Categories: ଫୁରସତ

ବେଶ ଆରାମରେ କୁକୁରର କ୍ଷୀର ପିଉଛି ଶୁଆ, ଚକିତ କରିବ ଭିଡିଓ

ସୋସିଆଲ ମିଡିଆରେ କେତେବେଳେ କ’ଣ ଦେଖିବାକୁ ମିଳିବ ସେ ନେଇ କହିବା କଷ୍ଟକର। କାରଣ ବେଳେବେଳେ ଏପରି ଜିନିଷ ମଧ୍ୟ ଦେଖିବାକୁ ମିଳେ ଯାହା କଳ୍ପନା ବାହାରେ। ଆଜିକାଲି ପଶୁମାନଙ୍କ ବିଷୟରେ ଏପରି ଭିଡିଓ ସାମ୍ନାକୁ ଆସୁଛି ଯାହା ଚକିତ କରୁଛି। ଏହି କ୍ରମରେ ଏବେ ଏକ ଶୁଆ କୁକୁରର କ୍ଷୀରକୁ ଆନନ୍ଦରେ ପିଉଥିବାର ଭିଡିଓ ବେଶ ଭାଇରାଲ ହେଉଛି। ଏହି ଦୃଶ୍ୟ କେବଳ ଲୋକଙ୍କୁ ଆଶ୍ଚର୍ଯ୍ୟ କରିନାହିଁ, ବରଂ ସେମାନଙ୍କୁ ହସାଇ ଦେଇଛି।

ଭାଇରାଲ ଭିଡିଓରେ ଆପଣ ଏକ କୁକୁରକୁ ଆରାମରେ ଶୋଇଥିବାର ଦେଖିପାରିବେ। ତା’ପରେ ଗୋଟିଏ ଶୁଆ ସେଠାରେ ପହଞ୍ଚି ବହୁତ ଖୁସିରେ କୁକୁରର କ୍ଷୀର ପିଇବା ଆରମ୍ଭ କରୁଛି। ଥରେ କୁକୁର ଉଠି ତାକୁ ଦେଖୁଛି। କିନ୍ତୁ ସେ ପାରାଟିକୁ ନ ଘଉଡାଇ ତାଙ୍କୁ କ୍ଷୀର ପିଇବାକୁ ଦେଉଛି।

ଦେଖନ୍ତୁ ଭିଡିଓ:

ଭିଡିଓ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିବେ। ଏପରିକି ଏହାକୁ ଦେଖି ଏହି ଦୁନିଆରେ କିଛି ଅସମ୍ଭବ ନୁହେଁ ବୋଲି ଭାବୁଥିବେ। ବୋଧହୁଏ ଏହି ଭିଡିଓ ମାଧ୍ୟମରେ ଏହି ବାର୍ତ୍ତା ଦେବାକୁ ଚେଷ୍ଟା କରାଯାଇଛି।

Share