Categories: ଜାତୀୟ

ଆଜି ‘ପରୀକ୍ଷା ପେ ଚର୍ଚ୍ଚା’ କରିବେ ମୋଦି

ନୂଆଦିଲ୍ଲୀ,୨୭।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ‘ପରୀକ୍ଷା ପେ ଚର୍ଚ୍ଚା’କରିବେ। ଯେଉଁଥିରେ ବହୁ ସଂଖ୍ୟକ ପ୍ରାର୍ଥୀ ଅଂଶଗ୍ରହଣ କରିବେ। ଏହି କାର୍ଯ୍ୟକ୍ରମ ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହେବ, ଯେଉଁଥିପାଇଁ ପ୍ରସ୍ତୁତି ଚାଲିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ କେବଳ ଛାତ୍ରମାନଙ୍କ ସହିତ ନୁହେଁ ଶିକ୍ଷକ ଏବଂ ଅଭିଭାବକମାନଙ୍କ ସହିତ ଆଲୋଚନା କରିବେ। ଏଥିସହ ମାଇଗୋଭ୍‌(MyGov)ରେ ପ୍ରତିଯୋଗିତା ମାଧ୍ୟମରେ ମନୋନୀତ ହୋଇଥିବା ପ୍ରାୟ ୨୦୫୦ ଛାତ୍ର, ଶିକ୍ଷକ ଏବଂ ଅଭିଭାବକଙ୍କୁ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ପିପିସି କିଟ୍‌ ପ୍ରଦାନ କରାଯିବ।

Share