ବାଂଲାଦେଶରେ ପ୍ୟାରିସ୍‌ ତାତି

କୋଲକାତା,୩ା୧୧: ବାଂଲାଦେଶର କୋମିଲା ଜିଲାରେ ଏକ ଫେସ୍‌ବୁକ୍‌ ପୋଷ୍ଟରେ ଇସ୍‌ଲାମ ଧର୍ମକୁ ନିନ୍ଦା କରାଯାଇଥିବା ନେଇ ଗୁଜବ ପ୍ରଚାରିତ ହେବା ପରେ ମୌଳବାଦୀ ମୁସଲମାନମାନେ ଶତାଧିକ ହିନ୍ଦୁ ପରିବାରର ଘରେ ପଶି ଭଙ୍ଗାରୁଜା କରିବା ସହ ଜାଳିଦେଇଛନ୍ତି। ଏଥିସହିତ କେତେକ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ହୋଇଛି। ରବିବାର ଏହି ଘଟଣା ଘଟିଛି।
ସୂଚନାଯୋଗ୍ୟ, ପ୍ୟାରିସରେ ପ୍ରଫେଟ ମହମ୍ମଦଙ୍କ ବ୍ୟଙ୍ଗଚିତ୍ର ପ୍ରଦର୍ଶନ କରିଥିବା ଜଣେ ଶିକ୍ଷକଙ୍କ ମୁଣ୍ଡ କାଟ କରାଯାଇଥିଲା। ଏଭଳି ଅମାନବୀୟ କାର୍ଯ୍ୟ ବରୋଧରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ବେଲ ମାକରଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଫ୍ରାନ୍ସରେ ରହୁଥିବା ଜଣେ ବାଂଲାଦେଶୀ ଶିକ୍ଷକ ରାଷ୍ଟ୍ରପତି ମାକରଁଙ୍କ ପଦକ୍ଷେପକୁ ପ୍ରଶଂସା କରିଥିଲେ। ତାଙ୍କ ଫେସ୍‌ବୁକ୍‌ ପୋଷ୍ଟ ପ୍ରସାରିତ ହେବା ପରେ ଉତ୍ତେଜନା ଦେଖାଦେଇଥିଲା। ପୋଲିସ ପୂର୍ବୋ ଧଉରରେ ଥିତ୍ବା କିଣ୍ଡରଗାର୍ଟନ ସ୍କୁଲ୍‌ର ପ୍ରଧାନଶିକ୍ଷକଙ୍କ ସମେତ ଦୁଇଜଣଙ୍କୁ ଗିରଫ କରିଛି।
ବାଂଲାଦେଶର ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟଙ୍କ ଉପରେ ଆକ୍ରମଣ ଘଟଣାରେ କଂଗ୍ରେସ ଉଦ୍‌ବେଗ ପ୍ରକାଶ କରିବା ସହ କେନ୍ଦ୍ର ସରକାର ପଡୋଶୀ ଦେଶ ନିକଟରେ ଏହାର ପ୍ରତିବାଦ ଜଣାଇବାକୁ ସୋମବାର ଦାବି କରିଛି। ବାଂଲାଦେଶରେ ୧୫ଟି ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା ହୋଇଥିବା କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି। ଶତାଧିକ ହିନ୍ଦୁଙ୍କ ଘର ଲୁଟପାଟ ଓ ପୋଡ଼ାଜଳା ହୋଇଥିବାରୁ ସରକାର ବାଂଲାଦେଶ ନିକଟରେ ପ୍ରତିବାଦ କରିବାକୁ ସେ ଆହ୍ବାନ ଦେଇଛନ୍ତି।

Share