ଉତ୍ତରଓଡ଼ିଶାରେ ଭାରତ ବନ୍ଦର ଆଂଶିକ ପ୍ରଭାବ

ଭଦ୍ରକ ଅଫିସ/ଭଣ୍ଡାରିପୋଖରୀ,୨୯।୩ (ଡି.ଏନ.ଏ.) ଭଦ୍ରକ ଜିଲାରେ ସୋମବାର ଭାରତ ବନ୍ଦ ପାଳନ କରାଯାଇଥିବା ବେଳେ ଏହାର ଆଂଶିକ ପ୍ରଭାବ ଦେଖିବାକୁ ମିଳିଛି। ସୋମବାର ସକାଳ ୬ଟାରେ ଏଆଇସିସିଟିୟୁ ପକ୍ଷରୁ ସଭାପତି ସମର ବଳ, ଜୟନ୍ତୀ ବିଶ୍ୱାଳ, କିଶୋର ଜେନାଙ୍କ ନେତୃତ୍ୱରେ ବହୁ କର୍ମୀ ସ୍ଥାନୀୟ ଷ୍ଟେଶନରେ ପହଞ୍ଚି ରେଳ ଧାରଣା ଉପରେ ବସି ରହି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଫଳରେ କିଛି ସମୟ ପାଇଁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ରେଲଓ୍ବେ ପୋଲିସ ୬ଜଣଙ୍କୁ ଉଠାଇ ନେଇ ଥାନାରେ ଅଟକ ରଖିଥିଲା। ପରେ ରେଳ ଚଳାଚଳ ସ୍ବାଭାବିକ ହୋଇଥିଲା। ପରେ ଏଆଇସିସିଟିୟୁ ପକ୍ଷରୁ ୭ଟାରେ ଭଦ୍ରକ କଲେଜ ଛକ ସ୍ଥିତ ସାଳନ୍ଦୀ ବ୍ରିଜ୍‌ ଉପରେ ୧୬ନଂ. ଜାତୀୟ ରାଜପଥକୁ ଅବରୋଧ କରାଯାଇଥିଲା। ଦଳର ଜିଲା ସଭାପତି ବଳଙ୍କ ସମେତ ଫକୀର ମୋହନ ମଲ୍ଲିକ, ରମାକାନ୍ତ ଦାସ, ରୁପା ପାତ୍ର, ଗାୟତ୍ରୀ ବେହେରା, ସୁଶାନ୍ତ ଦାସ, ଲକ୍ଷ୍ମୀଧର ସାମଲ ପ୍ରମୁଖ ଶତାଧିକ କର୍ମୀ ଏଥିରେ ସାମିଲ ଥିଲେ। ଭଦ୍ରକ ସହରର ଦୋକାନ ବଜାର ଖୋଲାଥିବା ଦେଖିବାକୁ ମିଳିଥିଲା। ଭଣ୍ଡାରିପୋଖରୀ ଠାରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ୧୬ ନଂ. ଜାତୀୟ ରାଜପଥକୁ ଶ୍ରମିକମାନେ ବନ୍ଦ କରିବାରୁ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ୪ ଘଣ୍ଟା ଧରି ରାସ୍ତାରେ ଗାଡ଼ିଗୁଡ଼ିକ ଅଟକି ରହିଥିଲା। ସେହିପରି ସରକାରୀ କାର୍ଯ୍ୟାଳୟଗୁଡ଼ିକ ଖୋଲା ରହିଥିଲେ ସୁଦ୍ଧା କର୍ମଚାରୀ ସଂଖ୍ୟା କମ୍‌ ରହିଥିବା ବେଳେ ସାଧାରଣ ଲୋକଙ୍କ ଯାତାୟାତ ମଧ୍ୟ ସେଭଳି ନ ଥିଲା। ସ୍ଥାନୀୟ ଚାଷୀ-ମୂଲିଆ ସଂଘ ସଦସ୍ୟମାନଙ୍କ ସହ ଅନେକ ଶ୍ରମିକ ସଙ୍ଗଠନ କର୍ମକର୍ତ୍ତା ବନ୍ଦ ପାଳନରେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘରୋଇ ହସ୍ପିଟାଲରେ ଯୁବକ ମୃତ: ଚିକିତ୍ସା ଅବହେଳା ଅଭିଯୋଗ ଆଣିଲେ ବାପା

କଟକ ଅଫିସ, ୮ା୬: ଦୁର୍ଘଟଣା ଘଟିବା ପରେ ମୋ ପୁଅକୁ ଏସ୍‌ସିବି ମେଡିକାଲ ନେଇଥିଲି। ସେଠାରେ ଡାକ୍ତର ମୋତେ ଘରୋଇ ହସ୍ପିଟାଲ ନେବାକୁ ପରାମର୍ଶ ଦେଇଥିଲେ।...

ଏପ୍ରିଲ ୨୫ରୁ ଆଇସିଏସ୍‌ଇ, ଆଇଏସ୍‌ସି ପରୀକ୍ଷା

ଭୁବନେଶ୍ୱର, ୪।୩(ବ୍ୟୁରୋ): ସିଆଇଏସ୍‌ସିଇ ଦ୍ୱାରା ପରିଚାଳିତ ଆଇସିଏସ୍‌ଇ(ଦଶମ) ଓ ଆଇଏସ୍‌ସି (ଦ୍ୱାଦଶ) ସେମିଷ୍ଟର-୨ ପରୀକ୍ଷା ଏପ୍ରିଲ ୨୫ରୁ ଆରମ୍ଭ ହେବ। ଦଶମ ପରୀକ୍ଷା ୨୫ରୁ ଆରମ୍ଭ...

ମାସ୍କ ନ ପିନ୍ଧି ଡ୍ୟୁଟି କରୁଥିଲେ ଖାକିଧାରୀ: ପଚାରିବାରୁ ନାଲିଆଖି, ମାଡ଼ ମାରି ଥାନାକୁ ଟେକିନେଲେ

ଭୁବନେଶ୍ୱର,୧୮।୪(ବ୍ୟୁରୋ): କରୋନା ନିୟମ ଉଲ୍ଲଂଘନ କରୁଥିବା ପୋଲିସ ବାବୁଙ୍କ ଫଟୋ ଉଠାଇବା ଦୁଇ ଛାତ୍ରଙ୍କ ପାଇଁ ମହଙ୍ଗା ପଡିଛି। ଖାକି ପାହାର ଖାଇବା ସହ ଥାନା...

ଅବପାତରେ ପରିଣତ ହେଲା ଲଘୁଚାପ

ଭୁବନେଶ୍ୱର,୨୨।୧୦(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶନିବାର ଅବପାତରେ ପରିଣତ ହୋଇଛି। ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟୁଇଟ୍‌ କରାଯାଇ ଏହି...

ଅଧିକ ଟ୍ରେସିଂ ଯୋଗୁ ବଢୁଛି ସଂଖ୍ୟା; ରାଜ୍ୟବାସୀ ଚିନ୍ତା କରନ୍ତୁ ନାହିଁ: ଏସିଏସ୍‌

ଭୁବନେଶ୍ୱର,୨୩।୭(ବ୍ୟୁରୋ): ଆମ ରାଜ୍ୟର ସ୍ଥିତି ଅନ୍ୟ ରାଜ୍ୟଠାରୁ ସମ୍ପୂର୍ଣ୍ଣ ଭିନ୍ନ ରହିଛି। ଧିରେ ଧିରେ କେସ୍‌ ବଢ଼ୁଥିଲେ ବି ଏଥିଲାଗି ରାଜ୍ୟବାସୀ ଚିନ୍ତା କରିବା ଅନାବଶ୍ୟକ।...

ଅଜିତ ଦାସଙ୍କୁ ‘ଜୀବନବ୍ୟାପୀ ସାଧନା’ ପୁରସ୍କାର

ଭୁବନେଶ୍ୱର, ୨୮।୩ (ବ୍ୟୁରୋ): ଓଡ଼ିଶାର ଅଗ୍ରଣୀ ମ୍ୟାନେଜମେଣ୍ଟ ପ୍ରତିଷ୍ଠାନ ହ୍ବାଇଟ୍‌ କାନ୍‌ଭାସ ପକ୍ଷରୁ ଶନିବାର ସ୍ଥାନୀୟ ଏକ ହୋଟେଲରେ ୧୦ମ ରୁଚି ଓଫା ଆଓ୍ବାଡର୍‌ସ ଉତ୍ସବ...

ହୋମ୍‌ କ୍ୱାରାଣ୍ଟାଇନ୍‌ ସହ ମହାପ୍ରଭୁଙ୍କ ଅଣସରକୁ ତୁଳନା କଲେ ବାଗ୍‌ଚୀ

ଭୁବନେଶ୍ୱର, ୧୯।୩ (ବ୍ୟୁରୋ): ଯେଉଁମାନେ ବିଦେଶରୁ ଆସିଛନ୍ତି ସେମାନେ ୧୪ ଦିନ କ୍ୱାରାଣ୍ଟାଇନରେ ରହିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ନେଇ ଏବେ ଅନେକ ବିଦେଶ...

ଏସ୍‌ସିବିରେ ଜଗା-କାଳିଆ

କଟକ ଅଫିସ,୭।୯: ଏସ୍‌ସିବିରେ କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆ। ଶନିବାର ଅପରାହ୍ନରେ ରାଜଧାନୀ ଏକ୍ସପ୍ରେସ୍‌ ଯୋଗେ କଟକ ଷ୍ଟେଶନରେ ପହଞ୍ଚିବା ପରେ ତାଙ୍କୁ ସ୍ବତନ୍ତ୍ର ଆମ୍ବୁଲାନ୍ସ...

Advertisement
Archives

Model This Week