କଲାମଙ୍କ ନାମରେ ହେବ ପାର୍କ

ଭୁବନେଶ୍ୱର,୫।୮(ବ୍ୟୁରୋ): ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ଦ୍ୱାରା ସ୍ଥାନୀୟ କଳିଙ୍ଗନଗର କେ-୮ ଅଞ୍ଚଳରେ ନିର୍ମାଣ ହେଉଥିବା ପାର୍କକୁ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ୍‌ କଲାମଙ୍କ ନାମରେ ନାମିତ କରାଯିବ। ଏନେଇ ବିଡିଏ ପକ୍ଷରୁ ଟୁଇଟ୍‌ କରି ଜଣାଯାଇଛି। କଳିଙ୍ଗ ନଗରଠାରେ ୧୨ ଏକର ପରିମିତ ଅଞ୍ଚଳରେ ତିଆରି ହେଉଥିବା ପାର୍କର ନିର୍ମାଣ କାର୍ଯ୍ୟ ଆସନ୍ତା ମାସକ ମଧ୍ୟରେ ଶେଷ ହେବ ବୋଲି ଆଶା ରଖାଯାଇଛି। ଭାରତର ମିଶାଇଲ ମ୍ୟାନ ବୋଲି କୁହାଯାଉଥିବା କଲାମଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ସ୍ବରୂପ ତାଙ୍କ ନାମରେ ପାର୍କର ନାମକରଣ କରାଯିବାକୁ ବିଡିଏ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହି ପାର୍କ କେବଳ ସହରର ସାୈନ୍ଦର୍ଯ୍ୟ ବୃଦ୍ଧି କରିବାରେ ସହାୟକ ହେବ ତାହା ନୁହେଁ ବରଂ କଲାମଙ୍କ ଭଳି ଜଣେ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ବିଷୟରେ ଯୁବଗୋଷ୍ଠୀ ଅଧିକରୁ ଅଧିକ ଜାଣିବାକୁ ଉତ୍ସାହିତ ହେବେ। ଭୁବନେଶ୍ୱରରେ ଏହା ହେଉଛି ପ୍ରଥମ ପାର୍କ, ଯାହାକି କଲାମଙ୍କ ନାମରେ ନାମିତ ହେବାକୁ ଯାଉଛି ବୋଲି ବିଡିଏର ଜଣେ ଅଧିକାରୀ ପ୍ରକାଶ କରିଛନ୍ତି।
ମିଳିଥିବା ସୂଚନା ଅନୁସାରେ ଗତ ଜୁନ୍‌ରେ ବିଡିଏ ପକ୍ଷରୁ ସହରରେ ୩ଟି ପାର୍କ ନିର୍ମାଣ ପାଇଁ ଘୋଷଣା କରାଯାଇଥିଲା। ସେଥିମଧ୍ୟରେ ଗୋଟିଏ କଳିଙ୍ଗନଗରରେ ନିର୍ମାଣ ହେଉଥିବାବେଳେ ଅନ୍ୟ ୨ଟି ଡୁମୁଡୁମା ହାଉସିଂ ବୋର୍ଡ କଲୋନୀ ଓ ଲକ୍ଷ୍ମୀସାଗର ଅଞ୍ଚଳରେ ନିର୍ମାଣ ହେଉଛି। କଳିଙ୍ଗନଗର ପାର୍କ ପାଇଁ ୧୫.୪୨ ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଥିବାବେଳେ ଡୁମୁଡୁମା ଏବଂ ଲକ୍ଷ୍ମୀସାଗର ପାର୍କ ପାଇଁ ଯଥାକ୍ରମେ ୨୯.୨୭ ଏବଂ ୪୨.୭୧ଲକ୍ଷ ଟଙ୍କା ଅଟକଳ କରାଯାଇଛି। ଉକ୍ତ ପାର୍କଗୁଡ଼ିକରେ ଶାରୀରିକ ଅଭ୍ୟାସ ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ଉପଲବ୍ଧ ରହିବ। ଏପରି କି ଖୋଲା ଜିମ୍ନାସିୟମ, ଜଗିଂ ଟ୍ରାକ୍‌ ଏବଂ ବର୍ଷାଜଳ ଅମଳ ବ୍ୟବସ୍ଥା ଆଦି ରହିବ।
ବର୍ତ୍ତମାନ ରାଜଧାନୀରେ ୧୨୦ରୁ ଊର୍ଦ୍ଧ୍ୱ ଛୋଟବଡ଼ ପାର୍କ ରହିଛି। ସେଥିମଧ୍ୟରୁ ୫୭ଟି ବିଡିଏ ଏବଂ ୬୩ଟି ବିଏମ୍‌ସି ଦ୍ୱାରା ପରିଚାଳିତ ହେଉଛି। ବିଜୁ ପଟ୍ଟନାୟକ ପାର୍କ, ଇନ୍ଦିରା ଗାନ୍ଧୀ ଏବଂ ମଧୁସୂଦନ ଦାସ ଭଳି ୧୦ଟି ବଡ଼ ପାର୍କ ବିଡିଏ ଦ୍ୱାରା ସିଧାସଳଖ ପରିଚାଳିତ ହେଉଥିବାବେଳେ ବିଏମ୍‌ସି ଛୋଟ ଛୋଟ ପାର୍କର ପରିଚାଳନା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୧୧ ବଲ୍‌ରେ ବାଜି ପଲଟାଇ ଦେଲେ ଶିକ୍ଷକଙ୍କ ପୁଅ: ରାତାରାତି ପାଲଟିଲେ ସୁପରଷ୍ଟାର

ନୂଆଦିଲ୍ଲୀ,୪।୪: ଆଇପିଏଲରେ ଅଜଣା ଏବଂ ନୂତନ ଖେଳାଳିମାନେ ସୁପରଷ୍ଟାର ମାନ୍ୟତା ହାସଲ କରିପାରିବେ। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଏବଂ ପଞ୍ଜାବ କିଙ୍ଗ୍ସ (ପିବିକେଏସ) ମଧ୍ୟରେ ଆଇପିଏଲ…

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା: ବିଶ୍ୱବିଦ୍ୟାଳୟରେ ପୂରଣ ହେବ ଖାଲି ପଦବୀ, ଜୁଲାଇ ପୂର୍ବରୁ ହେବ…

ଭୁବନେଶ୍ୱର,୪ା୪: ବିଶ୍ୱବିଦ୍ୟାଳୟରେ ଖାଲିପଡ଼ିଥିବା ୧୪୦୦ ପଦବୀ ପୂରଣ ହେବ। ଏନେଇ ବଡ଼ ଘୋଷଣା କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। କୁଳପତି ନିଯୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

ଶପଥ ନେଇ ନିଜ ନିଜର ଦାୟିତ୍ୱ ଗ୍ରହଣ କଲେ ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତା

ପୁରୁଷୋତ୍ତମପୁର,୪ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତାମାନେ ଶନିବାର ଶପଥ ନେଇ ନିଜନିଜର ଦାୟିତ୍ୱ ଗ୍ରହଣ କରିଛନ୍ତି। ଓକିଲ ସଂଘ କକ୍ଷରେ ଆୟୋଜିତ…

ମଧ୍ୟସ୍ଥତା କରୁ କରୁ ବଢିଲାଣି ପାକିସ୍ତାନର ଅଡୁଆ, UAE ମାଗିଲାଣି ୩.୫ ବିଲିୟନ ଡଲାର

ଇସଲାମାବାଦ,୪।୪: ଇରାନ ଏବଂ ଆମେରିକା ମଧ୍ୟରେ ବିବାଦର ଅନ୍ତ ଘଟାଇବା ପାଇଁ ପାକିସ୍ତାନ ମଧ୍ୟସ୍ଥତା କରିବାକୁ ଚେଷ୍ଟା କରିଥିଲା। ତଥାପି, ପାକିସ୍ତାନ – ଯାହା ନିଜେ ଆର୍ଥିକ…

ଛାତ୍ରୀଛାତ୍ର-ଶିକ୍ଷକଙ୍କ ମଧ୍ୟରେ ସୁସମ୍ପର୍କ ଗଢ଼ିବାକୁ ପ୍ରୟାସ

ମୋହନା,୪।୪( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନାରେ ଥିବା ପିଏମଶ୍ରୀ ଏସ୍‌ଏସ୍‌ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସତ୍ୟ ରଞ୍ଜନ କରଙ୍କ ତତ୍ୱାବଧାନରେ ପ୍ରବେଶ…

ଜଙ୍ଗଲରୁ ଜବତ ହେଲା ମଣିଷ ଖପୁରୀ ସହ ହାଡ଼, ମହିଳାଙ୍କ ଲୁଗା ପାଖରେ….

ପାଟଣା,୪।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଦାମାହୁଦା ପଞ୍ଚାୟତ ଅନ୍ତର୍ଗତ ସୁନାପଶି ଗ୍ରାମ ହୁଡ଼ିର ଜଙ୍ଗଲରୁ ଶନିବାର ପାଟଣା ପୋଲିସ ମଣିଷର ଖପୁରି ଓ…

କୋରାପୁଟରେ ମୋକିମ୍‌: ଦଳକୁ ମଜଭୁତ କରିବାକୁ କସରତ: ବିଜେଡି,କଂଗ୍ରେସ ଛାଡ଼ି…

କୋରାପୁଟ,୪।୪(ଅମିତାଭ ବେହେରା): ପୂର୍ବତନ ବିଧାୟକ ତଥା ଓଡ଼ିିଶା ଜନତା କଂଗ୍ରେସର ସଭାପତି ମହମ୍ମଦ ମୋକିମ୍‌ ଶନିବାର କୋରାପୁଟ ଗସ୍ତରେ ଯାଇଛନ୍ତି। ସେମିଲିଗୁଡାରେ ଆୟୋଜିତ ଏକ ମିଶ୍ରଣ ପର୍ବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri