Posted inଜାତୀୟ

ସଂସଦ ଗୃହରେ ଛଡାଯାଇଥିବା ସ୍ମୋକ କ୍ୟାନ ‘ମେଡ ଇନ ଚାଇନା’

ନୂଆଦିଲ୍ଲୀ,୧୬।୧୨: ସଂସଦ ସୁରକ୍ଷା ତ୍ରୁଟିର ତଦନ୍ତ ଜାରି ରହିଛି। ଠିକ୍‌ ୨୨ବର୍ଷ ପରେ ସଂସଦ ଆକ୍ରମଣର ପୁର୍ତ୍ତି ଦିନ ଏପରି କାଣ୍ଡ ଭିଆଇଥିବା ୬ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଏହି ମାମଲାର ମାଷ୍ଟରମାଇଣ୍ଡ ଲଳିତ ଝାଙ୍କୁ ପୋଲିସ ଶୁକ୍ରବାର ୭ଦିନିଆ ରିମାଣ୍ଡରେ ନେଇଛି। ଏଥିସହ ତାଙ୍କୁ ପଟିଆଲା ହାଉସ କୋର୍ଟରେ ହାଜର କରାଯାଇଛି। କୋର୍ଟରେ ପୋଲିସ କହିଛି କି, ଲଳିତ ସ୍ବୀକାର କରିଛନ୍ତି କି ସଂସଦରେ ଏପରି କାଣ୍ଡ ଘଟେଇବା ପାଇଁ ୬ଅଭିଯୁକ୍ତ ବହୁବାର ଦିଲ୍ଲୀ ଆସିବା ସହ ଥରେ ଦି ଥର ପରସ୍ପର ସହ ସାକ୍ଷାତ କରିଛନ୍ତି। ଏକ ଜାତୀୟ ଗଣମାଧମର ରିପୋର୍ଟ ଅନୁସାରେ, ଡିସେମ୍ବର ୧୩ରେ ଘଟିଥିବା ଏହି ଘଟଣାର ନାଟ୍ୟ ରୂପାନ୍ତର ପାଇଁ ପୋଲିସ ସଂସଦର ଅନୁମତି ମାଗିଛି।

ଦିଲ୍ଲୀ ପୋଲିସ ଲଳିତଙ୍କ ସମେତ ୫ଅଭିଯୁକ୍ତଙ୍କୁ ପଚରାଉଚରା କରି ଘଟଣାର ଖିଅ କାଢିବାକୁ ଚେଷ୍ଟା କରୁଛି। ତେବେ ଏଥିରେ ଅନେକ ତଥ୍ୟ ସାମ୍ନାକୁ ଆସୁଛି। ଜଣାପଡିଛି କି , କାନଷ୍ଟେର ସ୍ମୋକ ଗ୍ୟାସକୁ ଲୁଚାଇ ନେବା ପାଇଁ ଜୋତା ଭିତରେ ସ୍ଥାନ ରଖାଯାଇଥିଲା। ତେବେ ସ୍ମୋକ କ୍ୟାନ ଯେପରି ଜୋତାରେ ଠିକ୍‌ ଭାବେ ଫିଟ୍‌ ରହିବ ସେଥିପାଇଁ ରବରର କଭର ଦିଆଯାଇଥିଲା। ଏହି ସ୍ମୋକ କ୍ୟାନଗୁଡିକ ଚାଇନାରେ ପ୍ରସ୍ତୁତ ହୋଇଥିବା ଜଣାପଡିଛି। ଏହାକୁ ନିବୁଜ ଗୃହ କିମ୍ବା ଘର ଭିତରେ ବ୍ୟବହାର ପାଇଁ ବାରଣ କରାଯାଇଛି।
ଏଫଆଇଆରରେ ପୋଲିସ କହିଛି କି, ଏହି କାଣ୍ଡରେ ବିଦେଶ ଶକ୍ତିର ହାତ ଥିବା ଅନୁମାନ କରାଯାଉଛି। ସେହିପରି ଜୋତାରେ ସ୍ମୋକ ଗ୍ୟାସ ଫିଟିଙ୍ଗ କରିଥିବା ଅଭିଯୁକ୍ତଙ୍କୁ ଖୋଜା ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିଜ୍‌ ଉପରେ ହଠାତ୍‌ ଫାଟିଲା ପାନୀଳ ଜଳ ପାଇପ୍‌, ଆଉ ତା’ ପରେ…

ଗୁଣପୁର,୨୬ା୩(ସଂକେତ ପାତ୍ର): ସ୍ଥାନୀୟ ଗୁଣପୁର-ବିକ୍ରମପୁରକୁ ସଂଯୋଗ କରୁଥିବା ବ୍ରିଜ୍‌ ଉପରେ ଥିବା ପାନୀୟଜଳ ପାଇପ୍‌ ଫାଟିଯାଇ ଅଧିକ ସମୟ ଧରି ପାଣି ବହୁଥିବା ଦେଖାଯାଇଛି। ସୂଚନାନୁସାରେ, କେନ୍ଦ୍ର…

ଯୁଦ୍ଧ ଭିତରେ ଚାଇନା ଯିବେ ଟ୍ରମ୍ପ, ତାରିଖ ଘୋଷଣା କଲା ହ୍ବାଇଟ ହାଉସ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମେ ୧୪ ରୁ ୧୫ ମଧ୍ୟରେ ଚାଇନା ଗସ୍ତ କରିବେ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ସାକ୍ଷାତ…

ଇରାନକୁ ନୂଆ ଧମକ ଦେଲେ ଟ୍ରମ୍ପ, ଇରାନୀ କୋଠରୀ ଭିତରେ ନିବେଦନ କରନ୍ତି କିନ୍ତୁ…

ନୂଆଦିଲ୍ଲୀ,୨୬ା୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଅତ୍ୟନ୍ତ ଆକ୍ରମଣାତ୍ମକ ହୋଇଯାଇଛନ୍ତି। ତାଙ୍କ ପ୍ଲାଟଫର୍ମ, ଟ୍ରୁଥ୍ ସୋସିଆଲରେ, ସେ ଇରାନକୁ ଏକ ନୂତନ ଧମକ ଦେଇଛନ୍ତି। ସେ…

ଚୌକା-ଛକାରେ ଝୁମି ଉଠୁଥିବା ଚିୟରଲିଡର୍ସଙ୍କୁ କେତେ ମିଳେ ଦରମା… ଗୋଟିଏ ମ୍ୟାଚର ପାରିଶ୍ରମିକ ସହ ବିଳାସପୂର୍ଣ୍ଣ ସୁବିଧା ପଛର କାହାଣୀ ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୩: ଆଇପିଏଲର ୧୯ତମ ସିଜିନ ୨୮ ମାର୍ଚ୍ଚରୁ ଆରମ୍ଭ ହେଉଛି। ଫାଇନାଲ ମ୍ୟାଚ ୩୧ ମଇରେ ଖେଳାଯିବ। ପଡ଼ିଆରେ ଖେଳାଳିମାନେ ସେମାନଙ୍କ ବିଡ ଏବଂ ଦୌଡ଼ ପାଇଁ…

ଆସନ୍ତାକାଲି ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ, ୫ ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ,୨୬ା୩(ଅଜିତ କୁମାର ମହାନ୍ତି):  ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ଭଗବାନ ଆଉ ଭକ୍ତଙ୍କ ମଧ୍ୟରେ ବଢ଼ିବ ଦୂରତା। ୫ ଘଣ୍ଟା ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ। ଚୈତ୍ର…

ହର୍ମୁଜ ବନ୍ଦ ହେଲେ LPG ପାଇଁ ଛଟପଟ ହେବ ସାରା ବିଶ୍ୱ, ଇରାନ ଏହି ରାସ୍ତା ବନ୍ଦ କଲେ କ’ଣ ହେବ? ଜାଣନ୍ତୁ…

ନୂଆଦିଲ୍ଲୀ/ତେହରାନ୍‌,୨୬।୩: ଯେତେବେଳେ ଇରାନ ଆମେରିକା ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ହର୍ମୁଜ ପ୍ରଣାଳୀ ବନ୍ଦ କରିଦେଲା, ସମଗ୍ର ବିଶ୍ୱ ଚିନ୍ତାରେ ପଡ଼ିଗଲା। ପେଟ୍ରୋଲ ପମ୍ପରେ ଧାଡ଼ି ଲାଗିଲା…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ତାତିରୁ ମିଳିଲା ତ୍ରାହି; ରାଜଧାନୀରେ ଘଡ଼ଘଡ଼ି ସହ କୁଆପଥର ବର୍ଷା

ଭୁବନେଶ୍ବର,୨୬ା୩: ଭୁବନେଶ୍ବରରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ପବନ, ଘଡ଼ଘଡ଼ି ସହିତ କୁଆପଥର ବର୍ଷା ହୋଇଛି । ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ଯୋଗୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri