ପାର୍ଥ ପ୍ରତୀମ ବନ୍ଧନ ବ୍ୟାଙ୍କର ନୂଆ ଏମ୍‌ଡି

ନୂଆଦିଲ୍ଲୀ,୪।୧୧: ବନ୍ଧନ ବ୍ୟାଙ୍କର ନୂଆ ଏମ୍‌ଡି ତଥା ସିଇଓ ଭାବେ ପାର୍ଥ ପ୍ରତୀମ ସେନଗୁପ୍ତା ନିକଟରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ବିଶେଷ କରି ବ୍ୟବସାୟ, ଋଣ ଓ ପ୍ରଯୁକ୍ତି ଉପରେ ବିଶେଷ ଦଖଲ ରଖିଥିବା ସେନଗୁପ୍ତା ସଫଳତାର ସହ ବୃହତ ବ୍ୟବସାୟ ପରିଚାଳନା କରିଛନ୍ତି। ଅପରପକ୍ଷରେ ସେନଗୁପ୍ତା ଦାୟିତ୍ୱ ଗ୍ରହଣ କରିବା ପରେ ୨୦୨୪ ଜୁଲାଇରୁ ଅନ୍ତରୀଣ ଏମ୍‌ଡି ଓ ସିଇଓ ଭାବେ ଦାୟିତ୍ୱ ନିର୍ବାହ କରୁଥିବା ରତନ କୁମାର କେଶ ତାଙ୍କ ନିଜ ଭୂମିକା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଓ ଚିଫ୍‌ ଅପରେଟିଂ ଅଫିସର ପଦକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏ ସମ୍ପର୍କରେ ବନ୍ଧନ ବ୍ୟାଙ୍କର ଅଧ୍ୟକ୍ଷ ଡ.ଅନୁପ କୁମାର ସିହ୍ନା କହିଛନ୍ତି,ପାର୍ଥ ପ୍ରତୀମଙ୍କୁ ଆମେ ଆମର ବନ୍ଧନ ପରିବାରକୁ ସ୍ବାଗତ କରି ବେଶ୍‌ ଉତ୍ସାହିତ ଅଛୁ। ଏପରିକି ବ୍ୟାଙ୍କିଙ୍ଗ ଶିଳ୍ପରେ ତାଙ୍କର ପ୍ରମାଣିତ ରେକର୍ଡ ବନ୍ଧନ ବ୍ୟାଙ୍କର ପରବର୍ତ୍ତୀ ପର୍ଯ୍ୟାୟ ଅଭିବୃଦ୍ଧି ସହ ବନ୍ଧନ୨.୦ କୁ ଆଗକୁ ବଢ଼ାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ଏପରିକି ତାଙ୍କ ଅଭିଜ୍ଞତା ସାରା ଦେଶରେ ବ୍ୟାଙ୍କର ବଜାର ସ୍ଥିତି ଓ ସମସ୍ତଙ୍କ ପାଇଁ ବ୍ୟାଙ୍କକୁ ସୁଦୃଢ଼ କରିବାରେ ମାର୍ଗଦର୍ଶନ କରିବ। ସେହିଭଳି ବନ୍ଧନ ବ୍ୟାଙ୍କର ଏମ୍‌ଡି ତଥା ସିଇଓ ପାର୍ଥ ପ୍ରତୀମ ସେନଗୁପ୍ତା କହିଛନ୍ତି, ବନ୍ଧନ ବ୍ୟାଙ୍କ ପରିବାରରେ ଯୋଗ ଦେଇଥିବାରୁ ମୁଁ ନିଜକୁ ଗର୍ବିତ ମନେ କରୁଛି। ଆର୍ଥତ୍କ ସେବାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ଓ ସ୍ଥାୟୀ କରିବା ଲାଗି ଗ୍ରାହକ କୈନ୍ଦ୍ରିକ ସମାଧାନରେ ଉନ୍ନତି ଆଣିବା, ବ୍ୟବସାୟ ଓ ନବସୃଜନକୁ ସୁଦୃଢ଼ କରିବା ଉପରେ ମୁଁ ବିଶେଷ ଧ୍ୟାନ ଦେବି। ବିଗତ ବର୍ଷଗୁଡ଼ିକରେ ବନ୍ଧନ ବ୍ୟାଙ୍କ ଟିମ୍‌ ବହୁତ ଭଲ କାର୍ଯ୍ୟ କରିଛି ଏବଂ ଅଭିବୃଦ୍ଧିକୁ ଆଗକୁ ବଢ଼ାଇବା ଓ ସମସ୍ତ ଅଂଶୀଦାରଙ୍କୁ ମୂଲ୍ୟ ପ୍ରଦାନ କରିବା ଦିଗରେ କାମ କରିବା ଲାଗି ମୁଁ ଚାହି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାମେରା ଜଗିଛି, ବାଘ ନେଇଗଲା ବାଛୁରୀ: ଘୁମୁସର ବନଖଣ୍ଡରେ ବଢୁଛି ଆତଙ୍କ

ଭଞ୍ଜନଗର,୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଘୁମୁସର ଉତ୍ତର ବନଖଣ୍ଡରେ ଦିନକୁ ଦିନ ବନ୍ୟପ୍ରାଣୀ ଆତଙ୍କ ବଢୁଛି। ଯାହାକୁ ନେଇ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମବାସୀ ଆତଙ୍କିତ...

ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମବାର୍ଷିକୀ ପାଇଁ ଦେଓଲ ପରିବାର ନେଲେ ବଡ଼ ନିଷ୍ପତ୍ତି, ପ୍ରଶଂସକଙ୍କୁ ମିଳିବ…

ମୁମ୍ବାଇ,୬।୧୨: ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ଜନ୍ମଦିନର ମାତ୍ର ୧୫ ଦିନ ପୂର୍ବରୁ ଦେହାନ୍ତ ହୋଇଗଲା। ଏବେ, ସନି ଦେଓଲ ଏବଂ ବବି ଦେଓଲ ସମେତ...

ସୋଲାର ଲାଇଟ ଅଚଳ:ଠିକା ସଂସ୍ଥାକୁ ତାଗିଦ୍‌ କଲେ ବିଡିଓ, ଦେଖନ୍ତୁ VIDEO

ଦାରିଙ୍ଗବାଡି,୬/୧୨(ଅରୁଣ ସାହୁ ): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ସନ୍ଧ୍ୟା ହେଲେ ରାସ୍ତାଘାଟ ଅନ୍ଧାର ହୋଇପଡୁଛି। ପଞ୍ଚାୟତ ଏବଂ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଷ୍ଟ୍ରିଟ ଆଲୁଅର...

କଣ୍ଟେନରରେ ୩୦ରୁ ଅଧିକ ଗୋରୁଙ୍କୁ ପଶ୍ଚିମବଙ୍ଗକୁ କରାଯାଉଥିଲା ଚାଲାଣ, ମାଡିବସିଲା ପୋଲିସ, ତା’ପରେ…

ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ଭଦ୍ରକରୁ ପାଖାପାଖି ୩୦ରୁ ଊର୍ଦ୍ଧ୍ୱ ଗୋରୁଙ୍କୁ କଣ୍ଟେନରରେ ନେଇ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ବେଳେ ବାଲେଶ୍ୱର ଜିଲା ନୀଳଗିରି ପୋଲିସ ଇଶ୍ୱରପୁର...

ସାରଥିଙ୍କ ବିରୋଧରେ ଚାଲିବ ମାମଲା: ଚାର୍ଜଫ୍ରେମ୍‌ କଲେ ଅଦାଲତ

କଟକ,୬।୧୨(କାର୍ତ୍ତିକ ସାହୁ):ବହୁଚର୍ଚ୍ଚିତ ଆତ୍ମଘୋଷିତ ବାବା ସାରଥି ଓରଫ ସନ୍ତୋଷ ରାଉଳ, ତାଙ୍କ ପୁଅ ସତ୍ୟମ ଶେଖର ଓ ଅନ୍ୟ ୪ ଜଣଙ୍କ ବିରୋଧରେ କଟକ ସ୍ବତନ୍ତ୍ର...

ଇଣ୍ଡିଗୋ ସଙ୍କଟ ମଧ୍ୟରେ ବଡ଼ ପଦକ୍ଷେପ ନେଲାେ ରେଲଓ୍ବେ, ଅତିରିକ୍ତ କୋଚ ବୃଦ୍ଧି ସହ ସ୍ବତନ୍ତ୍ର ଟ୍ରେନ ସେବା ଘୋଷଣା

ନୂଆଦିଲ୍ଲୀ,୬।୧୨: ଦେଶବ୍ୟାପୀ ଇଣ୍ଡିଗୋ ଏବଂ ଅନ୍ୟ ଅନେକ ଏୟାରଲାଇନ୍ସର ଉଡ଼ାଣ ବାତିଲ ହେବା ପରେ, ଲକ୍ଷ ଲକ୍ଷ ଯାତ୍ରୀ ହଠାତ୍‌ ରେଳବାଇକୁ ଭିଡ଼ ଜମାଇଥିଲେ। ଟିକେଟର...

ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ: ଦାବି ପୂରଣ ନ ହେବା ଯାଏ ସମୂହ ଛୁଟିରେ ରହିବାକୁ ନିଷ୍ପତ୍ତି

ଭୁବନେଶ୍ୱର,୬ା୧୨(ସୁଚିସ୍ମିତା ସାହୁ):ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ। ଛାତ୍ରୀଛାତ୍ରଙ୍କ ପରୀକ୍ଷା ପାଖେଇ ଆସିଥିବା ବେଳେ ବିଦ୍ୟାଳୟରେ ପାଠ ପଢ଼ାଇବା ବଦଳରେ ଦାବି ପୂରଣ ପାଇଁ ଶିକ୍ଷକମାନେ...

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri