ଆଂଶିକ ଲକ୍‌ଡାଉନ: ପ୍ରଭାବିତ ହେବ ଶିଳ୍ପ ଉତ୍ପାଦନ

ନୂଆଦିଲ୍ଲୀ,୧୨।୪: ବର୍ତ୍ତମାନ ଦେଶ ମଧ୍ୟରେ କରୋନାର ଦ୍ୱିତୀୟ ଲହର ଆସିଛି। ସଂକ୍ରମଣ ମାମଲା ବଢିଚାଲିଛି। ପୁଣି ଥରେ ହୁଏତ ଲକଡାଉନ ହୋଇପାରେ ଅନେକେ ଆଶଙ୍କା କରୁଛନ୍ତି। ଦେଶ ମଧ୍ୟରେ ଯଦି ଆଶିଂକ ଲକଡାଉନ ହୁଏ ଏହା ଦ୍ୱାରା ଉପୟ ଶ୍ରମ ଏବଂ ସାମଗ୍ରୀ ପରିବହନକୁ ପ୍ରଭାବିତ କରିବ। ଫଳରେ ଏହାର ପ୍ରଭାବ ଶିଳ୍ପ କ୍ଷେତ୍ର ଉତ୍ପାଦନ ଉପରେ ପଡିବ ବୋଲି ସିଇଓଙ୍କ ନେଇ ହୋଇଥିବା ସର୍ଭେରେ ପ୍ରକାଶ ପାଇଛି। କନଫେଡେରେଶନ ଅଫ୍‌ ଇଣ୍ଡିଆନ ଇଣ୍ଡଷ୍ଟ୍ରିଜ (ସିଆଇଆଇ) ପକ୍ଷରୁ ହୋଇଥିବା ଏହି ସର୍ଭେରେ କୁହାଯାଇଛି ଯେ, କରୋନାର ଦ୍ୱିତୀୟ ଲହର ସଂକ୍ରମଣକୁ ରୋକିବା ଲାଗି କର୍ଫ୍ୟୁ ଏବଂ ମାଇକ୍ରୋ କଣ୍ଟେଣ୍ଟମେଣ୍ଟ କୌଶଳ ଉପରେ କାମ କରିବାର ଆବଶ୍ୟକତା ରହିଛି।
ସର୍ଭେରେ ଭାଗ ନେଇଥିବା ଅଧିକାଂଶ ସିଇଓ କହିଛନ୍ତି, ଯଦି ଆଶିଂକ ଲକଡାଉନ ମଧ୍ୟ ସାରା ଦେଶରେ ଲାଗୁ କରାଯାଏ ତେବେ ଏହାର ପ୍ରଭାବ ଶିଳ୍ପ ଉତ୍ପାଦନ ଉପରେ ପଡିବ। ସର୍ଭେରେ ଅର୍ଦ୍ଧାଧିକ ସିଇଓ ସେମାନଙ୍କ ଉତ୍ପାଦନ ପ୍ରଭାବିତ ହେବାର ଆଶଙ୍କା ରହିଛି। ୫୬% କହିଛନ୍ତି ଉତ୍ପାଦନ ପ୍ରାୟ ୫୦% କମିବ। କାରଣ ସାମଗ୍ରୀ ଯୋଗାଣ ଏହା ଦ୍ୱାରା ପ୍ରଭାବିତ ହେବ। ଶିଳ୍ପ ଏବଂ ବାଣିଜ୍ୟ କ୍ଷେତ୍ରର କାର୍ଯ୍ୟକଳାପ ଯେଭଳି ନ ଅଟକେ ସେ ନେଇ ସରକାର ଧ୍ୟାନରେ ରଖିବା ଆବଶ୍ୟକ ସିଆଇଆଇର ସଭାପତି ଟି.ଭି. ନରେନ୍ଦ୍ରନ କହିଛନ୍ତି। ୬୭% କହିଛନ୍ତି, ସଂକ୍ରମଣକୁ କମ୍‌ କରିବା ଲାଗି ସରକାରଙ୍କ ସହ ଟିକାକରଣ କାର୍ଯ୍ୟକ୍ରମରେ ମିଳିତ ହୋଇ କାମ କରିବେ।
ଉଲ୍ଲେଖଯୋଗ୍ୟ, ସରକାର କରୋନାକୁ ନିୟନ୍ତ୍ରଣ କରିବା ଲାଗି ସାରା ଦେଶକୁ ସମ୍ପୂର୍ଣ୍ଣ ଲକଡାଉନ କରି ରଖିଥିଲେ। ଏହା ଦ୍ୱାରା ବଜାରରେ କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି। ଚଳିତ ଆର୍ଥତ୍କ ବର୍ଷରେ ଜିଡିପି ନକରାତ୍ମକ ହେବା ସହ ଏବେ ଯାଏ ବଜାର ଟ୍ରାକକୁ ଫେରିପାରିନାହିଁ। ସଙ୍କଟରେ ରହିଥିବା ଅର୍ଥ ବ୍ୟବସ୍ଥାକୁ ସହାୟକତା କରିବା ଲାଗି ସରକାରଙ୍କୁ ବିଭିନ୍ନ ପଦକ୍ଷେପ ନେବାକୁ ପଡିଛି। ଏହାର ଫଳ ତ୍ୱରିତ ଭାବେ ମିଳି ପାରିନାହିଁ। ଲକଡାଉନ ଯୋଗୁ ୨୦୨୦-୨୧ ଆର୍ଥତ୍କ ବର୍ଷ ପ୍ରଥମ ତ୍ରୈମାସ ଜିଡିପି ୨୩.୯% ଖସିଥିଲା। ଅନେକଙ୍କ ଚାକିରି ଚାଲିଯାଇଥିବା ବେଳେ କଳକାରଖାନା କାମ ଟ୍ରାକକୁ ଫେରିବା ଲାଗି ସମୟ ଲାଗିଛି। ପୁଣି ଥରେ ଯଦି ଆଂଶିକ ଲକଡାଉନ ହୁଏ ତେବେ ଏହା ଦ୍ୱାରା ଶିଳ୍ପ କ୍ଷେତ୍ର ପ୍ରଭାବିତ ହେବା ନେଇ ଅଧିକାଂଶ ସିଇଓ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ସାବଧାନ! ୧ ଏପ୍ରିଲରୁ ବଦଳିଲା UPIର ପ୍ରକ୍ରିୟା, ପେମେଣ୍ଟ ଉପରେ ଲାଗିଲା…

ନୂଆଦିଲ୍ଲୀ,୧।୪: ଯଦି ଆପଣ ଚା ଦୋକାନ ଠାରୁ ଆରମ୍ଭ କରି ସପିଂ ମଲ ପର୍ଯ୍ୟନ୍ତ ସବୁଠି ପେମେଣ୍ଟ ପାଇଁ PhonePe, Google Pay, କିମ୍ବା Paytm ଭଳି…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

୧ ଏପ୍ରିଲରୁ ATM ରୁ ଟଙ୍କା ଉଠାଇବା ହେବ ମହଙ୍ଗା! HDFC ରୁ PNB ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୩୧।୩: ୧ ଏପ୍ରିଲ, ୨୦୨୬ ଠାରୁ, HDFC ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏବଂ ବନ୍ଧନ ବ୍ୟାଙ୍କ ସେମାନଙ୍କର ATM ନିୟମରେ ପରିବର୍ତ୍ତନ କରିବେ। ଏଥିରେ ମାଗଣା…

ଆଜି ରାତି ୧୨ଟା ସୁଦ୍ଧା ଶେଷ କରନ୍ତୁ ଏହି ୩ କାମ, ନଚେତ୍‌ ଆସନ୍ତାକାଲିଠୁ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୩୧।୩: ଆଜି ମାର୍ଚ୍ଚ ୩୧, ୨୦୨୬ ଆର୍ଥିକ ବର୍ଷର ଶେଷ ଦିନ। ଯଦି ଆପଣଙ୍କର ଏକ ବ୍ୟାଙ୍କ ଆକାଉଣ୍ଟ ଅଛି କିମ୍ବା ଆପଣ ଷ୍ଟକ ବଜାରରେ ନିବେଶ…

ହର୍ମୁଜ ଶକ୍ତି ସଙ୍କଟ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ସରକାର: ଏବେ ଗହମ-ଚାଉଳ ସହିତ ମିଳିବ…

ନୂଆଦିଲ୍ଲୀ,୩୦।୩: ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ପରେ, ଇରାନ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେଇଛି। ଏହା ଭାରତ ସମେତ ବିଶ୍ୱକୁ ଶକ୍ତି ଯୋଗାଣକୁ ପ୍ରଭାବିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri