ବିରୋଧୀ ଆଲୋଚନାରେ ଭାଗନେବା ହିଁ ଗଣତନ୍ତ୍ର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୫।୯(ସୁନିତ୍‌ ମିଶ୍ର): ଓଡ଼ିଶା ଦ୍ରବ୍ୟ ଓ ସେବା କର ସଂଶୋଧନ ବିଲ୍‌ ୨୦୨୫ ବୁଧବାର ଗୃହରେ ପାରିତ ହୋଇଯାଇଛି। ଏହି ବିଲ୍‌ ୨ ଦିନ ପୂର୍ବରୁ ଗୃହରେ ଆଗତ କରାଯାଇଥିଲା। ଏହା ଉପରେ ଅପରାହ୍ନ ୪ଟା ପରେ ଗୃହରେ ବିସ୍ତୃତ ଆଲୋଚନା ହୋଇଥିବାବେଳେ ଏଥିରେ ଉଭୟ ବିରୋଧୀ ଏବଂ ଶାସକ ଦଳର ସଦସ୍ୟମାନେ ସାମିଲ ହୋଇଥିଲେ। ଚଳିତ ମୌସୁମୀ ଅଧିବେଶନରେ ୭ଟି କାର୍ଯ୍ୟଦିବସ ଥିବାବେଳେ ୬ ଦିନ ଗୃହ ଚାଲି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବିଧାନସଭା ମୁଲତବୀ ଘୋଷଣା କରାଯାଇଛି। ଏହା ଭିତରୁ ୫ଦିନ ବିରୋଧୀ ଗୃହ କାର୍ଯ୍ୟରେ ପ୍ରାୟତଃ ଭାଗନେଇ ନ ଥିଲେ। ତେଣୁ ବିଲ୍‌ ଉପରେ ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ବକ୍ତବ୍ୟ ରଖିବା ସମୟରେ ବିରୋଧୀଙ୍କୁ ତାଚ୍ଛଲ୍ୟ କରି କାହିଁକି ଏତେଦିନ ଯାଏ ସେମାନେ ଗୃହ କାର୍ଯ୍ୟରେ ସାମିଲ ହେଉ ନ ଥିଲେ ବୋଲି ପ୍ରଶ୍ନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ବିଜେଡି ଏବଂ କଂଗ୍ରେସ ସଦସ୍ୟମାନେ ଆଲୋଚନାରେ ଭାଗ ନେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ। ଏହା ହିଁ ଗଣତନ୍ତ୍ର। ଯଦି ପ୍ରଥମ ଦିନରୁ ବିରୋଧୀ ଆଲୋଚନାରେ ଭାଗ ନେଇଥାଆନ୍ତେ ତେବେ ସେମାନେ ଯାହା ଦାବି ରଖିଥାଆନ୍ତେ ସେ ତଥାସ୍ତୁ କରିଦେଇଥାଆନ୍ତେ। ଉଭୟ ଶାସକ, ବିରୋଧୀ ଏବଂ କଂଗ୍ରେସ ସଦସ୍ୟମାନେ ଏଠାରେ ଲୋକଙ୍କ ପାଇଁ ଲଢୁଛନ୍ତି। କଂଗ୍ରେସ ସଦସ୍ୟମାନେ ମଧ୍ୟ ଉପସ୍ଥିତ ରହିଥିବାରୁ ଧନ୍ୟବାଦ। ସେମାନଙ୍କ ବୁଦ୍ଧି ବିଳମ୍ବରେ ହେଲେ ମଧ୍ୟ ଉଦୟ ହୋଇଛି। କାହା କଥାରେ ସେମାନଙ୍କ ବୁଦ୍ଧିରେ ରାହୁ, କେତୁ ଲାଗିଯାଇଥିଲେ। ଯାହା ହେଉ ଶେଷରେ ସେମାନଙ୍କ ବୁଦ୍ଧି ଉଦୟ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ବିଲ୍‌ ଉପରେ ଅଧିକ ଆଲୋଚନାକରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଜିଏସ୍‌ଟି କାଉନ୍‌ସିଲ ବୈଠକରେ ସବୁ ରାଜ୍ୟ ସାମିଲହୋଇ ଜିଏସ୍‌ଟି ସଂସ୍କାର ଉପରେ ଆଲୋଚନା ହୋଇଛି। ବିଧିର ବିଧାନ ହେଉଛି ଯାହା କେନ୍ଦ୍ର ସରକାର ଜିଏସ୍‌ଟି ଉପରେ ନିଷ୍ପତ୍ତି ନେବେ ତାକୁ ରାଜ୍ୟରେ ସମସ୍ତେ ଲାଗୁ କରାଇବା ଦରକାର। ଗତ ୮ ବର୍ଷ ତଳେ ଯେତେବେଳେ ଜିଏସ୍‌ଟି ଆସିଥିଲା, ସେତେବେଳେ ରାଜ୍ୟରେ ବିଜେଡି ସରକାର ଥିଲା। ସେମାନେ ଏବେ ବିରୋଧୀ ଦଳରେ ବସିଛନ୍ତି। ସେହି ସମୟରେ ମଧ୍ୟ କେନ୍ଦ୍ର ସରକାରଙ୍କ ଜିଏସ୍‌ଟି ବ୍ୟବସ୍ଥାକୁ ରାଜ୍ୟରେ ଲାଗୁ କରାଇବାରେ ବିଜେଡି ସରକାର ନିଷ୍ପତ୍ତି ନେଇଥିଲେ। ଏବେ ଜିଏସ୍‌ଟିରେ ସଂସ୍କାର ଆସିବା ଯୋଗୁ ରାଜସ୍ବ ଆଦାୟ କମିବ। ହେଲେ ବହୁ ବ୍ୟବସାୟୀ ଆଗକୁ ଜିଏସ୍‌ଟିରେ ପଞ୍ଜୀକରଣ କରିବେ। ବେପାର ବଢ଼ିବା ଯୋଗୁ ଜିଏସ୍‌ଟି ଆଦାୟ ବୃଦ୍ଧି ପାଇବ। ଜିଏସ୍‌ଟିରେ ସଂସ୍କାର ଆଣିବା ନିଷ୍ପତ୍ତି ନେବାକୁ କାହିଁକି ୮ ବର୍ଷ ଲାଗିଗଲା ବୋଲି ବିରୋଧୀ ପ୍ରଶ୍ନ କରୁଛନ୍ତି। ସେମାନଙ୍କୁ ଜଣାଇଦେବାକୁ ଚାହେଁ, ସମସ୍ତେ ଜିଏସ୍‌ଟିରେ ଅଭ୍ୟସ୍ତ ହୋଇଗଲେ। ଏଥିରେ ଷ୍ଟାବିଲାଇଜ ମଧ୍ୟ ଆସିଗଲା। ତେଣୁ ବ୍ୟବସାୟୀ ଏବଂ ଜନସାଧାରଣଙ୍କୁ ଲାଭ ଦେବା ପାଇଁ ଜିଏସ୍‌ଟିରେ ସଂସ୍କାର ଆସିଲା। ଯାହା ବର୍ତ୍ତମାନ ରାଜସ୍ବରେ ହାନି ଘଟିବ, ତାହା କୋଇଲାରୁ ଭରଣା କରାଯାଇପାରିବ। କେନ୍ଦୁପତ୍ର ଉପରୁ ଜିଏସ୍‌ଟି ଆଦାୟ ୫ ପ୍ରତିଶତକୁ ଖସିଲା ଅର୍ଥାତ୍‌ ଶୂନ କାହିଁକି ହେଲାନାହିଁ ବୋଲି ବିରୋଧୀ ପ୍ରଶ୍ନ କରିଥିଲେ। ସେମାନଙ୍କୁ ଜଣାଇଦେବାକୁ ଚାହଁ, ଆମେ ସମସ୍ତେ ଚାହୁଁଛେ ନିଶା କାରବାର କମୁ। ରାଜ୍ୟରେ ନିଶା କାରବାର ନ ବଢୁ। କେନ୍ଦୁପତ୍ରରୁ ବିଡି ତିଆରି ହେଉଛି। ଯଦି କେନ୍ଦୁପତ୍ର ଉପରୁ ଜିଏସ୍‌ଟି ଆଦାୟ ଶୂନ ହୋଇଯିବ ତେବେ ରାଜ୍ୟରେ ବିଡି ପ୍ରସ୍ତୁତ ଏବଂ ବ୍ୟବହାର ବଢ଼ିଯିବ। ତେଣୁ ଏହା ଉପରେ ୫ ପ୍ରତିଶତ ଜିଏସ୍‌ଟି ରଖାଗଲା ବୋଲି ସେ କହିଛନ୍ତି।
ବରିଷ୍ଠ ନେତା ରଣେନ୍ଦ୍ର ପ୍ରତାପ ସ୍ବାଇଁ ଆଲୋଚନାରେ ଭାଗନେଇ କହିଛନ୍ତି, ମୁଖ୍ୟମନ୍ତ୍ରୀ ଗୃହରେ ଗୋଟିଏ କଥା ସ୍ପଷ୍ଟକରିଛନ୍ତି କେନ୍ଦ୍ର ସରକାର ଯାହା ଜିଏସ୍‌ଟି ଉପରେ ନିଷ୍ପତ୍ତି ନେବେ ରାଜ୍ୟ ସରକାର ତାହା ଲାଗୁ କରିବାକୁ ଏକ ପ୍ରକାର ବାଧ୍ୟ। ତେବେ ଯେଉଁ ୧୫୦ଟି ଆଇଟମ୍‌ରେ ଜିଏସ୍‌ଟି ସଂସ୍କାର କାରଣରୁ ଦର ହ୍ରାସ ପାଇବ ତା’ର ତାଲିକା ଗୃହରେ ଉପସ୍ଥାପନ କରନ୍ତୁ। ସେହି ୧୫୦ଟି ଆଇଟମ୍‌ କେତେ ଦର ଥିଲା, ଏବେ କମିଲା ପରେ କେତେ ଟଙ୍କା ହେଲା ତା’ର ତାଲିକା ଗୃହରେ ଉପସ୍ଥାପନ କରାନ୍ତୁ ଏବଂ ବ୍ଲକ୍‌ସ୍ତରରେ ଯାଇ ଲଗାନ୍ତୁ। ସାଧାରଣ ଲୋକ ଏହା ଜାଣିବା ଦରକାର। ନ ହେଲେ ଦର କମିଲା ପରେ କେଉଁ ଜିନିଷ କେତେ ଟଙ୍କା ହେଲା କେମିତି ସେମାନେ ଜାଣିବେ। ଆଉ ୫୫ତମ ଜିଏସ୍‌ଟି କାଉନସିଲରେ ଏହା ଉପରେ ଆଲୋଚନା ହେବା ସମୟରେ ମୁଖ୍ୟମନ୍ତ୍ରୀ କିମ୍ବା ତାଙ୍କ ପ୍ରତିନିଧି କ’ଣ ପ୍ରସ୍ତାବ ଦେଇଛନ୍ତି, ସେକଥା ଗୃହରେ ଜଣାନ୍ତୁ ବୋଲି ରଣେନ୍ଦ୍ର କହଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri