Categories: ଜାତୀୟ

୧୭ ଜୁଲାଇରେ ଆରମ୍ଭ ହୋଇପାରେ ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ,୨୮।୬: ସଂସଦର ମୌସୁମୀ ଅଧିବେଶନ ଜୁଲାଇ ତୃତୀୟ ସପ୍ତାହରେ ଆରମ୍ଭ ହୋଇପାରେ। ଆସନ୍ତା କିଛି ଦିନ ମଧ୍ୟରେ ସଂସଦୀୟ ବ୍ୟାପାର କମିଟି (ସିସିପିଏ) ର ବୈଠକ ଅନୁଷ୍ଠିତ ହେବାକୁ ଯାଉଛି, ଯେଉଁଥିରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସିସିପିଏ ବୈଠକରେ ଅଧ୍ୟକ୍ଷତା କରିବେ।

ସୂଚନା ଅନୁଯାୟୀ, ୨୦୨୩ର ମୌସୁମୀ ଅଧିବେଶନ ୧୭ ଜୁଲାଇରୁ ଆରମ୍ଭ ହୋଇଥିବା ବେଳେ ଗତ ବର୍ଷ ୨୦୨୨ରେ ସଂସଦର ମୌସୁମୀ ଅଧିବେଶନ ୧୮ ଜୁଲାଇରୁ ଆରମ୍ଭ ହୋଇଥିଲା ।

Share