ବିରୋଧୀ ଆଲୋଚନାରେ ଭାଗନେବା ହିଁ ଗଣତନ୍ତ୍ର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୫।୯(ସୁନିତ୍‌ ମିଶ୍ର): ଓଡ଼ିଶା ଦ୍ରବ୍ୟ ଓ ସେବା କର ସଂଶୋଧନ ବିଲ୍‌ ୨୦୨୫ ବୁଧବାର ଗୃହରେ ପାରିତ ହୋଇଯାଇଛି। ଏହି ବିଲ୍‌ ୨ ଦିନ ପୂର୍ବରୁ ଗୃହରେ ଆଗତ କରାଯାଇଥିଲା। ଏହା ଉପରେ ଅପରାହ୍ନ ୪ଟା ପରେ ଗୃହରେ ବିସ୍ତୃତ ଆଲୋଚନା ହୋଇଥିବାବେଳେ ଏଥିରେ ଉଭୟ ବିରୋଧୀ ଏବଂ ଶାସକ ଦଳର ସଦସ୍ୟମାନେ ସାମିଲ ହୋଇଥିଲେ। ଚଳିତ ମୌସୁମୀ ଅଧିବେଶନରେ ୭ଟି କାର୍ଯ୍ୟଦିବସ ଥିବାବେଳେ ୬ ଦିନ ଗୃହ ଚାଲି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବିଧାନସଭା ମୁଲତବୀ ଘୋଷଣା କରାଯାଇଛି। ଏହା ଭିତରୁ ୫ଦିନ ବିରୋଧୀ ଗୃହ କାର୍ଯ୍ୟରେ ପ୍ରାୟତଃ ଭାଗନେଇ ନ ଥିଲେ। ତେଣୁ ବିଲ୍‌ ଉପରେ ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ବକ୍ତବ୍ୟ ରଖିବା ସମୟରେ ବିରୋଧୀଙ୍କୁ ତାଚ୍ଛଲ୍ୟ କରି କାହିଁକି ଏତେଦିନ ଯାଏ ସେମାନେ ଗୃହ କାର୍ଯ୍ୟରେ ସାମିଲ ହେଉ ନ ଥିଲେ ବୋଲି ପ୍ରଶ୍ନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ବିଜେଡି ଏବଂ କଂଗ୍ରେସ ସଦସ୍ୟମାନେ ଆଲୋଚନାରେ ଭାଗ ନେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ। ଏହା ହିଁ ଗଣତନ୍ତ୍ର। ଯଦି ପ୍ରଥମ ଦିନରୁ ବିରୋଧୀ ଆଲୋଚନାରେ ଭାଗ ନେଇଥାଆନ୍ତେ ତେବେ ସେମାନେ ଯାହା ଦାବି ରଖିଥାଆନ୍ତେ ସେ ତଥାସ୍ତୁ କରିଦେଇଥାଆନ୍ତେ। ଉଭୟ ଶାସକ, ବିରୋଧୀ ଏବଂ କଂଗ୍ରେସ ସଦସ୍ୟମାନେ ଏଠାରେ ଲୋକଙ୍କ ପାଇଁ ଲଢୁଛନ୍ତି। କଂଗ୍ରେସ ସଦସ୍ୟମାନେ ମଧ୍ୟ ଉପସ୍ଥିତ ରହିଥିବାରୁ ଧନ୍ୟବାଦ। ସେମାନଙ୍କ ବୁଦ୍ଧି ବିଳମ୍ବରେ ହେଲେ ମଧ୍ୟ ଉଦୟ ହୋଇଛି। କାହା କଥାରେ ସେମାନଙ୍କ ବୁଦ୍ଧିରେ ରାହୁ, କେତୁ ଲାଗିଯାଇଥିଲେ। ଯାହା ହେଉ ଶେଷରେ ସେମାନଙ୍କ ବୁଦ୍ଧି ଉଦୟ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ବିଲ୍‌ ଉପରେ ଅଧିକ ଆଲୋଚନାକରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଜିଏସ୍‌ଟି କାଉନ୍‌ସିଲ ବୈଠକରେ ସବୁ ରାଜ୍ୟ ସାମିଲହୋଇ ଜିଏସ୍‌ଟି ସଂସ୍କାର ଉପରେ ଆଲୋଚନା ହୋଇଛି। ବିଧିର ବିଧାନ ହେଉଛି ଯାହା କେନ୍ଦ୍ର ସରକାର ଜିଏସ୍‌ଟି ଉପରେ ନିଷ୍ପତ୍ତି ନେବେ ତାକୁ ରାଜ୍ୟରେ ସମସ୍ତେ ଲାଗୁ କରାଇବା ଦରକାର। ଗତ ୮ ବର୍ଷ ତଳେ ଯେତେବେଳେ ଜିଏସ୍‌ଟି ଆସିଥିଲା, ସେତେବେଳେ ରାଜ୍ୟରେ ବିଜେଡି ସରକାର ଥିଲା। ସେମାନେ ଏବେ ବିରୋଧୀ ଦଳରେ ବସିଛନ୍ତି। ସେହି ସମୟରେ ମଧ୍ୟ କେନ୍ଦ୍ର ସରକାରଙ୍କ ଜିଏସ୍‌ଟି ବ୍ୟବସ୍ଥାକୁ ରାଜ୍ୟରେ ଲାଗୁ କରାଇବାରେ ବିଜେଡି ସରକାର ନିଷ୍ପତ୍ତି ନେଇଥିଲେ। ଏବେ ଜିଏସ୍‌ଟିରେ ସଂସ୍କାର ଆସିବା ଯୋଗୁ ରାଜସ୍ବ ଆଦାୟ କମିବ। ହେଲେ ବହୁ ବ୍ୟବସାୟୀ ଆଗକୁ ଜିଏସ୍‌ଟିରେ ପଞ୍ଜୀକରଣ କରିବେ। ବେପାର ବଢ଼ିବା ଯୋଗୁ ଜିଏସ୍‌ଟି ଆଦାୟ ବୃଦ୍ଧି ପାଇବ। ଜିଏସ୍‌ଟିରେ ସଂସ୍କାର ଆଣିବା ନିଷ୍ପତ୍ତି ନେବାକୁ କାହିଁକି ୮ ବର୍ଷ ଲାଗିଗଲା ବୋଲି ବିରୋଧୀ ପ୍ରଶ୍ନ କରୁଛନ୍ତି। ସେମାନଙ୍କୁ ଜଣାଇଦେବାକୁ ଚାହେଁ, ସମସ୍ତେ ଜିଏସ୍‌ଟିରେ ଅଭ୍ୟସ୍ତ ହୋଇଗଲେ। ଏଥିରେ ଷ୍ଟାବିଲାଇଜ ମଧ୍ୟ ଆସିଗଲା। ତେଣୁ ବ୍ୟବସାୟୀ ଏବଂ ଜନସାଧାରଣଙ୍କୁ ଲାଭ ଦେବା ପାଇଁ ଜିଏସ୍‌ଟିରେ ସଂସ୍କାର ଆସିଲା। ଯାହା ବର୍ତ୍ତମାନ ରାଜସ୍ବରେ ହାନି ଘଟିବ, ତାହା କୋଇଲାରୁ ଭରଣା କରାଯାଇପାରିବ। କେନ୍ଦୁପତ୍ର ଉପରୁ ଜିଏସ୍‌ଟି ଆଦାୟ ୫ ପ୍ରତିଶତକୁ ଖସିଲା ଅର୍ଥାତ୍‌ ଶୂନ କାହିଁକି ହେଲାନାହିଁ ବୋଲି ବିରୋଧୀ ପ୍ରଶ୍ନ କରିଥିଲେ। ସେମାନଙ୍କୁ ଜଣାଇଦେବାକୁ ଚାହଁ, ଆମେ ସମସ୍ତେ ଚାହୁଁଛେ ନିଶା କାରବାର କମୁ। ରାଜ୍ୟରେ ନିଶା କାରବାର ନ ବଢୁ। କେନ୍ଦୁପତ୍ରରୁ ବିଡି ତିଆରି ହେଉଛି। ଯଦି କେନ୍ଦୁପତ୍ର ଉପରୁ ଜିଏସ୍‌ଟି ଆଦାୟ ଶୂନ ହୋଇଯିବ ତେବେ ରାଜ୍ୟରେ ବିଡି ପ୍ରସ୍ତୁତ ଏବଂ ବ୍ୟବହାର ବଢ଼ିଯିବ। ତେଣୁ ଏହା ଉପରେ ୫ ପ୍ରତିଶତ ଜିଏସ୍‌ଟି ରଖାଗଲା ବୋଲି ସେ କହିଛନ୍ତି।
ବରିଷ୍ଠ ନେତା ରଣେନ୍ଦ୍ର ପ୍ରତାପ ସ୍ବାଇଁ ଆଲୋଚନାରେ ଭାଗନେଇ କହିଛନ୍ତି, ମୁଖ୍ୟମନ୍ତ୍ରୀ ଗୃହରେ ଗୋଟିଏ କଥା ସ୍ପଷ୍ଟକରିଛନ୍ତି କେନ୍ଦ୍ର ସରକାର ଯାହା ଜିଏସ୍‌ଟି ଉପରେ ନିଷ୍ପତ୍ତି ନେବେ ରାଜ୍ୟ ସରକାର ତାହା ଲାଗୁ କରିବାକୁ ଏକ ପ୍ରକାର ବାଧ୍ୟ। ତେବେ ଯେଉଁ ୧୫୦ଟି ଆଇଟମ୍‌ରେ ଜିଏସ୍‌ଟି ସଂସ୍କାର କାରଣରୁ ଦର ହ୍ରାସ ପାଇବ ତା’ର ତାଲିକା ଗୃହରେ ଉପସ୍ଥାପନ କରନ୍ତୁ। ସେହି ୧୫୦ଟି ଆଇଟମ୍‌ କେତେ ଦର ଥିଲା, ଏବେ କମିଲା ପରେ କେତେ ଟଙ୍କା ହେଲା ତା’ର ତାଲିକା ଗୃହରେ ଉପସ୍ଥାପନ କରାନ୍ତୁ ଏବଂ ବ୍ଲକ୍‌ସ୍ତରରେ ଯାଇ ଲଗାନ୍ତୁ। ସାଧାରଣ ଲୋକ ଏହା ଜାଣିବା ଦରକାର। ନ ହେଲେ ଦର କମିଲା ପରେ କେଉଁ ଜିନିଷ କେତେ ଟଙ୍କା ହେଲା କେମିତି ସେମାନେ ଜାଣିବେ। ଆଉ ୫୫ତମ ଜିଏସ୍‌ଟି କାଉନସିଲରେ ଏହା ଉପରେ ଆଲୋଚନା ହେବା ସମୟରେ ମୁଖ୍ୟମନ୍ତ୍ରୀ କିମ୍ବା ତାଙ୍କ ପ୍ରତିନିଧି କ’ଣ ପ୍ରସ୍ତାବ ଦେଇଛନ୍ତି, ସେକଥା ଗୃହରେ ଜଣାନ୍ତୁ ବୋଲି ରଣେନ୍ଦ୍ର କହଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାତୀ ଉପଦ୍ରବରେ ପଡିଗଲା ଘରର କାନ୍ଥ, ଚାଲିଗଲା ଶିଶୁ ପୁତ୍ରର ଜୀବନ

ଜଳେଶ୍ଵର,୧୭।୩( ନବୀନ ସାହୁ): ଜଳେଶ୍ଵର ବ୍ଲକ୍ ରାଇବଣିଆ ଥାନା ଖୁଆଡ଼ ପଞ୍ଚାୟତ କେନ୍ଦୁଖୁଣ୍ଡା ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଗୋଠ ଛଡା ହାତୀ ପଶି ଉପଦ୍ରବ ମଚାଇଥିଲା…

ଲଢୁ ଲଢୁ ବିତିଗଲାଣି ୧୭ ଦିନ, ହେଲେ କିଛି ବି କରିପାରିଲେ ନାହିଁ ଟ୍ରମ୍ପ, ବିଶେଷଜ୍ଞ କହିଲେ ଇରାନ ପାଖରେ ବି ରହିଛି ବାଜି….

ଓ୍ବାଶିଂଟନ,୧୭।୩: ଯୁକ୍ତରାଷ୍ଟ୍ର ଏବଂ ଇସ୍ରାଏଲ ଇରାନ ବିରୁଦ୍ଧରେ ଯୁଦ୍ଧ ଆରମ୍ଭ କରିବାର ୧୭ ଦିନ ବିତିଗଲାଣି, ତଥାପି ଏକ ନର୍ଣ୍ଣାୟକ ଫଳାଫଳ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ଏବେ…

ପଞ୍ଚାୟତସ୍ତରୀୟ ମିଳିତ ଜନଶୁଣାଣି: ସ୍ବାସ୍ଥ୍ୟକେନ୍ଦ୍ରରେ ଖାଲି ପଡ଼ିଥିବା ଡାକ୍ତର ପଦବୀ ପୂରଣ ପାଇଁ ସରପଞ୍ଚଙ୍କ ଦାବି

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ସିଦ୍ଧେଶ୍ୱର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତସ୍ତରୀୟ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି ଅତିରିକ୍ତ ବିଡ଼ିଓ ଉମେଶ…

ପୁଣି ବଢ଼ିଲା ଅଶୋଧିତ ତୈଳ ଦର, ଜାଣନ୍ତୁ ଭୁବନେଶ୍ବରରେ କେତେ ହେଲା ପେଟ୍ରୋଲ-ଡିଜେଲ ଦାମ୍

ନୂଆଦିଲ୍ଲୀ,୧୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ପୁଣି ଥରେ ବୃଦ୍ଧି ପାଇଛି। ୧୭ ମାର୍ଚ୍ଚ ମଙ୍ଗଳବାର ଦିନ, ଅଶୋଧିତ ତୈଳ…

LPG ସଙ୍କଟ ଭିତରେ ଆସିଲା ଖୁସିଖବର: ଆଜି ଭାରତରେ ପହଞ୍ଚିବ ଏତିକି ମେଟ୍ରିକ ଟନ୍‌ ଗ୍ୟାସ

ନୂଆଦିଲ୍ଲୀ,୧୭।୩: ଦେଶରେ ବଢ଼ି ଚାଲିଥିବା ଏଲପିଜି ସଙ୍କଟ ମଧ୍ୟରେ ଆଶ୍ୱସ୍ତିର ଖବର ଆସିଛି। ଇରାନ ସରକାରଙ୍କ ସ୍ବତନ୍ତ୍ର ଅନୁମତି ପରେ, ଭାରତୀୟ ଜାହାଜ ପାଇଁ ପଥ ପରିଷ୍କାର…

IPL 2026 ପୂର୍ବରୁ ଧୋନିଙ୍କ ସହ ଫୋନରେ କଥା ହେଲେ ସଞ୍ଜୁ ସାମସନ, କହିଲେ କିଛି ଭିତିରି କଥା, ଯାହାକୁ ନେଇ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୧୭।୩: ଟି-୨୦ ବିଶ୍ୱକପ ବିଜୟୀ ଦଳର ନାୟକ ସଞ୍ଜୁ ସାମସନ ସୋମବାର କହିଛନ୍ତି ଯେ ଆଗାମୀ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ପାଇଁ ଖେଳୁଥିବା ସମୟରେ…

ଇରାନ ପରେ ଟ୍ରମ୍ପଙ୍କ ଟାର୍ଗେଟରେ ଏବେ ଏହି ଦେଶ: ନିଜେ କଲେ ଖୁଲାସା, ବିଶ୍ୱରେ ଚହଳ

ଓ୍ବାଶିଂଟନ୍‌,୧୭।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ପରେ ତାଙ୍କର ପରବର୍ତ୍ତୀ ଟାର୍ଗେଟ ବିଷୟରେ ପ୍ରକାଶ କରିଛନ୍ତି। ସେ ଖୋଲାଖୋଲି ଭାବରେ ଇଙ୍ଗିତ କରିଛନ୍ତି ଯେ ତାଙ୍କର…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri