ମୋରଡ଼ାରେ ବନ୍ଦପାଳନର ଆଂଶିକ ପ୍ରଭାବ

ମୋରଡ଼ା,୨୦ା୯(ସ୍ମାରକ ମାଜୀ): କୁଡୁମୀ ସମାଜର ଉନ୍ନତି ତଥା କୁଡୁମୀ ସମାଜକୁ ଆଦିବାସୀ ମାନ୍ୟତା ଦାବି ଏବଂ କୁଡୁମାଲି ଭାଷାକୁ ସାମ୍ବିଧାନିକ ଭାଷା ମାନ୍ୟତା ଦାବି ନେଇ ବୁଧବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବାରଘଣ୍ଟିଆ ମୟୂରଭଞ୍ଜ ବନ୍ଦ କୁଡୁମୀ ଏକତା ମଞ୍ଚ ତରଫରୁ ଦିଆଯାଇଥିବା ବେଳେ ଏହାର ଆଂଶିକ ପ୍ରଭାବ ମୋରଡ଼ାରେ ଦେଖିବାକୁ ମିଳିଛି। ପବିତ୍ର ନୂଆଖାଇ ପାଇ ସମସ୍ତ ସରକାରୀ ଶିକ୍ଷାନୁଷ୍ଠାନ, ଅଫିସ ବନ୍ଦ ରହିଥିବା ବେଳେ କୁଡୁମୀ ସେନାକର୍ମୀମାନେ ବେସରକାରୀ ଅନୁଷ୍ଠାନ ବନ୍ଦ କରିବା ସହିତ ଗାଡ଼ିମୋଟର ଚଳାଚଳ, ବ୍ୟବସାୟ ପ୍ରତିଷ୍ଠାନ ମଧ୍ୟ ବନ୍ଦ କରିଥିଲେ। ବନ୍ଦ ବେଳେ ମୋରଡ଼ା ପୋଲିସ,ଚିତ୍ରଡ଼ା ଫାଣ୍ଡି ପୋଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ l ବ୍ଲକର ଶୀର୍ଷାପାଳ ଛକ, ଚିତ୍ରଡ଼ା ବଜାର, ଦାନ୍ତିଆମୁଁହା ଆଦି ସ୍ଥାନରେ କୁଡୁମୀ ସେନା କର୍ମୀମାନେ ଦୋକାନ ବଜାର ବନ୍ଦ କରିଥିଲେ।