ନାମଲେଖା ନିୟମ ପରିବର୍ତ୍ତନ ଦାବି କଲା ଅଭିଭାବକ ମହାସଂଘ

ବରଗଡ଼,୨୦।୩(ପ୍ରେମାନନ୍ଦ ଖମାରୀ):ଜାତୀୟ ଶିକ୍ଷାନୀତି ଅନୁସାରେ ରାଜ୍ୟରେ ନାମଲେଖା ପ୍ରକ୍ରିୟାକୁ ଓଡିଶା ଅଭିଭାବକ ମହାସଂଘ ବିରୋଧ କରିଛି। ସେଭଳି ଢଙ୍ଗରେ ନାମଲେଖା ପ୍ରକ୍ରିୟାରେ ପରିବର୍ତ୍ତନ ଆଣିବା ପାଇଁ ଦାବି ହୋଇଛି। ଓଡିଶା ଅଭିଭାବକ ମହାସଂଘ, ବରଗଡ଼ ପକ୍ଷରୁ ବୁଧବାର ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁ ଦାବିପତ୍ର ଗ୍ରହଣ କରିଥିଲେ। ଦାବିପତ୍ରରେ ଉଲ୍ଲେଖ ରହିଛି, ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି ଲାଗୁ ହେବାକୁ ଯାଉଛି। ଏହି ନୀତି ଅନୁସାରେ ଆଗାମୀ ଏପ୍ରିଲରୁ ୨୦୨୫-୨୬ ଶିକ୍ଷାବର୍ଷ ଆରମ୍ଭ ସହ ପ୍ରଥମ ଶ୍ରେଣୀ ଓ ବାଲ ବାଟିକାରେ ପିଲାଙ୍କ ନାମଲେଖା ହେବ। ଏପ୍ରିଲ ମାସ ୨ତାରିଖରେ ଖଡ଼ି ଛୁଆଁ ତଥା ପ୍ରବେଶ ଉତ୍ସବ ପାଳନ କରି ପିଲାଙ୍କୁ ବିଦ୍ୟାଳୟକୁ ପାଛୋଟି ନେବାକୁ ରୂପରେଖ ପ୍ରସ୍ତୁତ ହେବ। ଏଥିପାଇଁ ମାର୍ଚ୍ଚ ମାସ ୨୨ତାରିଖ ସୁଦ୍ଧା ନିମନ୍ତ୍ରଣପତ୍ର ବଣ୍ଟନ କାର୍ଯ୍ୟ ଶେଷ କରିବାକୁ ଓସେପା ପକ୍ଷରୁ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଗୋଟିଏ ପଟେ ନାମଲେଖା ନେଇ ସରକାରୀ ସ୍ତରରେ ବ୍ୟାପକ ପ୍ରସ୍ତୁତି ଚାଲିଥିବା ବେଳେ ଅନ୍ୟପଟେ ନାମଲେଖା ବୟସକୁ ନେଇ ଦ୍ବନ୍ଦ୍ବରେ ଅଭିଭାବକ ରହିଛନ୍ତି । ପ୍ରଥମ ଶ୍ରେଣୀରେ ନାମଲେଖା ପାଇଁ ପିଲାଙ୍କ ବୟସ ମାର୍ଚ୍ଚ ମାସ ୩୧ତାରିଖ ସୁଦ୍ଧା ୫ରୁ ୭ ବର୍ଷ ମଧ୍ୟରେ ଏବଂ ନିମ୍ନ ପ୍ରାଥମିକ ଶ୍ରେଣୀ ପାଇଁ ୩ରୁ ୫ ବର୍ଷ ଭିତରେ ହେବାର ନିୟମ ଥିଲା । ତେବେ ଜାତୀୟ ଶିକ୍ଷାନୀତି ଲାଗୁ ପରେ ସେପ୍ଟେମ୍ବର ମାସ ୧ତାରିଖ ସୁଦ୍ଧା ବାଲ୍ବାଟିକା ପାଇଁ ୫ ବର୍ଷ ଓ ପ୍ରଥମ ଶ୍ରେଣୀ ପାଇଁ ୬ ବର୍ଷରୁ ଅଧିକ ବୟସ ହୋଇଥିବା ଆବଶ୍ୟକ। ଏଭଳି ବୟସ ସଂଶୋଧନକୁ ନେଇ ବିବାଦ ମୁଣ୍ଡ ଟେକିଛି। ଏପ୍ରିଲ ମାସ ୧ତାରିଖରୁ ନୂତନ ଶିକ୍ଷାବର୍ଷ ଆରମ୍ଭ ହେଉଥିବା ବେଳେ ସେପରୁମ୍ବର ମାସ ୧ତାରିଖକୁ କାହିଁକି ଗଣନା କରାଯାଉଛି ବୋଲି ଓଡ଼ିଶା ଅଭିଭାବକ ମହାସଂଘ ପ୍ରଶ୍ନ ଉଠାଇବା ସହ ମୁଖ୍ୟ ଶାସନ ସଚିବଙ୍କ ହସ୍ତକ୍ଷେପ ଲୋଡ଼ିଛି । ମହାସଂଘ ପକ୍ଷରୁ କୁହାଯାଇଛି, ନୂତନ ନିୟମ ଲାଗୁ ହେଲେ ପୂର୍ବ ନିୟମରେ ଏଲକେଜି, ୟୁକେଜି ତଥା ନିମ୍ନ ପ୍ରାଥମିକ ଶ୍ରେଣୀରେ ପଢୁଥିବା ଲକ୍ଷାଧିକ ପିଲା ମାନସିକ ଚାପଗ୍ରସ୍ତ ହୋଇଛନ୍ତି। ଅଭିଭାବକମାନେ ବିଦ୍ୟାଳୟ, ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ଦୌଡ଼ି ନୟାନ୍ତ ହେଲେଣି। ପୂର୍ବରୁ ନିମ୍ନ ପ୍ରାଥମିକ ଶ୍ରେଣୀରେ ପଢୁଥୁବା ପିଲାମାନେ ଏବର୍ଷ ଆଉ ପ୍ରଥମ ଶ୍ରେଣୀରେ ନାମ ଲେଖାଇପାରୁ ନାହାନ୍ତି। ପିଲାଙ୍କୁ ଏବର୍ଷ ପୁଣି ପୁରୁଣା ଶ୍ରେଣୀରେ ପଢ଼ିବାକୁ ହେବ। ଯଦି ତୁରନ୍ତ ନିୟମରେ ପରିବର୍ତ୍ତନ କରା ନ ଯାଏ ତେବେ ପିଲାଙ୍କ ଭବିଷ୍ୟତ ସୁରକ୍ଷା ତଥା ମାନସିକ ଶାନ୍ତି ପାଇଁ ଚରମ ପଦକ୍ଷେପ ନିଆଯିବ ବୋଲି ଅଭିଭାବକ ମହାସଂଘ ମତପ୍ରକାଶ କରିଛି ଏବଂ ଏଥିର ପରିବର୍ତ୍ତନ ଆଣିବା ପାଇଁ ଦାବି କରିଛି। ମହାସଂଘ ପକ୍ଷରୁ ବରଗଡ଼ ଜିଲା ଆବାହକ ବିମଳ ଦାଶଙ୍କ ନେତୃତ୍ୱରେ ସଦାନନ୍ଦ ମହାପାତ୍ର, ନାଭ ଚୌହାନ, ବାଲ୍ମିକୀ ଷଡ଼ଙ୍ଗୀ ପ୍ରମୁଖ ଦାବିପତ୍ର ପ୍ରଦାନ ପାଇଁ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ପୋଲିସକୁ ଖୋଲା ଚ୍ୟାଲେଞ୍ଜ: ଗୋଟିଏ ରାତିରେ ଛତ୍ରପୁରର ୪ ମନ୍ଦିରରୁ ଚୋରି

ଛତ୍ରପୁର, ୨୦ା୧୨(ଦିଲୀପ ସାମଲ)- ପୁଣି ମନ୍ଦିରଗୁଡିକ ଉପରେ ଦୁର୍ବୃତ୍ତଙ୍କ ନଜର ପଡିଛି । ପୋଲିସ କଲୋନୀ ନିକଟରେ ଥିବା ୪ଟି ମନ୍ଦିରରୁ ଚୋରି କରି ପୋଲିସକୁ...

ଧକ୍କା ଦେଇ ଚାଲିଗଲା ଡାଲା ଅଟୋ: ଚାନ୍ଦପୁର ଗ୍ରାମର ୨ ଯୁବକ…

ଦିଗପହଣ୍ଡି, ୨୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଗାଡ଼ି ଧକ୍କାରେ...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଓଡ଼ିଶାରେ ପେଟ୍ରୋଲ ମନା

ଭୁବନେଶ୍ୱର,୨୦।୧୨: ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ଶନିବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ପ୍ରଦୂଷଣ ପ୍ରମାଣପତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri