Categories: ଜାତୀୟ

ପାର୍ଥୋ ଦାସଗୁପ୍ତାଙ୍କୁ ଜାମିନ

ମୁମ୍ବାଇ, ୩ା୩: ଟେଲିଭିଜନ ରେଟିଂ ପଏଣ୍ଟ (ଟିଆର୍‌ପି) ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ବ୍ରଡ୍‌କାଷ୍ଟ ଅଡିଏନ୍ସ ରିସର୍ଚ୍ଚ କାଉନସିଲ(ବିଏଆର୍‌ସି)ର ପୂର୍ବତନ ସିଇଓ ପାର୍ଥୋ ଦାସଗୁପ୍ତାଙ୍କୁ ମଙ୍ଗଳବାର ଜାମିନ ମିଳିଛି। ବମ୍ବେ ହାଇକୋର୍ଟ ଆବେଦନର ଶୁଣାଣି କରି ୨ ଲକ୍ଷ ଟଙ୍କା ବଣ୍ଡ୍‌ ବଦଳରେ ଦାସଗୁପ୍ତାଙ୍କ ଜାମିନ ମଞ୍ଜୁର କରିଛନ୍ତି। ଏଥିସହ ପ୍ରତି ମାସର ପ୍ରଥମ ଶନିବାର ସେ କ୍ରାଇମ ବ୍ରାଞ୍ଚ ନିକଟରେ ୬ ମାସ ପର୍ଯ୍ୟନ୍ତ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ପରେ ପ୍ରତି ୩ ମାସରେ ଥରେ ଦାସଗୁପ୍ତା ପୋଲିସ ନିକଟରେ ଉପସ୍ଥିତ ହେବେ ବୋଲି କୋର୍ଟ ସର୍ତ୍ତ ରଖିଛନ୍ତି।

Share