Categories: ଜାତୀୟ

ପ୍ରେମ ସମ୍ପର୍କକୁ ନେଇ ଉତ୍ତେଜନା: ୪ ଗିରଫ

ଭୋପାଳ,୨୨।୯: ମଧ୍ୟପ୍ରଦେଶର ଛିନ୍ଦଓ୍ବାରା ଜିଲାରେ ଜଣେ ମୁସଲମାନ ଯୁବକ ହିନ୍ଦୁ ଝିଅଙ୍କ ସହ ସମ୍ପର୍କକୁ ନେଇ ଉତ୍ତେଜନା ପରିସ୍ଥିତି ଦେଖାଦେଇଛି। ପ୍ରତିଶୋଧ ପରାୟଣ ହୋଇ ଉତ୍ତ୍ୟକ୍ତ ଲୋକେ ମୁସଲମାନ ଯୁବକ ଏବଂ ତାଙ୍କ ପରିବାର ଲୋକଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି।

ମୁସଲମାନ ଯୁବକ ଜଣଙ୍କ ମାସେ ତଳେ ୨୩ ବର୍ଷୀୟା ହିନ୍ଦୁ ଯୁବତୀଙ୍କୁ ନେଇଯାଇଥିଲେ। ଗତ ୧୫ ତାରିଖରେ ଯୁବତୀଙ୍କ ପରିବାର ଓ ଅନ୍ୟମାନେ ଯୁବକଙ୍କ ମା’ ବାପାଙ୍କୁ ଆକ୍ରମଣ କରି ମାଡ଼ ମାରିଥିଲେ। ଆକ୍ରମଣ ସମୟର ଭିଡିଓ ମଙ୍ଗଳବାର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହି ଘଟଣା ପଦାକୁ ଆସିଛି। ଛିନ୍ଦଓ୍ବାରା ପୋଲିସ ହିନ୍ଦୁ ପରିବାର ବିରୋଧରେ ମାମଲା ରୁଜୁ କରିବା ସହ ୪ ଜଣଙ୍କୁ ଗିରଫ କରିଛି।

Share