ଅର୍ଡର ନ ଦେଇ ଆସିଲା ପାର୍ଶଲ, ଭିତରୁ ବାହାରିଲା…

ଦାରିଙ୍ଗବାଡ଼ି,୧୮ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳର ଜଣେ ଯୁବକ ଅନ୍‌ଲାଇନ୍‌ ଠକେଇର ଶିକାର ହୋଇଛନ୍ତି। ସେ ଜଣେ ପ୍ରତିଷ୍ଠିତ ପେଟ୍ରୋଲ ପମ୍ପ୍‌ ମାଲିକ ଓ ହୋଟେଲ ବ୍ୟବସାୟୀ ହୋଇଥିବା ବେଳେ ସଦାବେଳେ ନିଜ ବ୍ୟବସାୟକୁ ନେଇ ବ୍ୟସ୍ତ ରୁହନ୍ତି। ଏହାର ଫାଇଦା ନେଇ ଅନ୍‌ଲାଇନ୍‌ରେ ତାଙ୍କୁ ଠକାଯାଇଥିବା ଜଣାପଡ଼ିଛି।

ପ୍ରକାଶ ଯେ, ସ୍ବାଧୀନ କୁମାର ସାହୁଙ୍କ ନାମରେ ଏକ ପାର୍ଶଲ ଆସିଥିଲା ସେ ଭାବିଲେ ଏହି ଅନ୍‌ଲାଇନ୍‌ ଅର୍ଡରଟି ସେ କରି ନ ଥିଲେ ପରେ ଭାବିଲେ ତାଙ୍କ ପରିବାରର କେହି ତାଙ୍କ ନାମରେ ଅର୍ଡର କରିଥିବେ। ପରିବାର ଲୋକଙ୍କୁ ନ ପଚାରି ସେ ପାର୍ଶଲଟିକୁ ରିସିଭ୍‌ କରିବା ସହ ୧ ହଜାର ୪ ଟଙ୍କା ପୈଠ କରିଦେଲେ। ଘରକୁ ନେଇ ଖୋଲିବା ବେଳେ ସେଥିରୁ ଏକ କଳାକପଡ଼ା ବାହାରିଥିଲା। ଯାହାକି ତାଙ୍କ ପରିବାର ଫ୍ଲିପ୍‌କାର୍ଡରେ ଅର୍ଡର କରିଥିବା ବେଳେ ଯେଉଁ ପାର୍ଶଲଟି ଆସିଛି ସେହି କମ୍ପାନୀରୁ କୌଣସି ଅର୍ଡର ଦେଇ ନ ଥିବା ଜାଣିଥିଲେ। ଉକ୍ତ ଅନ୍‌ଲାଇନ୍‌ ଏଜେନ୍ସିର ନାମ ଜେନ୍ନି କ୍ରିଏଶନ ଭବାନୀପାଟଣା, ରହିଥିବା ଠକେଇର ଶିକାର ହୋଇଥିବା ସ୍ବାଧୀନ କହିଛନ୍ତି। ଏନେଇ ସେ ପୋଲିସରେ ଅଭିଯୋଗ କରିବି ବୋଲି କହିଛନ୍ତି।

ପ୍ରକାଶ ଯେ, ଚଳିତ ସପ୍ତାହରେ ଜିଲା ପୋଲିସ ପକ୍ଷରୁ ସାଇବର ଠକେଇରୁ ସୁରକ୍ଷା ପାଇବା ପାଇଁ ଦିନ ତମାମ ପ୍ରଚାର ପ୍ରସାର କରିଥିଲା। ସେଥିରେ ଅନ୍‌ଲାଇନ୍‌ କିଣା, ବ୍ୟାଙ୍କ ଆକାଉଣ୍ଟ ପାଇଁ କାହାରିକି ଓଟିପି ନ ଦେବା ନିଜ ଡାଟା ସାମାଜିକ ଗଣମାଧ୍ୟମରେ ନ ଜଣେଇବା ଆଦି ସଚେତନ କରାଯାଇଥିଲେ ସୁଦ୍ଧା ଦୁର୍ବୃତ୍ତମାନେ ବିଭିନ୍ନ ଉପାୟରେ ଲୋକଙ୍କୁ ଠକିବାର ନୂଆ ଉପାୟ କରିବାରେ ଲାଗିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନର ଗର୍ବ ଭାଙ୍ଗିଲେ ଏହି ୫ ଖେଳାଳି: ସାଜିଲେ ବିଜୟର ହିରୋ

କଲମ୍ବୋ,୧୬।୨: ୨୦୨୬ ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଆଉ ଏକ ସ୍ମରଣୀୟ ବିଜୟ ସହିତ ଭାରତ ସୁପର ୮ରେ ପ୍ରାୟ ନିଜର ସ୍ଥାନ ସୁରକ୍ଷିତ କରିଛି। ଏହି…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri