ଆଂଶିକ ଲକ୍‌ଡାଉନ: ପ୍ରଭାବିତ ହେବ ଶିଳ୍ପ ଉତ୍ପାଦନ

ନୂଆଦିଲ୍ଲୀ,୧୨।୪: ବର୍ତ୍ତମାନ ଦେଶ ମଧ୍ୟରେ କରୋନାର ଦ୍ୱିତୀୟ ଲହର ଆସିଛି। ସଂକ୍ରମଣ ମାମଲା ବଢିଚାଲିଛି। ପୁଣି ଥରେ ହୁଏତ ଲକଡାଉନ ହୋଇପାରେ ଅନେକେ ଆଶଙ୍କା କରୁଛନ୍ତି। ଦେଶ ମଧ୍ୟରେ ଯଦି ଆଶିଂକ ଲକଡାଉନ ହୁଏ ଏହା ଦ୍ୱାରା ଉପୟ ଶ୍ରମ ଏବଂ ସାମଗ୍ରୀ ପରିବହନକୁ ପ୍ରଭାବିତ କରିବ। ଫଳରେ ଏହାର ପ୍ରଭାବ ଶିଳ୍ପ କ୍ଷେତ୍ର ଉତ୍ପାଦନ ଉପରେ ପଡିବ ବୋଲି ସିଇଓଙ୍କ ନେଇ ହୋଇଥିବା ସର୍ଭେରେ ପ୍ରକାଶ ପାଇଛି। କନଫେଡେରେଶନ ଅଫ୍‌ ଇଣ୍ଡିଆନ ଇଣ୍ଡଷ୍ଟ୍ରିଜ (ସିଆଇଆଇ) ପକ୍ଷରୁ ହୋଇଥିବା ଏହି ସର୍ଭେରେ କୁହାଯାଇଛି ଯେ, କରୋନାର ଦ୍ୱିତୀୟ ଲହର ସଂକ୍ରମଣକୁ ରୋକିବା ଲାଗି କର୍ଫ୍ୟୁ ଏବଂ ମାଇକ୍ରୋ କଣ୍ଟେଣ୍ଟମେଣ୍ଟ କୌଶଳ ଉପରେ କାମ କରିବାର ଆବଶ୍ୟକତା ରହିଛି।
ସର୍ଭେରେ ଭାଗ ନେଇଥିବା ଅଧିକାଂଶ ସିଇଓ କହିଛନ୍ତି, ଯଦି ଆଶିଂକ ଲକଡାଉନ ମଧ୍ୟ ସାରା ଦେଶରେ ଲାଗୁ କରାଯାଏ ତେବେ ଏହାର ପ୍ରଭାବ ଶିଳ୍ପ ଉତ୍ପାଦନ ଉପରେ ପଡିବ। ସର୍ଭେରେ ଅର୍ଦ୍ଧାଧିକ ସିଇଓ ସେମାନଙ୍କ ଉତ୍ପାଦନ ପ୍ରଭାବିତ ହେବାର ଆଶଙ୍କା ରହିଛି। ୫୬% କହିଛନ୍ତି ଉତ୍ପାଦନ ପ୍ରାୟ ୫୦% କମିବ। କାରଣ ସାମଗ୍ରୀ ଯୋଗାଣ ଏହା ଦ୍ୱାରା ପ୍ରଭାବିତ ହେବ। ଶିଳ୍ପ ଏବଂ ବାଣିଜ୍ୟ କ୍ଷେତ୍ରର କାର୍ଯ୍ୟକଳାପ ଯେଭଳି ନ ଅଟକେ ସେ ନେଇ ସରକାର ଧ୍ୟାନରେ ରଖିବା ଆବଶ୍ୟକ ସିଆଇଆଇର ସଭାପତି ଟି.ଭି. ନରେନ୍ଦ୍ରନ କହିଛନ୍ତି। ୬୭% କହିଛନ୍ତି, ସଂକ୍ରମଣକୁ କମ୍‌ କରିବା ଲାଗି ସରକାରଙ୍କ ସହ ଟିକାକରଣ କାର୍ଯ୍ୟକ୍ରମରେ ମିଳିତ ହୋଇ କାମ କରିବେ।
ଉଲ୍ଲେଖଯୋଗ୍ୟ, ସରକାର କରୋନାକୁ ନିୟନ୍ତ୍ରଣ କରିବା ଲାଗି ସାରା ଦେଶକୁ ସମ୍ପୂର୍ଣ୍ଣ ଲକଡାଉନ କରି ରଖିଥିଲେ। ଏହା ଦ୍ୱାରା ବଜାରରେ କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି। ଚଳିତ ଆର୍ଥତ୍କ ବର୍ଷରେ ଜିଡିପି ନକରାତ୍ମକ ହେବା ସହ ଏବେ ଯାଏ ବଜାର ଟ୍ରାକକୁ ଫେରିପାରିନାହିଁ। ସଙ୍କଟରେ ରହିଥିବା ଅର୍ଥ ବ୍ୟବସ୍ଥାକୁ ସହାୟକତା କରିବା ଲାଗି ସରକାରଙ୍କୁ ବିଭିନ୍ନ ପଦକ୍ଷେପ ନେବାକୁ ପଡିଛି। ଏହାର ଫଳ ତ୍ୱରିତ ଭାବେ ମିଳି ପାରିନାହିଁ। ଲକଡାଉନ ଯୋଗୁ ୨୦୨୦-୨୧ ଆର୍ଥତ୍କ ବର୍ଷ ପ୍ରଥମ ତ୍ରୈମାସ ଜିଡିପି ୨୩.୯% ଖସିଥିଲା। ଅନେକଙ୍କ ଚାକିରି ଚାଲିଯାଇଥିବା ବେଳେ କଳକାରଖାନା କାମ ଟ୍ରାକକୁ ଫେରିବା ଲାଗି ସମୟ ଲାଗିଛି। ପୁଣି ଥରେ ଯଦି ଆଂଶିକ ଲକଡାଉନ ହୁଏ ତେବେ ଏହା ଦ୍ୱାରା ଶିଳ୍ପ କ୍ଷେତ୍ର ପ୍ରଭାବିତ ହେବା ନେଇ ଅଧିକାଂଶ ସିଇଓ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୪: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଲିମିଟେଡର ନୂତନ କମ୍ୟୁନିଟି ହେଲ୍‌ଥ ଡିସ୍‌ପେନ୍‌ସାରି (ସିଏଚ୍‌ଡି) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି...

ରିଲାଏନ୍ସ ଜିଓର ନେଟ ଲାଭ ୨୦,୪୬୬ କୋଟି

ନୂଆଦିଲ୍ଲୀ,୨୩।୪: ଦେଶର ସର୍ବବୃହତ୍‌ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ତଥା ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ୍‌ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୩ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ, ଜାଣନ୍ତୁ ବଜାର ଦାମ୍

ନୂଆଦିଲ୍ଲୀ, ୨୨।୪: ନିକଟ ଅତୀତରେ ଭାରତରେ ସୁନା ଓ ରୂପା ମୂଲ୍ୟରେ ବହୁତ ବୃଦ୍ଧି ଘଟିଛି। କିନ୍ତୁ ସୋମବାର ଏଥିରେ କିଛି ମାତ୍ରାରେ ହ୍ରାସ ପାଇଛି।...

ସର୍ବୋତ୍ତମ ପ୍ରଯୁକ୍ତିକୁ ଗୁରୁତ୍ୱ

ଭୁବନେଶ୍ୱର,୨୨ା୪: ବ୍ରିଜ୍‌ଷ୍ଟୋନ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ନୂତନ ଉତ୍ପାଦ ‘ତୁରଞ୍ଜା ୬ଆଇ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଯାତ୍ରୀବାହୀ ଯାନ ସେଗ୍‌ମେଣ୍ଟ ପାଇଁ ବ୍ରାଣ୍ଡ୍‌...

ଶ୍ରୀଲେଦର୍ସ ପ୍ରତିଷ୍ଠାତାଙ୍କ ପ୍ରତିମୂର୍ତ୍ତି ଅନାବରଣ

ଭୁବନେଶ୍ୱର,୨୨ା୪: ଦେଶର ପ୍ରମୁଖ ସୁଜ୍‌ ବ୍ରାଣ୍ଡ୍‌ ଶ୍ରୀଲେଦର୍ସର ପ୍ରତିଷ୍ଠାତା ତଥା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ସୁରେଶ ଚନ୍ଦ୍ର ଦେଙ୍କର ୧୧୩ତମ ଜନ୍ମବାର୍ଷିକୀ ରବିବାର ପାଳିତ...

ଶପର୍ସ ଷ୍ଟପ୍‌ ସହ ଆକ୍ସିସ ବ୍ୟାଙ୍କର ସହଭାଗିତା

ଭୁବନେଶ୍ୱର,୨୨ା୪: ଆକ୍ସିସ୍‌ ବ୍ୟାଙ୍କ ଏବଂ ଶପର୍ସ ଷ୍ଟପ୍‌ସ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ନିକଟରେ ସ୍ଥାପନ ହୋଇଛି। ଏପରିକି ଉଭୟ ସଂସ୍ଥାର ମିଳିତ ସହଭାଗିତାରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri