ରିଲାଏନ୍‌ସ ଡିଜିଟାଲରେ ପାର୍ବଣ ଅଫର

ନୂଆଦିଲ୍ଲୀ,୪।୧୦: ଚଳିତ ବର୍ଷ ପାର୍ବଣ(ଦଶହରା)ରେ ରିଲାଏନ୍ସ ଡିଜିଟାଲର ଇଲେକ୍‌ଟ୍ରୋନିକ୍‌ ସେଲ୍‌ର ସଦ୍ୟତମ ଟେକ୍‌ ସାମଗ୍ରୀକୁ ଘରକୁ ଆଣନ୍ତୁ। ଆପଣଙ୍କର ନିକଟତମ ରିଲାଏନ୍ସ ଡିଜିଟାଲ୍‌ ଷ୍ଟୋର, ମାଇଁ ଜିଓ ଷ୍ଟୋରରୁ ବା ଏହାର ଅନଲାଇନ ସୁବିଧାକୁ ମଧ୍ୟ ବାଛନ୍ତୁ। ବିଶେଷ କରି ଏହାର ଆକର୍ଷଣୀୟ ଅଫର ସହ ପାର୍ବଣ ଉତ୍ସବକୁ ଆହୁରି ଆନନ୍ଦଦାୟକ କରିବା ପାଇଁ, ଅଗ୍ରଣୀ ବ୍ୟାଙ୍କ କାର୍ଡ଼ରେ ସରଳ ଇଏମଆଇ ବିକଳ୍ପ ସହ ୧୦% ରିହାତିର ଲାଭ ମଧ୍ୟ ଉଠାନ୍ତୁ ବୋଲି ରିଲାଏନ୍ସ ଡିଜିଟାଲ ପକ୍ଷରୁ କୁହାଯାଇଛି। ସେହିଭଳି ଏଠାରେ ଇଲେକ୍‌ଟ୍ରୋନିକ୍ସର ବ୍ୟାପକ ସ୍ତର ଟିଭି ଓ ଘରୋଇ ଉପକରଣ, ଅଡିଓ ଡିଭାଇସ୍‌, ମୋବାଇଲ୍‌ ଫୋନ୍‌, ଲାପଟପ୍‌ ଓ ଆହୁରି ଅନେକ କିଛି ସାମିଲ ରହିଛି। ଏପରିକି ଏହା ଉପହାର ପାଇଁ ହେଉ ବା ନିଜର ବ୍ୟବହାର ପାଇଁ, ଚଳିତ ପାର୍ବଣ ଋତୁରେ ରିଲାଏନ୍ସ ଡିଜିଟାଲର ସର୍ବୋତ୍ତମ ଅଫର ଲାଇନ୍‌ ଅପ୍‌ ରହିଛି। ସେହିପରି ଓ୍ବାଚରେ ଆପଲ୍‌ ୱାଚ୍‌ ୧୭,୧୦୦ ଟଙ୍କାରୁ ଆରମ୍ଭ ହେଉଥିବା ବେଳେ (ବ୍ୟାଙ୍କ କ୍ୟାଶବ୍ୟାକକୁ ମିଶାଇ) ସାମସଙ୍ଗ ୱାଚର ପ୍ରାରମ୍ଭିକ ମୂଲ୍ୟ ୬୪୯୦ ଟଙ୍କା ରହିଛି। ଅପରପକ୍ଷରେ ଅନ୍ୟାନ୍ୟ ସ୍ମାର୍ଟୱାଚର ମୂଲ୍ୟ ୧୫୯୯ ଟଙ୍କାରୁ ଆରମ୍ଭ ହେଉଛି, ଆକର୍ଷଣୀୟ ଡିଲ୍‌ ସହ ଲାପଟପ୍‌ ମଧ୍ୟ ପାଆନ୍ତୁ। ସାମସଙ୍ଗ ଗାଲାକ୍ସି ବୁକ୍‌୨ ୧୨ ଜେନେରେଶନ ଆଇ୫ ସହ ୧୬ଜିବି ରାମ୍‌ ଓ ୫ ୧୨ଜିବି ଏସଏସଡି ଷ୍ଟୋରେଜ୍‌ ଏବେ ବ୍ୟାଙ୍କ କ୍ୟାଶବ୍ୟାକ୍‌ ପରେ ଆକର୍ଷଣୀୟ ମୂଲ୍ୟ ୫୭,୯୯୯ଟଙ୍କାରେ ଉପଲବ୍ଧ। ସମସ୍ତ ଗେମିଂ ପାଇଁ ଆଗ୍ରହୀ ବ୍ୟକ୍ତିମାନଙ୍କ ଲାଗି ଏବେ ଏକ ଅତୁଳନୀୟ ଅଫର ପ୍ରଦାନ କରାଯାଉଛି। ପ୍ରତି ଗେମିଂ ଲାପଟପର କ୍ରୟ କ୍ଷେତ୍ରରେ ଏକ ଗେମିଂ ମାଉସ୍‌, ହେଡଫୋନ୍‌ ଓ ମ୍ୟାଟ୍‌ ବଣ୍ଡଲ୍‌ ୪୯୯୯ଟଙ୍କାର ସମ୍ପୂର୍ଣ୍ଣ ମାଗଣାରେ ପାଆନ୍ତୁ। ଏହା ସହିତ ୧୫,୯୯୦ଟଙ୍କା ପର୍ଯ୍ୟନ୍ତ ଆକର୍ଷଣୀୟ ଲାଭ ମଧ୍ୟ ପାଆନ୍ତୁ। ବିଶେଷ କରି ଆକର୍ଷଣୀୟ ଅଫର ସହ ସ୍ମାର୍ଟଫୋନକୁ ମଧ୍ୟ ଚଳିତ ପାର୍ବଣ ଋତୁରେ ଅପଗ୍ରେଡ୍‌ କରାନ୍ତୁ ଆଉ ପାଆନ୍ତୁ ନୂଆ ସାମସଙ୍ଗ ଏମ୫୩ ୫ଜି ମାତ୍ର ୧୯,୯୯୯ ଟଙ୍କାରେ ଓ ଏହା ସହିତ ସାମସଙ୍ଗ ଏସ୨୨ ସିରିଜ୍‌ ସ୍ମାର୍ଟଫୋନରେ ଆକର୍ଷଣୀୟ ଅଫର ରହିଛି। ଯାହା ମାତ୍ର ୪୯,୯୯୦ ଟଙ୍କାରୁ ଆରମ୍ଭ ହେଉଛି। ଚଳିତ ବର୍ଷ ଏହି ସପିଂ ଅନୁଭବକୁ ଆହୁରି ଆନନ୍ଦଦାୟକ ଓ ମଜାଦାର କରିବା ପାଇଁ ଆପଣ ଅଗ୍ରଣୀ ବ୍ୟାଙ୍କରୁ ବ୍ୟାପକ ଶ୍ରେଣୀୟ ଫାଇନାନ୍ସ ବିକଳ୍ପ ଓ ଇଏମଆଇ ମଧ୍ୟରୁ ବାଛିପାରିବେ। ତେଣୁ ପ୍ରସ୍ତୁତ ହୁଅନ୍ତୁ ଓ ନିକଟତମ ଷ୍ଟୋରକୁ ତୁରନ୍ତ ଯାଆନ୍ତୁ। ଗ୍ରାହକମାନେ ମଧ୍ୟ ଇନଷ୍ଟା ଡେଲିଭରି (୩ ଘଣ୍ଟାରୁ କମ୍‌ ସମୟରେ ଡେଲିଭରି) ଓ ଷ୍ଟୋର୍‌ ପିକ-ଅପ୍‌ ବିକଳ୍ପ ତାଙ୍କର ନିକଟତମ ଷ୍ଟୋରରୁ ପାଇପାରିବେ। ଏହି ସମସ୍ତ ଅଫର ଓ ମୂଲ୍ୟ ଉପରେ ସର୍ତ୍ତ ଓ ବ୍ୟବସ୍ଥାବଳୀ ଲାଗୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri