Posted inଜାତୀୟ

ସଂସଦର ଶୀତକାଳୀନ ଅଧିବେଶନ: ଶାସକ-ବିରୋଧୀ ପ୍ରସ୍ତୁତ…

ନୂଆଦିଲ୍ଲୀ,୬।୧୨ : ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ବର ୭, ବୁଧବାର ଠାରୁ ଆରମ୍ଭ ହେଉଛି । ଦିଲ୍ଲୀର  ମ୍ୟୁନିସିପାଲିଟି କର୍ପୋରେଶନ ନିର୍ବାଚନର ଫଳାଫଳ ମଧ୍ୟ ଏହି ଦିନ ଆସିବ। ଡିସେମ୍ବର ୮ରେ ହିମାଚଳ ଏବଂ ଗୁଜରାଟ ବିଧାନସଭା ନିର୍ବାଚନର ଫଳାଫଳ ମଧ୍ୟ ଆସିବ। ଏହିପରି ଭାବେ ସଂସଦର ଶୀତକାଳୀନ ଅଧିବେଶନର ପ୍ରଥମ ଦିନରୁ ରାଜନୈତିକ ଉଷ୍ଣତା ବୃଦ୍ଧି ହେବାର ସମ୍ଭାବନା ଅଛି।

ଉଭୟ ଶାସକ ଦଳ ଏବଂ ବିରୋଧୀ ଶୀତ ଅଧିବେଶନ ପାଇଁ ପ୍ରସ୍ତୁତ ହୋଇ ସାରିଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଯେ ସରକାର ପ୍ରତ୍ୟେକ ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି। ଏଥି ସହିତ ସଂସଦର କାର୍ଯ୍ୟକାରିତାକୁ ବାଧା ଦେବା ପରିବର୍ତ୍ତେ ମୁଖ୍ୟ ବିରୋଧୀ କଂଗ୍ରେସ ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିବାକୁ ଯୋଜନା କରିଛି।

ରାଜ୍ୟସଭାରେ ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖାର୍ଗେ ବେକାରୀ, ଦରଦାମ ବୃଦ୍ଧି ଭଳି ସମସ୍ତ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିବେ ବୋଲି ଚର୍ଚ୍ଚା ହେଉଛି। ରାହୁଲ ଗାନ୍ଧୀ ଏହି ଅଧିବେଶନରେ ଯୋଗଦେବା ସମ୍ଭବ ନୁହେଁ କାରଣ ସେ ଭାରତ ଯୋଡୋ ଯାତ୍ରାରେ ବ୍ୟସ୍ତ ଅଛନ୍ତି। ସମାନ୍ତରାଳ ଭାବେ କେନ୍ଦ୍ର ସରକାର ୧୬ ଟି ନୂତନ ବିଲର ଡ୍ରାଫ୍ଟ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି। ଅନ୍ୟ ବିଲ୍‌ ମଧ୍ୟରେ ମଲ୍ଟି ଷ୍ଟେଟ କୋଅପରେଟିଭ ସୋସାଇଟିସ (ସଂଶୋଧନ) ବିଲ, ଜାତୀୟ ଦନ୍ତ ଆୟୋଗ ବିଲ, ଉପକୂଳ ଜଳଚର ପ୍ରାଧିକରଣ ସଂଶୋଧନ ବିଲ-୨୦୨୨, ବାଣିଜ୍ୟ ଚିହ୍ନ ସଂଶୋଧନ ବିଲ-୨୦୨୨ ଆଦି ରହିଛି।

ସଂସଦ ୨୦୨୨ ର ଶୀତକାଳୀନ ଅଧିବେଶନ କେନ୍ଦ୍ର ସରକାରଙ୍କ ପାଇଁ ଏକ ଆହ୍ବାନ ସଦୃଶ। ଦେଶ ବର୍ତ୍ତମାନ ବେରୋଜଗାରର ସର୍ବୋଚ୍ଚ ସ୍ତରରେ ମୁକାବିଲା କରୁଛି। ଏହା ବ୍ୟତୀତ କେନ୍ଦ୍ର ସରକାର ଶୀତକାଳୀନ ଅଧିବେଶନରେ ଦୁଇଟି ବଡ ବିଲ ଆଣୁଛନ୍ତି। ଏଥିରେ ମଲ୍ଟି-ଷ୍ଟେଟ କୋଅପରେଟିଭ ସଂଶୋଧନ ବିଲ-୨୦୨୨ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଅନ୍ୟପକ୍ଷରେ ସରକାରଙ୍କୁ ଉତ୍ତରଦାୟୀ କରିବା ପାଇଁ ବିରୋଧୀଙ୍କ ପାଇଁ ଏହି ଅଧିବେଶନ ଗୁରୁତ୍ୱପୂର୍ଣ୍ଣ। ମୁଖ୍ୟ ବିରୋଧୀ ଦଳ କଂଗ୍ରେସର ରଣନୀତିଜ୍ଞମାନେ କହିଛନ୍ତି ଯେ ଶୀତକାଳୀନ ଅଧିବେଶନରେ ଆମେ କେନ୍ଦ୍ର ସରକାରଙ୍କୁ ଘେରି ରହିବୁ। ଏଥିରୁ ବୁଝାପଡୁଛି ଯେ ଶୀତକାଳୀନ ଅଧିବେଶନରେ ସଂସଦ କାର୍ଯ୍ୟରେ ବାଧା ସୃଷ୍ଟି ନକରିବା ପାଇଁ କଂଗ୍ରେସ ଯଥାସମ୍ଭବ ଚେଷ୍ଟା କରିବ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଲା ବଲାଙ୍ଗୀର ପୋଲିସ: ଦେଶୀ ବନ୍ଧୁକ, ବାଇକ୍‌ ଜବତ

ବଲାଙ୍ଗୀର,୨୭।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସଏକ ସ୍ବତନ୍ତ୍ର ଟିମ୍‌ ଶନିବାର ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଛି l ଏ ନେଇ ବଲାଙ୍ଗୀର ଏସ୍‌ପି...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

୧୫ ଘଣ୍ଟା କାମ ପରେ ମିଳିଲା ୭୬୩ ଟଙ୍କା, ଡେଲିଭରି ବୟଙ୍କୁ ଘରକୁ ଡାକି ଏମିତି କଲେ ରାଘବ ଚଢା, ସମସ୍ତେ କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୧୨: ନିକଟରେ, ଜଣେ ଡେଲିଭରି ବୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏକ ଛୋଟ ଭିଡିଓରେ, ଯୁବକ ଜଣକ ତାଙ୍କର ଦୈନନ୍ଦିନ କାର୍ଯ୍ୟସୂଚୀ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri