Categories: ଫୁରସତ

ଶୁଆ ଚଲାଉଛି ୟୁଟ୍ୟୁବ୍‌, ଦେଖିଲେ ଲାଖିଯିବ ଆଖି

ଆପଣ ନିଶ୍ଚୟ ଅନେକ ଶୁଆଙ୍କୁ ଦେଖିଥିବେ ଯେଉଁମାନେ ରହୁଥିବା ଘରର ସଦସ୍ୟଙ୍କ ନାଁ ଧରି ଡାକନ୍ତି। କିନ୍ତୁ ଦେଖିଛନ୍ତି କି ଶୁଆ କେବେ ୟୁଟ୍ୟୁବ୍‌ ଚଲାଇବାର? ନ ଦେଖିଲେ ବିଶ୍ୱାସ କରି ହେବନି। ତେବେ ଦେଖନ୍ତୁ ଏପରି କିଛି ଦୃଶ୍ୟ…

ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ବିହାରର କାଟିହର ଜିଲାରେ। ଏଠାରେ ଥିବା ଏକ ଶୁଆ କେବଳ ୟୁଟ୍ୟୁବ୍‌ ଚଲାଏନି ବରଂ ନିଜ ସମ୍ବନ୍ଧୀୟ ଭିଡିଓ ସର୍ଚ୍ଚ କରି ମଧ୍ୟ ଦେଖେ।

ମୋବାଇଲ୍‌ ପ୍ରିୟ ଏହି ଶୁଆଟି କାଟିହରର ନୟାଟୋଲାରେ ରହୁଥିବା ରାଜେଶ କୁମାର ବର୍ମାଙ୍କ ଘରେ। ଯାହାର ନାମ ମିଟୁ। ଏହା କେବଳ ଘରେ ଥିବା ଲୋକଙ୍କ ନାଁ ଧରି ଡାକି ନ ଥାଏ, ସେମାନଙ୍କ ସହିତ ଖେଳେ ଏବଂ ୟୁଟ୍ୟୁବ୍‌ରେ ନିଜ ପସନ୍ଦର ଭିଡିଓ ମଧ୍ୟ ଦେଖେ।

ଶୁଆଟିର ଏପରି ଅଭ୍ୟାସ ହୋଇଯାଇଛି ଯେ, ଏହା ମୋବାଇଲ ବିନା ବଞ୍ଚିବା ଅସମ୍ଭବ। ଘରର ଲୋକମାନେ ମିଟୁଙ୍କୁ ସେମାନଙ୍କର ସନ୍ତାନ ଭାବରେ ଦେଖିଥାନ୍ତି। ସେ ମଧ୍ୟ ଘରର ଜଣେ ସଦସ୍ୟ। ଶୁଆଟି ପରିବାର ଲୋକଙ୍କ ମନୋରଞ୍ଜନ କରିଥାଏ। ଏପରିକି କୌଣସି ମାନସିକ ଅବସାଦ ଥିଲେ ମିଟୁ ସମସ୍ତ ଦୂର କରିଦେଇଥାଏ ବୋଲି ପରିବାର ସଦସ୍ୟମାନେ କୁହନ୍ତି।

କୌଣସି ଅଶୁଭ ଘଟଣା ସମ୍ପର୍କରେ ମିଟୁ ହିଁ ଘରଲୋକଙ୍କୁ ପ୍ରଥମେ ସୂଚନା ଦେଇଥାଏ। ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ୟୁଜରମାନେ କହୁଛନ୍ତି, ଏହି ଡିଜିଟାଲ ଯୁଗରେ କେବଳ ମଣିଷ ନୁହନ୍ତି, ବର୍ତ୍ତମାନ ପଶୁପକ୍ଷୀମାନେ କୌଶଳ ଜାଣିଗଲେଣି।

Share