Categories: ଫୁରସତ

ଶୁଆ ଖାଉଛି ଆଇସ୍‌କ୍ରିମ୍‌, ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ସୋସିଆଲ ମିଡିଆରେ ପଶୁପକ୍ଷୀମଙ୍କର ଅଜବ ଭିଡିଓ ଭାଇରାଲ ହେବାର ଦେଖାଯାଏ। ନିକଟରେ ସେମିତି ଏକ ଭିଡିଓ ଭାଇରାଲ ହୋଇଛି। ଭାଇରାଲ ଭିଡିଓରେ ଜଣେ ମହିଳା ତାଙ୍କ ପୋଷା ଶୁଆ ସହିତ ନଜର ଆସିଛନ୍ତି।
ମହିଳା ଜଣକ ଆଇସକ୍ରିମ ଖାଇବା ପାଇଁ ଶୁଆକୁ ଅଫର୍‌ ଦେଉଛନ୍ତି। ଆଇସକ୍ରିମ ଦେଖି ଶୁଆଟି ଖୁସି ହୋଇ ପ୍ରଥମେ ଖାଇବାକୁ ଚେଷ୍ଟା କରୁଛି। ପରେ ଆଇସକ୍ରିମ୍‌ର ଏକ ବଡ଼ ଅଂଶ ନେବା ପାଇଁ ଚେଷ୍ଟା କରୁଛି। କିନ୍ତୁ ବାରମ୍ବାର ଚେଷ୍ଟା ପରେ ମଧ୍ୟ ଥଣ୍ଡା ହେତୁ ଶୁଆ ଏଥିରେ ବିଫଳ ହୁଏ। ଏହା ପରେ, ଶୁଆର ମାଲିକାଣୀ ତାଙ୍କୁ ଏକ ବଡ ବଦଳରେ ଟିକିଏ କାମୁଡ଼ିବାକୁ କୁହନ୍ତି। ଶୁଆଟି ମୁଣ୍ଡ ହଲାଇ ହଁ ଭରେ।
ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏ ପର୍ଯ୍ୟନ୍ତ ଏହି ଭିଡିଓଚ ୪ ଲକ୍ଷରୁ ଅଧିକ ଭ୍ୟୁ ପାଇବା ସହିତ ୨୯ ହଜାରରୁ ଅଧିକ ଲାଇକ ପାଇଛି। ଭିଡିଓରେ ଦେଖାଯାଇଥିବା ମାକାଉ ପ୍ରଜାତିର ଶୁଆଟିର ନାମ ୱେଣ୍ଡାଲ ବୋଲି କୁହାଯାଉଛି। ଇନଷ୍ଟାଗ୍ରାମରେ ତାର ଏକ ପେଜ୍‌ ମଧ୍ୟ ଅଛି।

 

Share