣିପୁର ବିଭାଜନ

ମଣିପୁରରେ ୪ ମାସ ହେଲା ମେଇତି ଓ କୁକି ଆଦିବାସୀଙ୍କ ମଧ୍ୟରେ ଲାଗି ରହିଥିବା ଜାତିଆଣ ହିଂସାରେ ୧୮୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଗଲାଣି। ଏଥିରେ ୫୦,୦୦୦ରୁ ଅଧିକ ଲୋକଙ୍କୁ ବିସ୍ଥାପିତ କରାଯାଇଛି। ହିଂସା ମଧ୍ୟରେ ଅନେକ ବିଷୟ ପଦାକୁ ଆସିଛି, ଯାହା ପାଇର୍ଁ ଅନ୍ତର୍ଜାତୀୟ ସ୍ତରରେ ଦେଶର ସମ୍ମାନ ହାନି ଘଟିଛି। ଘଟଣାଚକ୍ରରେ ମଣିପୁରରେ ଦୁଇ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇବାର ଏକ ଭିଡିଓ ପ୍ରକାଶ ପାଇଲା ପରେ ନିର୍ଯାତନାର ଗମ୍ଭୀରତା ଜଣାପଡ଼ିଲା। ବାସ୍ତବରେ ଦେଖିବାକୁ ଗଲେ ଏହି ଗୋଟିଏ ଭିଡିଓ ଯୋଗୁ ସବୁକଥା ପଦାକୁ ଆସିଲା। ସୋସିଆଲ ମିଡିଆରେ ଏହି ଭିଡିଓଟି ପଡ଼ି ନ ଥିଲେ ଆଜିର ଭାରତରେ ପାରମ୍ପରିକ ଗଣମାଧ୍ୟମର ବ୍ୟବସ୍ଥାରେ ମଣିପୁର ସମ୍ପର୍କରେ ସତ୍ୟ ଖବର କେହି ଜାଣିପାରି ନ ଥା’ନ୍ତେ। ଏଥିରୁ ଆମ ଦେଶର ପରିସ୍ଥିତି ଆକଳନ କରିବା ସହଜ।
ଏବେ ମଧ୍ୟ ମଣିପୁରରେ ହିଂସା ଥମିନାହିଁ। ଗତ ସପ୍ତାହ ମଧ୍ୟରେ ୮ ଜଣଙ୍କ ମୃତ୍ୟୁ ହୋଇଛି। ସବୁଠୁ ଚିନ୍ତାଜନକ ବିଷୟ ହେଉଛି, ରାଜ୍ୟ ସରକାର ୨ ସେପ୍ଟେମ୍ବରରେ ଇମ୍ଫାଲର ନ୍ୟୁ ଲାମ୍ବୁଲେନ ଅଞ୍ଚଳରୁ ଶେଷ ୧୦ଟି କୁକି ପରିବାରର ୨୪ ଜଣ ସଦସ୍ୟଙ୍କୁ କାଙ୍ଗୋପୋକପି ଜିଲାକୁ ସ୍ଥାନାନ୍ତର କରିଛନ୍ତି। ଫଳରେ ନ୍ୟୁ ଲାମ୍ବୁଲେନ କୁକିଶୂନ୍ୟ ହୋଇଯାଇଛି। ଉଲ୍ଲେଖଯୋଗ୍ୟ ଯେ, ସେଠାରେ ୩୦୦ କୁକି ପରିବାର ରହୁଥିଲେ। ଏବେ ଜାଣିବାର କୌଣସି ବାଟ ନାହିଁ ଯେ, ସେଠାରେ ଦୀର୍ଘଦିନ ଧରି ରହିଆସୁଥିବା କୁକିମାନଙ୍କୁ ବିସ୍ଥାପିତ କରିବା ପରେ ସେମାନଙ୍କର ମାଲିକାନାରେ ଥିବା ଜମି ଏବଂ ଘରବାଡ଼ି କାହାକୁ ହସ୍ତାନ୍ତର କରାଗଲା। ବିସ୍ଥାପିତ କୁକିମାନଙ୍କୁ ମେଇତି ଅଞ୍ଚଳରୁ ନେଇଯାଇ ରିଲଫ୍‌ କ୍ୟାମ୍ପ୍‌ରେ ରଖାଯାଉଛି। ଏହି ବିସ୍ଥାପନ ପ୍ରକ୍ର୍ରିୟା ନୂଆ ନୁହେଁ, ହିଂସା ଆରମ୍ଭ ହେବା ପରଠାରୁ ଏହା ଜାରିରହିଛି। ଏଭଳି ବିସ୍ଥାପନରେ ପିଲାମାନେ ସବୁଠୁ କ୍ଷତିଗ୍ରସ୍ତ ହୋଇଛନ୍ତି ବୋଲି ମଣିପୁର ସାମାଜିକ କଲ୍ୟାଣ ବିଭାଗ ତଥ୍ୟରୁ ଜଣାପଡ଼ିଛି। କୁହାଯାଇଛି ଯେ, ଏଯାବତ୍‌ ବିସ୍ଥାପିତ ହୋଇଥିବା ୫୦,୦୦୦ ଲୋକଙ୍କ ମଧ୍ୟରେ ୧୨,୬୯୪ ପିଲା ଅଛନ୍ତି । ଏମାନଙ୍କ ମଧ୍ୟରୁ ୧୦୦ରୁ ଅଧିକ ଗଭୀର ଭାବେ ମାନସିକ ଆଘାତ ପାଇଛନ୍ତି ଓ ୧୬ ଜଣ ଅତ୍ୟଧିକ ଅପପୁଷ୍ଟିର ଶିକାର ହୋଇଛନ୍ତି। ମାନସିକ ଆଘାତପ୍ରାପ୍ତ ପିଲାମାନଙ୍କର କାଉନ୍‌ସେଲିଂ ଚାଲିଛି ବୋଲି ସରକାରୀ ତଥ୍ୟରେ କୁହାଯାଇଛି। ଏହା ପ୍ରତିକାରର ଏକ ଦିଗ ହୋଇପାରେ, କିନ୍ତୁ ଯୁଦ୍ଧ କିମ୍ବା ଆଞ୍ଚଳିକ ସଂଘର୍ଷ ଯୋଗୁ ପିଲାମାନଙ୍କ ଜୀବନ ବିକାଶର ଆବଶ୍ୟକ ଭିତ୍ତିଭୂମିକୁ ନଷ୍ଟ କରିଦିଆଯାଉଛି। ଫଳରେ ସେମାନେ ସୁରକ୍ଷା, ଶିକ୍ଷା ଓ ସ୍ବାସ୍ଥ୍ୟ ଆଦି ମୌଳିକ ଅଧିକାରରୁ ବଞ୍ଚିତ ହେଉଛନ୍ତି। କେବଳ ମଣିପୁର ନୁହେଁ, ପୂର୍ବରୁ ଆସାମରେ ଘଟିଥିବା ଜାତିଗତ ହିଂସା ଓ ଅଶାନ୍ତ କଶ୍ମୀରରେ ପିଲାମାନେ ସମାନ ସ୍ଥିତିର ସମ୍ମୁଖୀନ ହୋଇଆସୁଛନ୍ତି । ବିଶେଷଜ୍ଞଙ୍କ ଅନୁଯାୟୀ, ଗୋଟିଏ ଭୟମୁକ୍ତ ପରିବେଶ ପିଲାଙ୍କ ମାନସିକ ଓ ଶାରୀରିକ ବିକାଶରେ ପ୍ରମୁଖ ଭୂମିକା ନେଇଥାଏ। ଏହାବ୍ୟତୀତ ପରିବାର, ଶୈକ୍ଷିକ ପରିବେଶ ଓ ସାଙ୍ଗସାଥୀ ଛାଡ଼ି ଚାଲିଯାଉଥିବା ପିଲାମାନଙ୍କୁ ସେମାନଙ୍କ ସ୍ବାଭାବିକ ମାନସିକ ସ୍ଥିତିକୁ ଫେରାଇ ଆଣିବା କଷ୍ଟକର। ତେବେ ମଣିପୁରରେ ବିସ୍ଥାପିତ ପରିବାରଗୁଡ଼ିକ ସହିତ ରିଲିଫ କ୍ୟାମ୍ପରେ ରହୁଥିବା ପିଲାମାନଙ୍କୁ ପ୍ରଶାସନ ନିକଟସ୍ଥ ସ୍କୁଲରେ ନାମଲେଖାଇ ପଢ଼ିବାର ବ୍ୟବସ୍ଥା କରୁଥିଲେ ମଧ୍ୟ ସେମାନଙ୍କ ପାଇଁ ଭୟମୁକ୍ତ ପରିବେଶ ନିଶ୍ଚିତ କରିବା ଉପରେ ଅଧିକ ଗୁରୁତ୍ୱ ଦିଆଯିବା ଦରକାର। ଏଭଳି ପରିବେଶ ଆସିପାରିବ, ମଣିପୁର ହିଂସାମୁକ୍ତ ହେଲେ। କିନ୍ତୁ ସରକାର ଭୟମୁକ୍ତ ପରିବେଶ ଫେରାଇ ଆଣିବା ଲାଗି ଚେଷ୍ଟା କରିନାହାନ୍ତି। ସ୍ଥାନୀୟ ପୋଲିସ ସମ୍ପୂର୍ଣ୍ଣ ଭାବେ ନିଷ୍କ୍ରିୟ ହୋଇପଡ଼ିଛି ବୋଲି ଜଣାପଡ଼ୁଛି; ଯେଉଁଥିପାଇଁ, ଦେଖାଣିଆ ଭାବେ, ସରକାର ଏବେ ଜଣେ ଅବସରପ୍ରାପ୍ତ ସେନା ଅଧିକାରୀଙ୍କୁ ପୋଲିସ ବିଭାଗରେ ୫ ବର୍ଷ ଲାଗି ନିଯୁକ୍ତି ଦେଇଛନ୍ତି।
ମଣିପୁରର ପରିସ୍ଥିତି ଦେଖିଲେ ସ୍ପଷ୍ଟ ବୁଝାପଡ଼ୁଛି ଯେ, ଜାତିଆଣ ବିଭେଦରେ ସାରା ରାଜ୍ୟକୁ ଭାଗ କରିଦିଆଗଲାଣି। ରାଜନୈତିକ ଇଚ୍ଛାଶକ୍ତି ଯୋଗୁ ଏଭଳି ବିଭେଦ ବିରାଟ ଆକାର ଧାରଣ କରିପାରିଲା। ଏବେ ହୁଏତ ଶାନ୍ତି ପ୍ରତିଷ୍ଠା କରିବାକୁ ହେଲେ ସେହି ରାଜ୍ୟକୁ ଦୁଇ ଭାଗରେ -ମେଇତି ଏବଂ କୁକି- ବହୁଳ ଅଞ୍ଚଳରେ ବିଭାଜନ କରିଦେବା ସ୍ବାଭାବିକ ମନେ ହୋଇପାରେ।

ମଣିପୁରର ପରିସ୍ଥିତି ଦେଖିଲେ ସ୍ପଷ୍ଟ ବୁଝାପଡ଼ୁଛି ଯେ, ଜାତିଆଣ ବିଭେଦରେ ସାରା ରାଜ୍ୟକୁ ଭାଗ କରିଦିଆଗଲାଣି। ରାଜନୈତିକ ଇଚ୍ଛାଶକ୍ତି ଯୋଗୁ ଏଭଳି ବିଭେଦ ବିରାଟ ଆକାର ଧାରଣ କରିପାରିଲା। ଏବେ ହୁଏତ ଶାନ୍ତି ପ୍ରତିଷ୍ଠା କରିବାକୁ ହେଲେ ସେହି ରାଜ୍ୟକୁ ଦୁଇ ଭାଗରେ -ମେଇତି ଏବଂ କୁକି- ବହୁଳ ଅଞ୍ଚଳରେ ବିଭାଜନ କରିଦେବା ସ୍ବାଭାବିକ ମନେ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri