ପରିଣିତି-ରାଘବଙ୍କ ରିସେପଶନକୁ ନେଇ ବଢୁଛି ଏକ୍ସାଇଟମେଣ୍ଟ

ମୁମ୍ବାଇ: ଲଭବାର୍ଡସ ପରିଣିତି ଚୋପ୍ରା ଓ ରାଘବ ଚଢା ଏନଗେଜମେଣ୍ଟ ପରେ ଏବେ ଅନେକ ସମୟରେ ରହୁଛନ୍ତି ଚର୍ଚ୍ଚାରେ। ଏମାନେ ଯେଉଁଠିକି ବି ଯାଉଛନ୍ତି ସେଠି ଆସି ଯାଉଛନ୍ତି ଲାଇମଲାଇଟକୁ। ନିକଟରେ ଉଭୟଙ୍କୁ ଅମୃତସରର ସ୍ବର୍ଣ୍ଣ ମନ୍ଦିରରେ ଦେଖିବାକୁ ମିଳିଥିଲା। ସେଠାରେ ସେମାନେ ଗୁରୁଦ୍ୱାରରେ ଆଶୀର୍ବାଦ ନେବା ସହ ସେବା କରିଥିଲେ। ତେବେ ଏହି ଯୋଡି କେବେ ବିବାହ କରିବେ ତାକୁ ନେଇ ଫ୍ୟାନ୍ସଙ୍କ ଏକ୍ସାଇଟମେଣ୍ଟ ବେଳକୁ ବେଳ ବଢିବାରେ ଲାଗିଛି। ଏହାରି ଭିତରେ ଏମାନଙ୍କ ଓ୍ବେଡିଂ ଭେନ୍ୟୁ ସହ ଜଡିତ ଏକ ଖବର ସାମ୍ନାକୁ ଆସିଛି।
ହିନ୍ଦୁସ୍ତାନ ଟାଇମ୍ସର ନିକଟତମ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି କି ଏହି କପଲ ଅକ୍ଟୋବରରେ ବିବାହ କରିପାରନ୍ତି। ଏହାସହ ପରିଣିତି-ରାଘବ ଗୁରୁଗ୍ରାମରେ ରିସେପଶନ କରିବାର ପ୍ଲାନିଂ କରୁଛନ୍ତି। ପୂର୍ବରୁ ଶୁଣିବାକୁ ମିଳୁଥିଲା କି ଏହି ଯୋଡି ମୁମ୍ବାଇ, ଚଣ୍ଡିଗଡ଼ ଓ ଗୁରୁଗ୍ରାମ ୩ଟି ସ୍ଥାନରେ ରିସେପଶନ ପାର୍ଟି ଦେବେ। ହେଲେ ଏବେ କୁହାଯାଉଛି କି ଏମାନେ ମିଶି ଗୋଟିଏ ରିସେପଶନ ପାର୍ଟି ଦେବେ।
କୁହାଯାଉଛି କି ଏହି କପଲଙ୍କ ରିସେପଶନ ଦ ଲିଲା ଏମ୍ବିଏନ୍ସ ହୋଟେଲ ଗୁରୁଗ୍ରାମରେ ଆୟୋଜିତ ହୋଇପାରେ। ନିକଟରେ ଉଭୟଙ୍କ ପରିବାରରୁ ମାତା-ପିତା( ପବନ ଚୋପ୍ରା-ରିନା ଚୋପ୍ରା, ସୁନିଲ ଚଢା, ଅଲକା ଚଢା) ଫୁଡ ଟେଷ୍ଟିଂ ସେସନ ପାଇଁ ହୋଟେଲରେ ପହଞ୍ଚିଥିଲେ। ଉଭୟ ପରିବାର ଏମାନଙ୍କ ବିବାହ ପାଇଁ ଖୁବ ଜୋରରେ ପ୍ରସ୍ତୁତିରେ ଲାଗି ପଡିଛନ୍ତି।

Share