ଆରମ୍ଭରୁ ୧୦

ପରିଣିତି ଚୋପ୍ରାଙ୍କ ପ୍ରଥମ ହିନ୍ଦୀ ସିନେମା ଥିଲା ‘ଲେଡିଜ୍‌ ଭର୍ସେସ ରିକି ବହଲ’। କିନ୍ତୁ ବକ୍ସ ଅଫିସରେ ଫିଲ୍ମଟି ଆଶାନୁରୂପ ବିଜ୍‌ନେସ କରି ନ ଥିଲା। ଅନ୍ୟପକ୍ଷରେ ଏହି ଚିତ୍ରଟି ତାଙ୍କ ପାଇଁ ଶୁଭପ୍ରଦ ସାବ୍ୟସ୍ତ ହୋଇଥିଲା। ପ୍ରଥମ ସିନେମାରେ ତାଙ୍କର ଅଭିନୟକୁ ଭୁରି ଭୁରି ପ୍ରଶଂସା କରାଯାଇଥିଲା। କେବଳ ସେତିକି ନୁହେଁ, ଏହି ଫିଲ୍ମ ପାଇଁ ପରିଣିତି ଶ୍ରେଷ୍ଠ ନବାଗତା ଅଭିନେତ୍ରୀ ଭାବରେ ୧୦ଟି ପୁରସ୍କାର ହାସଲ କରିଥିଲେ। ଏ ସମ୍ପର୍କରେ ସେ କହନ୍ତି, ‘ମୋର ପ୍ରଥମ ସିନେମା ବକ୍ସ ଅଫିସରେ ଫ୍ଲପ୍‌ ହୋଇଥିଲା। କିନ୍ତୁ ଏଥିରେ ମୋର ଅଭିନୟ ମୋ ପାଇଁ ବେଶ୍‌ ପ୍ରେରଣାଦାୟକ ଥିଲା। ଏଥିପାଇଁ ମୋତେ ବେଷ୍ଟ ଡେବ୍ୟୁଡ୍ୟାଣ୍ଟ ଆକ୍ଟ୍ରେସ ଭାବରେ ୧୦ଟି ପୁରସ୍କାର ମିଳିଥିଲା, ଯାହାକୁ ମୁଁ କଦାପି ଭୁଲିପାରିବି ନାହିଁ।’

Share