ନାମଲେଖା ନିୟମ ପରିବର୍ତ୍ତନ ଦାବି କଲା ଅଭିଭାବକ ମହାସଂଘ

ବରଗଡ଼,୨୦।୩(ପ୍ରେମାନନ୍ଦ ଖମାରୀ):ଜାତୀୟ ଶିକ୍ଷାନୀତି ଅନୁସାରେ ରାଜ୍ୟରେ ନାମଲେଖା ପ୍ରକ୍ରିୟାକୁ ଓଡିଶା ଅଭିଭାବକ ମହାସଂଘ ବିରୋଧ କରିଛି। ସେଭଳି ଢଙ୍ଗରେ ନାମଲେଖା ପ୍ରକ୍ରିୟାରେ ପରିବର୍ତ୍ତନ ଆଣିବା ପାଇଁ ଦାବି ହୋଇଛି। ଓଡିଶା ଅଭିଭାବକ ମହାସଂଘ, ବରଗଡ଼ ପକ୍ଷରୁ ବୁଧବାର ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁ ଦାବିପତ୍ର ଗ୍ରହଣ କରିଥିଲେ। ଦାବିପତ୍ରରେ ଉଲ୍ଲେଖ ରହିଛି, ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି ଲାଗୁ ହେବାକୁ ଯାଉଛି। ଏହି ନୀତି ଅନୁସାରେ ଆଗାମୀ ଏପ୍ରିଲରୁ ୨୦୨୫-୨୬ ଶିକ୍ଷାବର୍ଷ ଆରମ୍ଭ ସହ ପ୍ରଥମ ଶ୍ରେଣୀ ଓ ବାଲ ବାଟିକାରେ ପିଲାଙ୍କ ନାମଲେଖା ହେବ। ଏପ୍ରିଲ ମାସ ୨ତାରିଖରେ ଖଡ଼ି ଛୁଆଁ ତଥା ପ୍ରବେଶ ଉତ୍ସବ ପାଳନ କରି ପିଲାଙ୍କୁ ବିଦ୍ୟାଳୟକୁ ପାଛୋଟି ନେବାକୁ ରୂପରେଖ ପ୍ରସ୍ତୁତ ହେବ। ଏଥିପାଇଁ ମାର୍ଚ୍ଚ ମାସ ୨୨ତାରିଖ ସୁଦ୍ଧା ନିମନ୍ତ୍ରଣପତ୍ର ବଣ୍ଟନ କାର୍ଯ୍ୟ ଶେଷ କରିବାକୁ ଓସେପା ପକ୍ଷରୁ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଗୋଟିଏ ପଟେ ନାମଲେଖା ନେଇ ସରକାରୀ ସ୍ତରରେ ବ୍ୟାପକ ପ୍ରସ୍ତୁତି ଚାଲିଥିବା ବେଳେ ଅନ୍ୟପଟେ ନାମଲେଖା ବୟସକୁ ନେଇ ଦ୍ବନ୍ଦ୍ବରେ ଅଭିଭାବକ ରହିଛନ୍ତି । ପ୍ରଥମ ଶ୍ରେଣୀରେ ନାମଲେଖା ପାଇଁ ପିଲାଙ୍କ ବୟସ ମାର୍ଚ୍ଚ ମାସ ୩୧ତାରିଖ ସୁଦ୍ଧା ୫ରୁ ୭ ବର୍ଷ ମଧ୍ୟରେ ଏବଂ ନିମ୍ନ ପ୍ରାଥମିକ ଶ୍ରେଣୀ ପାଇଁ ୩ରୁ ୫ ବର୍ଷ ଭିତରେ ହେବାର ନିୟମ ଥିଲା । ତେବେ ଜାତୀୟ ଶିକ୍ଷାନୀତି ଲାଗୁ ପରେ ସେପ୍ଟେମ୍ବର ମାସ ୧ତାରିଖ ସୁଦ୍ଧା ବାଲ୍ବାଟିକା ପାଇଁ ୫ ବର୍ଷ ଓ ପ୍ରଥମ ଶ୍ରେଣୀ ପାଇଁ ୬ ବର୍ଷରୁ ଅଧିକ ବୟସ ହୋଇଥିବା ଆବଶ୍ୟକ। ଏଭଳି ବୟସ ସଂଶୋଧନକୁ ନେଇ ବିବାଦ ମୁଣ୍ଡ ଟେକିଛି। ଏପ୍ରିଲ ମାସ ୧ତାରିଖରୁ ନୂତନ ଶିକ୍ଷାବର୍ଷ ଆରମ୍ଭ ହେଉଥିବା ବେଳେ ସେପରୁମ୍ବର ମାସ ୧ତାରିଖକୁ କାହିଁକି ଗଣନା କରାଯାଉଛି ବୋଲି ଓଡ଼ିଶା ଅଭିଭାବକ ମହାସଂଘ ପ୍ରଶ୍ନ ଉଠାଇବା ସହ ମୁଖ୍ୟ ଶାସନ ସଚିବଙ୍କ ହସ୍ତକ୍ଷେପ ଲୋଡ଼ିଛି । ମହାସଂଘ ପକ୍ଷରୁ କୁହାଯାଇଛି, ନୂତନ ନିୟମ ଲାଗୁ ହେଲେ ପୂର୍ବ ନିୟମରେ ଏଲକେଜି, ୟୁକେଜି ତଥା ନିମ୍ନ ପ୍ରାଥମିକ ଶ୍ରେଣୀରେ ପଢୁଥିବା ଲକ୍ଷାଧିକ ପିଲା ମାନସିକ ଚାପଗ୍ରସ୍ତ ହୋଇଛନ୍ତି। ଅଭିଭାବକମାନେ ବିଦ୍ୟାଳୟ, ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ଦୌଡ଼ି ନୟାନ୍ତ ହେଲେଣି। ପୂର୍ବରୁ ନିମ୍ନ ପ୍ରାଥମିକ ଶ୍ରେଣୀରେ ପଢୁଥୁବା ପିଲାମାନେ ଏବର୍ଷ ଆଉ ପ୍ରଥମ ଶ୍ରେଣୀରେ ନାମ ଲେଖାଇପାରୁ ନାହାନ୍ତି। ପିଲାଙ୍କୁ ଏବର୍ଷ ପୁଣି ପୁରୁଣା ଶ୍ରେଣୀରେ ପଢ଼ିବାକୁ ହେବ। ଯଦି ତୁରନ୍ତ ନିୟମରେ ପରିବର୍ତ୍ତନ କରା ନ ଯାଏ ତେବେ ପିଲାଙ୍କ ଭବିଷ୍ୟତ ସୁରକ୍ଷା ତଥା ମାନସିକ ଶାନ୍ତି ପାଇଁ ଚରମ ପଦକ୍ଷେପ ନିଆଯିବ ବୋଲି ଅଭିଭାବକ ମହାସଂଘ ମତପ୍ରକାଶ କରିଛି ଏବଂ ଏଥିର ପରିବର୍ତ୍ତନ ଆଣିବା ପାଇଁ ଦାବି କରିଛି। ମହାସଂଘ ପକ୍ଷରୁ ବରଗଡ଼ ଜିଲା ଆବାହକ ବିମଳ ଦାଶଙ୍କ ନେତୃତ୍ୱରେ ସଦାନନ୍ଦ ମହାପାତ୍ର, ନାଭ ଚୌହାନ, ବାଲ୍ମିକୀ ଷଡ଼ଙ୍ଗୀ ପ୍ରମୁଖ ଦାବିପତ୍ର ପ୍ରଦାନ ପାଇଁ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକ, ୧।୪(ସନାତନ ରାଉତ): ଭଦ୍ରକ ନେହେରୁ ଷ୍ଟାଡିଅମରେ ବୁଧବାର ଜିଲାସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି l ସକାଳ ୮ଟାରେ ବିଭିନ୍ନ ସ୍କୁଲରୁ ଆସିଥିବା ୫ ହଜାରରୁ…

ସିଆରିନ ଇଲେଭେନକୁ ହରାଇ ଚମ୍ପିୟନ ହେଲେ ମହାଲକ୍ଷ୍ମୀ ଇଲେଭେନ

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମାଳି ଜଗନ୍ନାଥପୁର ଖେଳ ପଡିଆରେ ବାବାଲୀ ଲୋକନାଥ କ୍ରିକେଟ କ୍ଳବ ପକ୍ଷରୁ ଦୁଇଦିନିଆ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଛି।…

କ୍ୱାର୍ଟରରେ ଶୋଇଥିଲେ ମହିଳା ANM, ଲାଗିଗଲା ନିଆଁ: ସନ୍ଦେହଜନକ ଭାବେ…

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମଙ୍ଗଳବାର ରାତିରେ…

ଓଲଟିଲା ମାଛ ବୋଝେଇ ମିନି ଟ୍ରକ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ…

ଗଞ୍ଜାମ ଜିଲାକୁ ୩ ଜାତୀୟ ପୁରସ୍କାର: ଚାରିଆଡ଼ୁ ଛୁଟିଲା ଶୁଭେଚ୍ଛାର ସୁଅ

ଛତ୍ରପୁର, ୧/୪(ଦିଲ୍ଲୀପ ସାମଲ): ପୁଣି ରାଜ୍ୟରେ ଗଞ୍ଜାମ ଜିଲା ସୁନାମ ଆଣିଛି । ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri