ପରଜଙ୍ଗ ବିଧାନସଭା ନିର୍ବାଚନମଣ୍ଡଳୀ: ପରିବର୍ତ୍ତନ ନ ହେଲେ ପରିସ୍ଥିତି ବଦଳିପାରେ

କାମାକ୍ଷାନଗର, ୨।୨ (ଅମଜାଦ ଖାନ୍‌) ଢେଙ୍କାନାଳ ଜିଲା ପରଜଙ୍ଗ ବିଧାନସଭା ନିର୍ବାଚନମଣ୍ଡଳୀ କଙ୍କଡ଼ାହାଡ଼ ବ୍ଲକର ୨୧ ପଞ୍ଚାୟତ, ପରଜଙ୍ଗ ବ୍ଲକର ୨୯ ସହିତ କାମାକ୍ଷାନଗର ବ୍ଲକର ୬ ପଞ୍ଚାୟତକୁ ନେଇ ଗଠିତ। ୨୦୦୯ ମସିହାରେ କଂଗ୍ରେସ ଛାଡ଼ି ବିଜେଡିକୁ ଆସିଥିବା ଡ. ନୃସିଂହ ଚରଣ ସାହୁ ଏଠାରୁ ଲଗାତର ୩ଥର ବିଧାୟକ ନିର୍ବାଚିତ ହୋଇଆସିଛନ୍ତି। ଏହାପୂର୍ବରୁ କଂଗ୍ରେସ ଟିକେଟରେ ସେ ପାଲଲହଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜୟୀ ହୋଇଥିଲେ। ତାଙ୍କୁ ନୂତନ ଭାବରେ ଗଠନ ହୋଇଥିବା ପରଜଙ୍ଗ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ କଂଗ୍ରେସ ଟିକେଟ ନ ଦେଇ ପାଲଲହଡ଼ା ଆସନ ପାଇଁ ଟିକେଟ ଦେଇଥିଲା। ତେଣୁ ସେ କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହୋଇଥିଲେ। ଗତ ୩ଟିଯାକ ନିର୍ବାଚନରେ ନିଜର ପାରମ୍ପରିକ ପ୍ରତିଦ୍ବନ୍ଦ୍ୱୀ ଭାଜପା ବିଧାୟକ ପ୍ରାର୍ଥୀ ବିଭୂତି ଭୂଷଣ ପ୍ରଧାନଙ୍କୁ ପରାସ୍ତ କରିଆସିଛନ୍ତି। ହେଲେ କ୍ରମାନ୍ବୟରେ ନୃସିଂହଙ୍କ ଭୋଟ ବ୍ୟବଧାନ କମିଚାଲିଛି।

୨୦୦୯ରେ ସେ ୫,୧୮୮ ଭୋଟ ବ୍ୟବଧାନରେ ଜିତିଥିବା ବେଳେ ୨୦୧୪ରେ ୩,୦୫୨ ଏବଂ ୨୦୧୯ରେ ମାତ୍ର ୭୪୦ ଭୋଟରେ ବିଜୟୀ ହୋଇଥିଲେ। ରାଜନୈତିକ ପର୍ଯ୍ୟବେକ୍ଷକଙ୍କ କହିବା ଅନୁଯାୟୀ, ଏହି ଧାରା ଦର୍ଶାଉଛି ଯେ, ନୃସିଂହଙ୍କ ଲୋକପ୍ରିୟତା ହ୍ରାସ ପାଉଛି। ତେଣୁ ୨୦୨୪ ସାଧାରଣ ନିର୍ବାଚନରେ ଡାକ୍ତର ସାହୁଙ୍କ ଜିତିବା ଉପରେ ପ୍ରଶ୍ନବାଚୀ ଉଠିବା ସ୍ବାଭାବିକ। ପାଲଲହଡ଼ାରୁ ୨ଥରକୁ ମିଶାଇ ମୋଟ ୫ଥର ବିଧାୟକ ହୋଇଥିବା ଡାକ୍ତର ସାହୁ ମନ୍ତ୍ରୀ ମଧ୍ୟ ହୋଇଥିଲେ। ଶୁଣିବାକୁ ମିଳୁଛି, ବଡ଼ପୁଅ ଅଜିତ ସାହୁଙ୍କୁ ଅଣଦେଖା କରି ସାନପୁଅ ଅସିତ ରାୟ ଚୌଧୁରୀଙ୍କୁ ନୃସିଂହ ନିଜର ଉତ୍ତରାଧିକାରୀ ଘୋଷଣା କରିବା ପରେ କର୍ମୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା। ସମ୍ଭବତଃ ସବୁଆଡ଼କୁ ଦୃଷ୍ଟିରେ ରଖି ଡାକ୍ତର ସାହୁ ନିଜ ଟିକେଟ ପାଇଁ ଲବି କରୁଥିବା ଆଲୋଚନା ହେଉଛି।

ପରଜଙ୍ଗ ପଞ୍ଚାୟତର ଜଣେ କର୍ମୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୨୨ ପଞ୍ଚାୟତ ନିର୍ବାଚନରେ ନିଜ ବ୍ଲକ ପରଜଙ୍ଗର ଅଧ୍ୟକ୍ଷ ପଦକୁ ବଞ୍ଚାଇବାରେ ନୃସିଂହ ବିଫଳ ହୋଇଥିଲେ। ସେହିପରି କଙ୍କଡ଼ାହାଡ଼ ବ୍ଲକର ପୂର୍ବତନ ଅଧ୍ୟକ୍ଷ କାର୍ତ୍ତିକ ସାହୁଙ୍କ ପତ୍ନୀ ଦୀପା ସାହୁଙ୍କ ସଂଖ୍ୟାଗରିଷ୍ଠତା ଥାଇ ମଧ୍ୟ ଅଧ୍ୟକ୍ଷ ପଦ ନ ମିଳିବାରୁ ନୃସିଂହଙ୍କ ବିରୋଧରେ ଅଛନ୍ତି କାର୍ତ୍ତିକ। ଅବଶିଷ୍ଟ କାମାକ୍ଷାନଗର ବ୍ଲକର ୬ଟି ପଞ୍ଚାୟତ ମଧ୍ୟ ବିଧାୟକଙ୍କ ଅଣଦେଖାର ଶିକାର ହୋଇଥିବା ଅଭିଯୋଗ ହେଉଛି। କଣ୍ଟାପାଳ ପଞ୍ଚାୟତର ଅନ୍ୟଜଣେ କର୍ମୀଙ୍କ ମତ ଅନୁସାରେ ନିର୍ବାଚନମଣ୍ଡଳୀକୁ ଆସୁଥିବା କାମଗୁଡ଼ିକୁ କର୍ମୀମାନଙ୍କୁ ନ ଦେଇ, ସେ ତାଙ୍କ ପରିଚିତ ଠିକାଦାରଙ୍କୁ ଦେଉଛନ୍ତି। ଦଳୀୟ କାର୍ଯ୍ୟକ୍ରମରେ କିଛି ହାତଗଣତି କର୍ମୀଙ୍କୁ ଗୁରୁତ୍ୱ ଦେଉଥିବା ବେଳେ ଅନ୍ୟମାନଙ୍କୁ ଅଣଦେଖା କରାଯାଉଥିବାରୁ ବିଧାୟକଙ୍କ ବିରୋଧରେ ଅନେକ ଅସନ୍ତୋଷ ଦେଖାଦେଇଥିବା ନିର୍ବାଚନମଣ୍ଡଳୀରେ ଟୁପୁରଟାପର ଚାଲିଛି। ଇତିମଧ୍ୟରେ କଙ୍କଡ଼ାହାଡ଼ ବ୍ଲକ ପଙ୍ଗାତିରା ଶିବମନ୍ଦିର ପ୍ରାଙ୍ଗଣରେ ନେତୃତ୍ୱ ପରିବର୍ତ୍ତନ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଗ୍ରାମାଞ୍ଚଳ ଭୋଟରଙ୍କ ବିଜୁ ଜନତାଦଳ ପ୍ରଥମ ପସନ୍ଦ ହୋଇଥିବା ବେଳେ ସ୍ଥାନୀୟ ବିଧାୟକ କର୍ମୀମାନଙ୍କୁ ଅଣଦେଖା କରୁଥିବାରୁ ପ୍ରାର୍ଥୀ ପରିବର୍ତ୍ତନ ପାଇଁ ସେଠାରେ ଆଲୋଚନା ହୋଇଥିବା ଶୁଣିବାକୁ ମିଳିଛି।

ସେହିପରି କଙ୍କଡ଼ାହାଡ଼ ପଞ୍ଚାୟତ ରାମେଶ୍ବର ହାଇସ୍କୁଲ ପଡ଼ିଆଠାରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ତରଫରୁ ପଞ୍ଚାୟତସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଡ. ସାହୁ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ଥିବା ବେଳେ ୧,୫୦୦ ଲୋକ ଯୋଗ ଦେବା ପାଇଁ ଆୟୋଜନ କରାଯାଇଥିଲା। ହେଲେ ଅଳ୍ପ ସଂଖ୍ୟକ ଲୋକଙ୍କ ମଧ୍ୟରେ କିଛି ଅନ୍ୟପଞ୍ଚାୟତର ଲୋକମାନଙ୍କୁ ଦେଖିବାକୁ ମିଳିଥିଲା। ବିଧାୟକ କାର୍ଯ୍ୟକ୍ରମକୁ ଆସି ନ ଥିବା ବେଳେ କଙ୍କଡ଼ାହାଡ଼ ବ୍ଲକ ଅଧ୍ୟକ୍ଷା ଚାରୁଲତା ମିଶ୍ର ଏବଂ ଉପାଧ୍ୟକ୍ଷା ଦୀପା ସାହୁ ମଧ୍ୟ ଅନୁପସ୍ଥିତ ଥିଲେ। ଅଧ୍ୟକ୍ଷା ଏବଂ ଉପାଧ୍ୟକ୍ଷାଙ୍କୁ କାର୍ଯ୍ୟକ୍ରମ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନ ଥିବା ସେମାନେ ପ୍ରକାଶ କରିଛନ୍ତି, ଯାହା ଗୋଷ୍ଠୀ କନ୍ଦଳକୁ ସ୍ପଷ୍ଟ କରୁଛି। ଏଠାରେ ବିଜେଡି ଦୁଇଫାଳ ହୋଇଥିବାବେଳେ ବିଧାୟକଙ୍କ ଲୋକପ୍ରିୟତା ହ୍ରାସ ପାଉଛି ବୋଲି ବିଜେଡି କର୍ମୀ ପ୍ରମୋଦ ବିଶ୍ୱାଳ, ପ୍ରଶାନ୍ତ ସିଂ, ସୁଶାନ୍ତ ସେଠୀ ପ୍ରମୁଖ କହିଛନ୍ତି। ‘ବିଧାୟକ ଆସୁଥିବାରୁ ଅନେକେ ଆସିଲେ ନାହିଁ’ କିମ୍ବା ‘ଲୋକ କମ୍‌ ହେବାରୁ ବିଧାୟକ ଆସିଲେ ନାହିଁ’ ତାହା ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ଏଥିରୁ ବିଧାୟକଙ୍କ ଲୋକପ୍ରିୟତା ହ୍ରାସ ପାଉଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।

ନୃସିଂହ ୫ମ ଥର ବିଧାୟକ ରହିବା ପରେ ମଧ୍ୟ ଲୋକଙ୍କ ମୌଳିକ ସମସ୍ୟା ସମାଧାନ ହୋଇପାରି ନ ଥିବା କୁହାଯାଉଛି। ବ୍ଲକ ମୁଖ୍ୟାଳୟ ପରଜଙ୍ଗ ପଞ୍ଚାୟତକୁ ବିଜ୍ଞାପିତ ଅଞ୍ଚଳ ପରିଷଦ କରିବା, ସ୍ଥାୟୀ ବସ୍‌ଷ୍ଟାଣ୍ଡ ଓ କୋର୍ଟ ବିଲ୍‌ଡିଂ ତିଆରି ନ ହେବା, ପରଜଙ୍ଗ ପଞ୍ଚାୟତ ଅନ୍ତର୍ଗତ ଖଣ୍ଡୁଆଳ ମୁଣ୍ଡା, ଜହ୍ନପଡ଼ା ଓ ଏହାର ଆଖପାଖ ଗାଁକୁ ସ୍ଥାୟୀ ରାସ୍ତା ଭଳି ଅନେକ ସମସ୍ୟା ରହିଛି, ଯାହା ଭୋଟରଙ୍କୁ ବିମୁଖ କରିଛି। ଏପରି ସ୍ଥଳରେ ନୂଆ ଆଶାୟୀ ପ୍ରାର୍ଥୀମାନଙ୍କ ଲୋକପ୍ରିୟତା ବଢ଼ିବା ସ୍ବାଭାବିକ।

ଆଶାୟୀମାନଙ୍କ ମଧ୍ୟରେ ଅଛନ୍ତି ପରଜଙ୍ଗ ଜିଲାପରିଷଦ ସଦସ୍ୟ ନିରାକାର ପ୍ରଧାନ, ବିଧାୟକଙ୍କ ଦୁଇ ପୁଅ ଅଜିତ ସାହୁ ଓ ଅସିତ ରାୟ ଚୌଧୁରୀ ଏବଂ କଙ୍କଡ଼ାହାଡ଼ ବ୍ଲକର ପୂର୍ବତନ ଅଧ୍ୟକ୍ଷ କାର୍ତ୍ତିକ ସାହୁ। ଏମାନଙ୍କ ମଧ୍ୟରୁ କାର୍ତ୍ତିକଙ୍କ ଲୋକପ୍ରିୟତା ଅଧିକ ଥିବା ଚର୍ଚ୍ଚା ହେଉଛି। ଛାତ୍ର ସମୟରୁ ରାଜନୀତିରେ ସକ୍ରିୟ ଥିବା କାର୍ତ୍ତିକ ୨୦୦୩ରେ ବିଜେଡିରେ ସାମିଲ ହୋଇଥିଲେ। ତୃଣମୂଳ ସ୍ତରରେ ଦଳୀୟ କାର୍ଯ୍ୟକ୍ରମରେ ରହି ସେ ଲୋକଙ୍କ ନିକଟତର ହୋଇପାରିଛନ୍ତି ବୋଲି କୁହାଯାଉଛି। ସେ ୨୦୧୭ରୁ ୨୦୨୨ କଙ୍କଡ଼ାହାଡ଼ ବ୍ଲକ ଅଧ୍ୟକ୍ଷ ରହିଥିଲେ ଓ ବର୍ତ୍ତମାନ କାନ୍ତୋଲ ପଞ୍ଚାୟତର ସମିତି ସଭ୍ୟ ଭାବେ କାର୍ଯ୍ୟ କରୁଛନ୍ତି।

ପରଜଙ୍ଗରୁ ବିଧାନସଭା ଆସନ ଲାଗି ବିଜେଡି ପ୍ରାର୍ଥୀ ଦୌଡ଼ରେ ଅନ୍ୟତମ ଦାବିଦାର ହେଉଛନ୍ତି ପରଜଙ୍ଗ ଜିଲାପରିଷଦ ସଦସ୍ୟ ନିରାକାର ପ୍ରଧାନ। ୨୦୧୨ ପଞ୍ଚାୟତ ନିର୍ବାଚନରେ ଭାଜପା ଜିଲାପରିଷଦ ପ୍ରାର୍ଥୀ ଭାବରେ ବିଧାୟକ ନୃସିଂହ ସାହୁଙ୍କ ବୋହୂଙ୍କୁ ପରାସ୍ତ କରିଥିଲେ। ୨୦୧୯ ସାଧାରଣ ନିର୍ବାଚନ ସମୟରେ ସେ ବିଜେଡିରେ ଯୋଗ ଦେଇଥିଲେ। ଏବେ ସମାନ୍ତରାଳ ଭାବରେ ନିଜର ଦଳୀୟ କାର୍ଯ୍ୟକ୍ରମ ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି। ତେବେ ଦଳ କାହାକୁ ପ୍ରାର୍ଥୀ କରିବ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ନୃସିଂହ ସାହୁ ପ୍ରାର୍ଥୀ ହେଲେ ବିଜେଡି ହାତରୁ ଆସନ ଖସିଯିବ ବୋଲି ସ୍ଥାନୀୟ ବିଜେଡି ନେତା ଓ କର୍ମୀ ଏବେଠାରୁ ଆଶଙ୍କା କଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ସାଙ୍ଗ ନେଲା ସାଙ୍ଗର ଜୀବନ, ହତ୍ୟା କରି ଜରିରେ କରିଦେଲେ ପ୍ୟାକ୍‌, ୫ ଦିନ ପରେ ମିଳିଲା…

ବ୍ରଜରାଜନଗର, ୫।୨(ବିଜୟ ବରାଡ଼): ଝାରସୁଗୁଡା ବ୍ରଜରଜନଗର ଥାନା ରାମପୁର ଫାଣ୍ଡି ଆନ୍ତର୍ଗତ କୁକୁରିକାନୀ ପଡ଼ାର ଟାଙ୍ଗର ଘାଟ ଜଙ୍ଗଲରେ ଏକ ଯୁବକଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି…

ଗୋବିନ୍ଦାଙ୍କ ପତ୍ନୀ ସୁନିତାଙ୍କ ଚମକିଲା ଭାଗ୍ୟ, ୫୮ ବର୍ଷ ବୟସରେ…

ମୁମ୍ବାଇ: ଗୋବିନ୍ଦାଙ୍କ ପତ୍ନୀ ସୁନିତା ଆହୁଜା, ଯିଏ ପ୍ରାୟତଃ ତାଙ୍କ ବୟାନ ପାଇଁ ଶିରୋନାମାରେ ଥାନ୍ତି। ଏବ ପୁଣି ଥରେ ଖବରରେ ଅଛନ୍ତି। ଏଥର, ତାଙ୍କର ବିବାଦୀୟ…

ଏହି କାରଣକୁ ନେଇ ୧୨ ଘଣ୍ଟିଆ ଲାଞ୍ଜିଗଡ ବନ୍ଦ ଡାକରା: ସ୍କୁଲ, କଲେଜ, ଦୋକାନ ବଜାର ସବୁ ଠପ୍‌

ଲାଞ୍ଜିଗଡ,୫।୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ସବ-ରେଜିଷ୍ଟାର କାର୍ଯ୍ୟାଳୟକୁ ଜିଲା ପ୍ରଶାସନ ପକ୍ଷରୁ ବିଶ୍ୱନାଥପୁରଠାରେ ସ୍ଥାପନ ନେଇ ଲାଞ୍ଜିଗଡ ଅଞ୍ଚଳବାସୀ ବିରୋଧ କରିଛନ୍ତି।…

ବିବାହର କିଛି ଘଣ୍ଟା ପରେ ଏକ ସନ୍ତାନକୁ ଜନ୍ମ ଦେଲେ କନ୍ୟା, ଆଶ୍ଚର୍ଯ୍ୟ ହୋଇଗଲା ବର, ପୂରା ଘଟଣା ଜାଣିଲେ…

ଲକ୍ଷ୍ନୌ,୫।୨: ଉତ୍ତର ପ୍ରଦେଶର ରାମପୁର ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଆଜିମନଗର ଥାନା ଅଞ୍ଚଳ ଅନ୍ତର୍ଗତ…

ବଲାଙ୍ଗୀରରେ ଚର୍ଚ୍ଚା: ମା’ ପାଟଣେଶ୍ବରୀଙ୍କ ମନ୍ଦିରରେ କେଭି-କଳିକେଶ, ଏକାଠି ବସିଲେ ହୋମଯଜ୍ଞ କଲେ

ବଲାଙ୍ଗୀର,୫।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଇଷ୍ଟଦେବି ମାଁ ପାଟଣେଶ୍ବରୀଙ୍କ ମନ୍ଦିରକୁ ଶହେ ପଚାଶ ବର୍ଷ (୧୫୦) ପୂରଣ ହୋଇଛି । ତେଣୁ ଯାକଜମକରେ ଦେବାଳୟ ଐତିହ୍ୟ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିରୁ ଓଡ଼ିଶାକୁ ମିଳିବ ଫାଇଦା, ଏମାନେ ହେବେ ଉପକୃତ….

ଭୁବନେଶ୍ୱର,୫।୧: ଭାରତ-ଆମେରିକା ନୂତନ ବାଣିଜ୍ୟ ଚୁକ୍ତିରୁ ଓଡ଼ିଶାକୁ ଫାଇଦା। ଏନେଇ ଗୁରୁବାର ଏକ୍ସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାର ସାମୁଦ୍ରିକ…

UPI New Rules: ବଦଳିଲା UPI ଟ୍ରାଞ୍ଜାକ୍ସନ ପଦ୍ଧତି, ଜାଣନ୍ତୁ କେଉଁମାନେ ହେବେ ପ୍ରଭାବିତ

ନୂଆଦିଲ୍ଲୀ,୫।୨: ଭାରତରେ ଡିଜିଟାଲ ପେମେଣ୍ଟ ଆମ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି। ପନିପରିବା କିଣିବା ଠାରୁ ଆରମ୍ଭ କରି ଅନଲାଇନ ସପିଂ, ବିଦ୍ୟୁତ୍‌ ବିଲ…

ମମତା ସରକାରଙ୍କୁ ସୁପ୍ରିମକୋର୍ଟ ଝଟକା, ୨୦ ଲକ୍ଷ କର୍ମଚାରୀଙ୍କୁ ୨୫% DA ଦେବାକୁ ନିର୍ଦ୍ଦେଶ

କୋଲକାତା,୫।୨: ପଶ୍ଚିମବଙ୍ଗ ସରକାର ଏବଂ କର୍ମଚାରୀଙ୍କ ମଧ୍ୟରେ ମହଙ୍ଗା ଭତ୍ତା (ଡିଏ) ନେଇ ଦୀର୍ଘ ଦିନ ଧରି ଚାଲିଥିବା ବିବାଦରେ ସୁପ୍ରିମକୋର୍ଟ ଗୁରୁବାର ପ୍ରାୟ ୨୦ ଲକ୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri