‘କେଜିଏଫ୍‌ ପାର୍ଟ -୨’ ପରେ ଆସିବ ପାର୍ଟ-୩!

ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଗୁରୁବାର ରିଲିଜ୍‌ ହୋଇଯାଇଛି ବହୁ ପ୍ରତୀକ୍ଷିତ ଫିଲ୍ମ‘କେଜିଏଫ୍‌-୨’।ରକିଂ ଷ୍ଟାର୍‌ ୟଶଙ୍କ ଏହି ଫିଲ୍ମକୁ ଦେଖିବା ପାଇଁ ସିନେମା ହଲରେ ନାହିଁ ନଥିବା ଭିଡ ଦେଖିବାକୁ ମିଳୁଛି। ଫିଲ୍ମକୁ ନେଇ ସୋସିଆଲ ମିଡିଆରେ ଟ୍ରେଣ୍ଡ ଦେଖାଯାଉଛି । ଦର୍ଶକ ଫିଲ୍ମକୁ ବହୁତ ପ୍ରଶଂସା ମଧ୍ୟ କରୁଛନ୍ତି। ଏହି ସମୟରେ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଆସିଛି । ୟଶଙ୍କ ‘କେଜିଏଫ୍‌ ପାର୍ଟ -୨’ ପରେ ପାର୍ଟ ୩’ ଆସିବାର ସୂଚନା ମଧ୍ୟ ମିଳିଛି।

କହିବାକୁ ଗଲେ କେଜିଏଫ ର ପ୍ରଥମ ଅଧ୍ୟାୟ ୨୦୧୮ ରେ ମୁକ୍ତିଲାଭ କରିଥିଲା ଏବଂ ଏହା ପରେ ୨୦୨୨ମସିହାରେ ଫିଲ୍ମର ଦ୍ୱିତୀୟ ଅଧ୍ୟାୟ ମୁକ୍ତିଲାଭ କରିଛି। ନିକଟରେ ହିନ୍ଦୁସ୍ତାନ ଟାଇମ୍ସ ସହିତ କଥାବାର୍ତ୍ତା କରୁଥିବାବେଳେ ପ୍ରଶାନ୍ତ ନୀଲଙ୍କୁ ଏହାରି ବିଷୟରେ ପ୍ରଶ୍ନ କରାଯାଇଥିଲା, ଯେଉଁଥିରେ ସେ କହିଥିଲେ ଯେ ଏତେ ଜଲଦି ଏ ବିଷୟରେ କହିବା ଠିକ୍‌ ହେବ ନାହିଁ । ଯଦି ଦର୍ଶକ କେଜିଏଫ-୨କୁ ପସନ୍ଦ କରୁଛନ୍ତି। ତା’ହେଲେ ଆଗକୁ ‘ପାର୍ଟ ୩’ଆଣିବାକୁ ଚିନ୍ତା କରିବୁ।

Share