ଏନ୍‌ଏସିର ପାର୍କ ଘରୋଇକରଣ ହେବ

ଆସିକା,୧୬ା୪(ଡି.ଏନ.ଏ.): ଆସିକା ଏନ୍‌ଏସିର ଆୟ ବୃଦ୍ଧି ଓ ରକ୍ଷଣାବେକ୍ଷଣ ପାଇଁ ସହର ମଧ୍ୟରେ ଥିବା କରୋନେଶନ ପାର୍କ ଏବଂ ବାଣୀବିହାର ଓ ତାଲୁକା ଛକଠାରେ ଥିବା କଲ୍ୟାଣ ମଣ୍ଡପକୁ ଘରୋଇକରଣ କରିବାକୁ ନିଷ୍ପତ୍ତି ନିଆଯାଇଛି ା ଏହାଛଡା ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଏନ୍‌ଏସି ଅଫିସ ନିକଟରେ ଥିବା ମାର୍କେଟ କମ୍ପ୍ଲେକ୍ସରେ ଅସହାୟ, ବୃଦ୍ଧାବୃଦ୍ଧ, ଗର୍ଭବତୀ ଓ ସ୍କୁଲ ପିଲାମାନଙ୍କୁ ୨୪x୭ ଘଣ୍ଟା ସେବା ଯୋଗାଇବା ପାଇଁ ଏକ ଗ୍ରାହକ ସେବା କେନ୍ଦ୍ର ଖୋଲିବାକୁ ଶନିବାର ଅନୁଷ୍ଠିତ ଏନ୍‌ଏସି କାଉନସିଲ ବୈଠକରେ ଆଲୋଚନା କରାଯାଇଛି। ଏନ୍‌ଏସି ଅଧ୍ୟକ୍ଷା ବିନେତା ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଏନ୍‌ଏସି ସଭା ଗୃହରେ ଏନ୍‌ଏସି କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା। ବିଧାୟିକା ମଞ୍ଜୁଳା ସ୍ବାଇଁ, ଏମ୍‌ପି ପ୍ରତିନିଧି ସତ୍ୟନାରାୟଣ ସ୍ବାଇଁ, ତହସିଲଦାର ସଞ୍ଜୟ କୁମାର ସାମନ୍ତରା, ଏନ୍‌ଏସି ଉପାଧ୍ୟକ୍ଷା ଜୟନ୍ତୀ ବିଷୋୟୀ ଓ ନିର୍ବାହୀ ଅଧିକାରୀ ଲୋକନାଥ ବେଜ ବୈଠକରେ ମଞ୍ଚାସୀନ ଥିଲେ। ଏହି ଅବସରରେ ଏନ୍‌ଏସିର ଆୟବ୍ୟୟ ବିବରଣୀ ଉପସ୍ଥାପନ କରାଯିବା ସହ ସ୍ବାସ୍ଥ୍ୟ, ଶିକ୍ଷା, ପାନୀୟଜଳ, ମହିଳା ଓ ଶିଶୁ ବିକାଶ କାର୍ଯ୍ୟକ୍ରମ, ଖାଦ୍ୟ ସୁରକ୍ଷା, ସାମାଜିକ ସୁରକ୍ଷା, ପରିମଳ ବ୍ୟବସ୍ଥା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସାଙ୍ଗକୁ ବିଭିନ୍ନ ୱାର୍ଡର କାଉନସିଲରଙ୍କ ଦ୍ୱାରା ଦିଆଯାଇଥିବା ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରାଯାଇଥିଲା ା ସହରର ବିଭିନ୍ନ ୱାର୍ଡର ଖୋଲାଜାଗାଗୁଡିକର ସୌନ୍ଦର୍ଯ୍ୟକରଣ, ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ଶାଖା ରାସ୍ତା, ପୋଖରୀ ହୁଡାକୁ ଫେବର ରାସ୍ତା ନିର୍ମାଣ, ସହରର ପ୍ରବେଶ ଓ ପ୍ରସ୍ଥାନ ଫାଟକରେ ଆଲୋକୀକରଣ ଓ ସୌନ୍ଦର୍ଯ୍ୟକରଣ, ବିଜୁ ପଟ୍ଟନାୟକ ଛକ ନିକଟରେ ଥିବା ଖାଲି ସ୍ଥାନରେ ଆଦର୍ଶ ଭେଣ୍ଡିଂ ଜୋନ ଏବଂ ଚାରିଚକିଆ ଯାନ ପାଇଁ ପାର୍କିଂ ଜୋନ, ୨୦ ଗ୍ରାହକ ଭୋଜନ କଲାଭଳି ଫୁଡ କୋର୍ଟ ନିର୍ମାଣ, ପରିଷଦର ଆୟ ବୃଦ୍ଧି ପାଇଁ ୨ଟି ପ୍ରମୁଖ ଜାଗାରେ ବିଜ୍ଞାପନ ଡିଜିଟାଲ ବୋର୍ଡ ସ୍ଥାପନ ଏବଂ ୫-ଟି ଅଧୀନରେ ଆସିଥିବା ୩ ସ୍କୁଲ ପରିସରରେ ଛାତ୍ରୀଛାତ୍ରଙ୍କ ଲାଗି ଖେଳ କସରତ ଓ ଜିମ ବ୍ୟବସ୍ଥା, ସହରର ମାଛ ମାଂସ ସାମଗ୍ରୀକୁ ଏକାଠି ବିକ୍ରୟ ପାଇଁ ଏକ ସ୍ବତନ୍ତ୍ର ଆମିଷ ବଜାର ପ୍ରତିଷ୍ଠା ଲାଗି ନିଷ୍ପତ୍ତି ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅବକାରୀ ବିଭାଗରେ ମହାଘୋଟାଲା: ଏତିକି କୋଟି ଟଙ୍କା ଚଳୁ କରି ୨ ଗିରଫ

ସମ୍ବଲପୁର,୩ା୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଅବକାରୀ ବିଭାଗରେ ଏକ ବଡ଼ ଧରଣର ଆର୍ଥିକ ଅନିୟମିତତା ଘଟଣା ସାମ୍ନାକୁ ଆସିଛି। ଜାଲିଆତି କରି ବିଭାଗରୁ ପ୍ରାୟ ୩.୬୭ କୋଟି…

ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟସେବା ଅପହଞ୍ଚ: ଆମ୍ବୁଲାନ୍ସ ବିଳମ୍ବରେ ପହଞ୍ଚିବାରୁ ଗର୍ଭବତୀଙ୍କ ଅକାଳ ମୃତ୍ୟୁ ଅଭିଯୋଗ

ଦାରିଙ୍ଗବାଡି, ୩।୪ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଜଣେ ଗର୍ଭବତୀଙ୍କ ଗୁରୁବାର ଅପରାହ୍ନରେ ଅକାଳରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ରାସ୍ତା…

ପାଳନ ହେବ ଐତିହାସିକ ଜମ୍ବୁ ମହୋତ୍ସବ: ଅଗ୍ନିଶମ, ବିଦ୍ୟୁତ୍‌, ସ୍ବାସ୍ଥ୍ୟ, ପାନୀୟଜଳକୁ ଗୁରୁତ୍ୱ ଦେଇ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ଝାମୁଯାତ୍ରାରେ ଐତିହାସିକ ଜମ୍ବୁ ମହୋତ୍ସବ ପାଳନ କରିବାକୁ ପ୍ରଶାସନିକ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

ସହରରେ ବୁଲୁଛି ଦନ୍ତା, ଲୋକେ ଭୟଭୀତ

ଭୁବନ,୩ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ବିଭିନ୍ନ ସ୍ଥାନରେ ଦନ୍ତାହାତୀ ଜନଗହଳିରେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି। ଦନ୍ତାହାତୀଟି ସୁକିନ୍ଦା ଅଞ୍ଚଳରୁ ଆସି ଭୁବନ…

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri