ନେପାଳରେ ସଂସଦ ଅଧିବେଶନ ଆରମ୍ଭ, ବିଶ୍ୱାସ ମତ ଉପରେ ଆଜି ହୋଇପାରେ ଭୋଟିଂ

କାଠମାଣ୍ଡୁ,୧୦ ।୧: ନେପାଳ ସଂସଦର ପ୍ରଥମ ଅଧିବେଶନ ସୋମବାର ଆରମ୍ଭ ହୋଇଯାଇଛି । ବିଶ୍ୱାସ ମତ ଉପରେ ମଙ୍ଗଳବାର ଭୋଟ ହୋଇପାରେ । ଅଧିବେଶନର ପ୍ରଥମ ଦିନରେ ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ’ପ୍ରଚଣ୍ଡ’ କହିଛନ୍ତି, ଦେଶର ସମୃଦ୍ଧି ପାଇଁ ସାମୁହିକ ପ୍ରୟାସର ଆବଶ୍ୟକତା ରହିଛି । ସେ ଭରସା ଦେଇଛନ୍ତି କି ନୂଆ ସଂସଦ ସଫଳତା ପୂର୍ବକ ଜନତାଙ୍କ ଆଶାକୁ ପୂରଣ କରିବ ।
ନଭେମ୍ବରରେ ହୋଇଥିବା ସାଧାରଣ ନିର୍ବାଚନ ପରେ ପ୍ରତିନିଧି ସଭାର ପ୍ରଥମ ବୈଠକରେ ପ୍ରଚଣ୍ଡ କହିଛନ୍ତି, ମୁଁ ନା କେବଳ ବିଶ୍ୱାସ ମତ ପ୍ରାପ୍ତ କରିବାକୁ ନେଇ ଆଶ୍ୱସ୍ତ ରହିଛି, ବରଂ ମୋର ବିଶ୍ୱାସ ରହିଛି କି ମତକୁ ନେଇ ସମ୍ପୂର୍ଣ୍ଣ ସଦନ ଏକଜୁଟ ହେବ । ସିପିଏନ-ମାଓବାଦୀ କେନ୍ଦ୍ରର ନେତା ୬୮ ବର୍ଷିୟ ପ୍ରଚଣ୍ଡ ଗତବର୍ଷ ୨୬ ଡିସେମ୍ବରରେ ତୃତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ।

Share