Posted inଖେଳ

୧୧ ବର୍ଷ ବୟସରେ ମା-ବାପାକୁ ହରାଇଥିଲେ, ଏବେ ଜିତିଲେ ଭାରତ ପାଇଁ ପଦକ, ଆଖିରେ ଲୁହ ଆସିଯିବ ଅମନ ସେରାୱତଙ୍କ କାହାଣୀ

ନୂଆଦିଲ୍ଲୀ,୧୦।୮: ପ୍ୟାରିସ ଅଲିମ୍ପିକ୍ସ୨୦୨୪ରେ ବ୍ରୋଞ୍ଜ ପଦକ ଜିତି ଅମନ ସେରାୱତ ଇତିହାସ ସୃଷ୍ଟି କରିଛନ୍ତି। ଭାରତ ପାଇଁ ଅଲିମ୍ପିକ ପଦକ ଜିତିବାରେ ଅମନ ସର୍ବକନିଷ୍ଠ ଖେଳାଳି। ସେ ମାତ୍ର ୨୧ ବର୍ଷ ବୟସରେ ଅଲିମ୍ପିକ ପଦକ ଜିତିଛିନ୍ତି। ପ୍ୟାରିସରେ ଅଲିମ୍ପିକ ପଦକ ଜିତିବା ଅମନଙ୍କ ପାଇଁ ଆଦୌ ସହଜ ନଥିଲା। ତାଙ୍କର ଯାତ୍ରା ମୁସ୍କିଲ ଥିଲା। ଅମନ ମାତ୍ର ୧୧ ବର୍ଷ ବୟସରେ ପିତାମାତାଙ୍କୁ ହରାଇଥିଲେ। ଏହା ପରେ ସେ ସମସ୍ତ ପ୍ରକାରର ସମସ୍ୟାର ସମ୍ମୁଖୀନ ହୋଇଥିଲେ।

ପିତାମାତାଙ୍କୁ ହରାଇବା ସତ୍ତ୍ୱେ ଅମନ ଖେଳ ପଡିଆକୁ ତାଙ୍କର ନୂତନ ଘର ଭାବିଥିଲେ ଏବଂ ଏହି କାରଣରୁ ସେ ମାତ୍ର ୨୧ ବର୍ଷ ବୟସରେ ଅଲିମ୍ପିକ ପଦକ ଜିତିଥିବା ପ୍ରଥମ ଭାରତୀୟ ହୋଇଛନ୍ତି। ପିତାମାତାଙ୍କ ମୃତ୍ୟୁ ପରେ ଅମନଙ୍କ ମାମୁଁ ତାଙ୍କୁ ଛତ୍ରସାଲ ଷ୍ଟାଡିୟମକୁ ନେଇଥିଲେ, ଯେଉଁଠାରୁ ତାଙ୍କ କାହାଣୀ ଆରମ୍ଭ ହୋଇଥିଲା। ଅମନ ହରିୟାଣାର ଇଜ୍ଜର ଜିଲାର ବିରୋହଡ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ।ଅଖଡାଙ୍କୁ ତାଙ୍କର ନୂତନ ଘର କରିଥିବା ଅମାନ ତାଙ୍କ କୋଠରୀ କାନ୍ଥରେ ଲେଖିଥିଲେ ଯେ, ଯଦି ସହଜ ହୋଇଥାନ୍ତା ତେବେ ସମସ୍ତେ ଏହା କରଦେଇଥାନ୍ତେ।

ବର୍ତ୍ତମାନ ଅମନ ସମସ୍ତ ଆଗାମୀ କୁସ୍ତଯୋଦ୍ଧାଙ୍କ ପାଇଁ ପ୍ରେରଣା ଭାବରେ ଉଭା ହେବେ। ଅମନକୁ ଦେଖି ଅନ୍ୟମାନେ ଉତ୍ସାହିତ ହେବେ ଯେ ସେମାନେ ମଧ୍ୟ ଏହା କରିପାରିବେ, ସେମାନେ ମଧ୍ୟ ୨୧ ବର୍ଷ ବୟସରେ ଏକ ଅଲିମ୍ପିକ ପଦକ ଜିତିପାରିବେ।

ପ୍ୟାରିସ ଅଲିମ୍ପିକ୍ସର ପ୍ରଥମ ରାଉଣ୍ଡରେ ଅମନ ଉତ୍ତର ମାକେଡୋନିଆ ରେସଲର ଇଗୋରେଭୋଙ୍କୁ ୧୦-୦ ରେ ପରାସ୍ତ କରିଥିଲେ। ଏହି ଚମତ୍କାର ବିଜୟ ପରେ ଅମନ ଦ୍ୱିତୀୟ ରାଉଣ୍ଡରେ ଆଲବାନିଆ ରେସଲର ଆବାକାରୋଭଙ୍କୁ ୧୨-୦ ରେ ପରାସ୍ତ କରି ସେମିଫାଇନାଲରେ ସ୍ଥାନ ହାସଲ କରିଥିଲେ।

ତେବେ ସେମିଫାଇନାଲ ମ୍ୟାଚ ଅମନ ପାଇଁ ଭଲ ନ ଥିଲା ଏବଂ ତାଙ୍କୁ ଜାପାନର ହିଗୁଚିଙ୍କ ବିପକ୍ଷରେ ୧୦-୦ ପରାଜୟର ସାମ୍ନା କରିବାକୁ ପଡିଥିଲା। ସେମିଫାଇନାଲରେ ହାରିଯିବା ପରେ ଅମନ ବ୍ରୋଞ୍ଜ ପଦକ ମ୍ୟାଚ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। ବ୍ରୋଞ୍ଜ ପଦକ ମ୍ୟାଚ ପାଇଁ ଅମନ ଶୁକ୍ରବାର ଅନୁଷ୍ଠିତ ବ୍ରୋଞ୍ଜ ପଦକ ପ୍ଲେ ଅଫ ମ୍ୟାଚରେ ପୁଏର୍ଟାରିକୋର କ୍ରୁଜ ଡାରିଆନ ଟୋଇଙ୍କୁ ୧୩-୫ରେ ପରାସ୍ତ କରି ଅମାନ ବ୍ରୋଞ୍ଜ ପଦକ ଜିତିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri