ବିଜନେସ ଓମେନ ପରିଣିତି

ମୁମ୍ବାଇ: ବଲିଉଡର ଆଗାଧାଡିର ଆଭିନେତ୍ରୀ ପରିଣିତି ଚୋପ୍ରା ଏବେ ଅନେକ ସମୟରେ ରହୁଛନ୍ତି ଚର୍ଚ୍ଚାରେ। ଆମ ଆଦମୀ ପାର୍ଟି(ଏଏପି) ନେତା ରାଘବ ଚଢାଙ୍କୁ ବିବାହ କରିବା ପରେ ଏବେ ପରିଣିତି ବିଜନେସ ଓମେନ ପାଲଟି ଯାଇଛନ୍ତି।
ଅଭିନୟରେ ଖୁବ ନାଁ କରିଥିବା ଏହି ନାୟିକା ଏବେ ଏଣ୍ଟରପ୍ରେନ୍ୟୋର ହୋଇଯାଇଛନ୍ତି। ଏବେ ସେ ବଲିଉଡର ସେହି କଳାକାରଙ୍କ ଲିଷ୍ଟରେ ସାମିଲ ହୋଇଛନ୍ତି ଯେଉଁମାନେ ବିଜନେସ ଓ୍ବାର୍ଲଡରେ ବି ନିଜର ଭିନ୍ନ ଏକ ପରିଚୟ ସୃଷ୍ଟି କରିଛନ୍ତି।

ସୋସିଆଲ ମିଡିଆ ମାଧ୍ୟମରେ ଅଭିନେତ୍ରୀ ଏହି ସୂଚନା ଦେଇଛନ୍ତି। ଇନଷ୍ଟାଗ୍ରାମରେ ସେ ଜଣାଇଛନ୍ତି କି ସେ ଏକ ବଡ ବ୍ରାଣ୍ଡରେ ଇନଭେଷ୍ଟ କରିଛନ୍ତି। ଏହାଏକ ହେଲଥ ଓ ପର୍ସନାଲ କେୟାର ବ୍ରାଣ୍ଡ ଯାହାର ନାମ ‘କ୍ଲେନଷ୍ଟା’। ସେ ଲେଖିଛନ୍ତି କି କିଛି ମାସ ହେବ ମୁଁ ମୋପାଇଁ କିଛି ଭଲ ଓ ଅନୋଖା ଖୋଜୁଥିଲି, ଆଉ ମୋର ନଜର ‘କ୍ଲେନଷ୍ଟା’ ପ୍ରଡକ୍ଟ ଉପରେ ପଡିଥିଲା। ଆଉ ଏହି ପ୍ରଡକ୍ଟ ବ୍ୟବହାର କରିବା ପରେ ମୋତେ ଭଲ ଲାଗିଲା ଓ ମୁଁ ଏଥିରେ ନିବେଶ କଲି। ଅଭିନେତ୍ରୀ ଆହୁରି ମଧ୍ୟ କହିଛନ୍ତି କି ଗତ ୪ ବର୍ଷ ହେବ ମୁଁ ଏହା କରିବାକୁ ଚାହୁଁଥିଲି। ହେଲେ ଗତ ୮ ମାସ ହେବ ଉତାର-ଚଢାବ ଭିତରେ ମୁଁ ମୋ କ୍ୟାରିୟରରେ କିଛି ଜରୁରୀ ପରିବର୍ତ୍ତନ କରିବାକୁ ପ୍ଲାନ କଲି।
ସୂଚନାଯୋଗ୍ୟ, ‘କ୍ଲେନଷ୍ଟା’ ଏକ ବିୟୁଟି ଓ କସମେଟିକ୍ସ ଓ ପର୍ସନାଲ କେୟାର ବ୍ରାଣ୍ଡ, ଯାହାସହ ୨୦୨୨ରେ ସୋହା ଅଲି ଖାଁ ବ୍ରାଣ୍ଡ ଏମ୍ବେସଡର ଭାବେ ଯୋଡି ହୋଇଥିଲେ।
କମ୍ପାନୀର ନିର୍ମାଣ ୨୦୧୬ରେ ହୋଇଥିଲା। ପରିଣିତି କହିଛନ୍ତି ଆଗାମି ଦିନରେ ଏହି ବ୍ରାଣ୍ଡ ଏମିତି କିଛି ପ୍ରଡକ୍ଟସ ଲଞ୍ଚ କରିବ ଯାହା ସମସ୍ତଙ୍କ ହୋସ ଉଡାଇଦେବ। ସେ ଆହୁରି ମଧ୍ୟ କହିଛନ୍ତି ସବୁବେଳେ ସେ ବିଜନେସ କରିବାକୁ ଚାହୁଁଥିଲେ ସେଥିପାଇଁ ସେ ଏହାକୁ ନେଇ ଉତ୍ସାହିତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟକ ସର୍ଦ୍ଦାର ଦଣ୍ଡପାଣି ସ୍ବାଇଁ ଙ୍କ ଶ୍ରାଦ୍ଧ ଦିବସ: ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ଶ୍ରଦ୍ଧାଞ୍ଜଳି         

ଦିଗପହଣ୍ଡି,୭|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମରେ ସ୍ଵାଧୀନତା ସଂଗ୍ରାମୀ ବିଶିଷ୍ଟ କମ୍ୟୁନିଷ୍ଟ ନେତା ପୂର୍ବତନ ବିଧାୟକ ସ୍ବର୍ଗତ ସର୍ଦ୍ଦାର ଦଣ୍ଡପାଣି ସ୍ବାଇଁ…

କେସିଙ୍ଗାର ଯୁବ ପ୍ରତିଭା, ସାମାଜିକ କର୍ମୀ ରମେଶ କୁମାର ଜେନାଙ୍କ ଅକାଳ ବିୟୋଗ: ଝୁରୁଛି ଗାଁ ମାଟି

କେସିଙ୍ଗା, ୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରର ୧୧ ନମ୍ବର ୱାର୍ଡର ଅନନ୍ତ ରାମ ଜେନାଙ୍କ ପୁତ୍ର ତଥା ସଜନୀ ଜେନାଙ୍କ ସୁପୁତ୍ର ରମେଶ…

ରାକ୍ଷୀପୂର୍ଣ୍ଣିମାରେ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା: ଜୁଲାଇ ୨୫ ତାରିଖ ସୁଦ୍ଧା…

ଭୁବନେଶ୍ୱର,୭।୮ ରାକ୍ଷୀପୂର୍ଣ୍ଣିମା ଅବସରରେ ରାଜ୍ୟର ମହିଳାମାନଙ୍କୁ ‘ସୁଭଦ୍ରା’ ଯୋଜନାର ଟଙ୍କା ମିଳିବ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଜୁଲାଇ ୨୫…

ବୁଧ ଓ ମଙ୍ଗଳଙ୍କ ଶୁଭ ଯୋଗ! ଭାଗ୍ୟ ନେବ ମୋଡ଼, ୮ ଅଗଷ୍ଟରୁ ୪ ରାଶିକୁ ମିଳିବ ବଡ଼ ଲାଭ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ଅଗଷ୍ଟ ୮ ତାରିଖ ଅପରାହ୍ନରେ ଏକ ବିଶେଷ ମହାଜାଗତିକ ଘଟଣା ଘଟିବାକୁ ଯାଉଛି । ଏହି ଦିନ ବୁଧ ଏବଂ ମଙ୍ଗଳଙ୍କ…

କଷ୍ଟ ସହି ନ ପାରି କରିଥିଲେ ଆତ୍ମହତ୍ୟା: ୪ ବର୍ଷ ପରେ ଦୁଇ ଅଭିଯୁକ୍ତ ଗିରଫ

ବଞ୍ଚୋ, ୭।୮ (ପ୍ରଦୋଷ ବିଶ୍ୱାଳ): ଘସିପୁରା ଥାନା କେସ୍ ନଂ-୪୩, ତାରିଖ ୧୫.୦୩.୨୦୨୨ରେ ରୁଜୁ ହୋଇଥିବା ୪ ବର୍ଷ ପୁରୁଣା ଏକ ଚର୍ଚ୍ଚିତ ମାମଲାରେ ଘସିପୁରା ପୋଲିସ…

ପୂର୍ବରୁ ବାହା ହୋଇଥିବା କଥା ଲୁଚାଇ ପ୍ରଲୋଭନ ଦେଇ ରଖୁଥିଲେ ଶାରୀରିକ ସମ୍ପର୍କ: ପରେ…

ବଞ୍ଚୋ, ୭।୮ (ପ୍ରଦୋଷ ବିଶ୍ୱାଳ): ବିବାହର ପ୍ରଲୋଭନ ଦେଇ ଶାରୀରିକ ସମ୍ପର୍କ ସ୍ଥାପନ ଏବଂ ପୂର୍ବରୁ ବିବାହିତ ଥିବା ସତ୍ୟ ଲୁଚାଇ ଠକେଇ କରିବା ଅଭିଯୋଗରେ ଆନନ୍ଦପୁର…

‘ମା’ କ୍ଷୀର ଶିଶୁର ଅଧିକାର, ସୁସ୍ଥ ଭବିଷ୍ୟତର ମୂଳଦୁଆ‘

କେସିଙ୍ଗା, ୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରର ଦୁର୍ଗାମଣ୍ଡପସ୍ଥିତ ୧୨ ନମ୍ବର ୱାର୍ଡର ଅଙ୍ଗନଓ୍ୱାଡ଼ି କେନ୍ଦ୍ରରେ ଶୁକ୍ରବାର ବିଶ୍ୱ ସ୍ତନ୍ୟପାନ ସପ୍ତାହ-୨୦୨୬ ପାଳନ କରାଯାଇଛି।…

ୟୁଟର୍ନ ମାରିଲେ କଙ୍ଗନା? Gen Z ଙ୍କୁ ନେଇ ଦେଲେ ପୁଣି ବଡ଼ ବୟାନ

ନୂଆଦିଲ୍ଲୀ, ୭।୮: Bjp ସାଂସଦ/ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ ଗତ କିଛି ଦିନ ହେବ ଯୁବପିଢ଼ିଙ୍କ ମଧ୍ୟରେ ବେଶ୍ ଚର୍ଚ୍ଚାରେ ଥିଲେ, କିନ୍ତୁ ତାଙ୍କୁ ଭଲପାଇବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri