Categories: ଜାତୀୟ

ପାର୍ଲେ-ଜି ଏସବୁ ଚ୍ୟାନେଲକୁ ଦେବନି ବିଜ୍ଞାପନ

ମୁମ୍ବାଇ,୧୨।୧୦: ବଜାଜ କମ୍ପାନୀ ପରେ ଏବେ ବିସ୍କୁଟ ତିଆରି କରୁଥିବା କମ୍ପାନୀ ପାର୍ଲେ-ଜି ନିଜ ବିଜ୍ଞାପନକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛି। ସମାଜରେ ବିଷ ଘୋଳୁଥିବା ଏବଂ ଭ୍ରମାତ୍ମକ ଖବର ପ୍ରସାରଣ କରୁଥିବା ନ୍ୟୁଜ ଚ୍ୟାନେଲଗୁଡ଼ିକୁ ବିଜ୍ଞାପନ ନ ଦେବାକୁ ପାର୍ଲେ-ଜି କମ୍ପାନୀ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଏନେଇ କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଗତ କିଛି ଦିନ ତଳେ ମୁମ୍ବାଇ ପୋଲିସ ନ୍ୟୁଜ ଚ୍ୟାନେଲର ଟିଆରପିକୁ ନେଇ ହୋଇଥିବା ଅନୈତିକ କାର୍ଯ୍ୟକଳାପର ଖୁଲାସା କରିଥିଲା। ପୋଲିସର କାର୍ଯ୍ୟାନୁଷ୍ଠାନ ପରେ ଗଣମାଧ୍ୟମକୁ ବିଜ୍ଞାପନ ଦେଉଥିବା କମ୍ପାନୀ ଓ ଏଜେନ୍ସି ଉପରେ ମୁମ୍ବାଇ ପୋଲିସ ଏବେ ନଜର ରଖିଛି। ଏହାକୁ ଦୃଷ୍ଟିରେ ରଖି ପାର୍ଲେ-ଜି କମ୍ପାନୀ ବିଜ୍ଞାପନକୁ ନେଇ ଏଭଳି ନିଷ୍ପତ୍ତି ନେଇଥିବା ବରିଷ୍ଠ ଅଧିକାରୀ କୃଷ୍ଣରାଓ ବୁଦ୍ଧ କହିଛନ୍ତି। ଏଥିସହ ଅନ୍ୟ ବିଜ୍ଞାପନଦାତାଙ୍କ ସହ ଏକତ୍ରିତ ହୋଇ ନ୍ୟୁଜ ଚ୍ୟାନେଲଗୁଡ଼ିକରେ ବିଜ୍ଞାପନ ଖର୍ଚ୍ଚରେ ସଂଯମତା ରଖାଯିବ। ଯାହାଦ୍ୱାରା ସମସ୍ତ ନ୍ୟୁଜ ଚ୍ୟାନେଲଗୁଡିକ ନିଜର ବିଷୟବସ୍ତୁ ପ୍ରସାରଣରେ ପରିବର୍ତ୍ତନ ଆଣିବେ ବୋଲି କୁଷ୍ଣରାଓ କହିଛନ୍ତି।

Share