ଏହି ଦୁଇଟି ଜିନିଷରୁ ହୋଇପାରେ ବ୍ରେନ୍‌ କ୍ୟାନ୍‌ସର୍‌

ଦୂଷିତ ଜଳ ଏବଂ ଦର ସିଝା ମାଂସରେ ମିଳୁଥିବା ଏକ ସାଧାରଣ ପରଜୀବୀ ଲୋକଙ୍କ ମଧ୍ୟରେ ବ୍ରେନ୍‌ କ୍ୟାନ୍‌ସର୍‌ ସମସ୍ୟା ସୃଷ୍ଟି କରିବାର ସମ୍ଭାବନା ରହିଛି। ଅନୁସନ୍ଧାନକାରୀମାନେ ଏକ ରିପୋର୍ଟରେ ଏହା ଦାବି କରିଛନ୍ତି। ସେମାନେ ପ୍ରମାଣ ପାଇଛନ୍ତି ଯେ ଟୋକ୍ସୋପ୍ଲାଜମା ଗୋଣ୍ଡି କିମ୍ବା ଟି ଗୋଣ୍ଡି ପରଜୀବୀ ଦ୍ୱାରା ସଂକ୍ରମିତ ଲୋକଙ୍କ ଠାରେ ଘାତକ ଗ୍ଲୋୟୋମା (ଏକ ପ୍ରକାର ଟ୍ୟୁମର) ହେବାର ଆଶଙ୍କା ଅଧିକ ଥାଏ। ଏକ ଅଧ୍ୟୟନ ଅନୁଯାୟୀ, ବିଶ୍ୱର ୨୦ରୁ ୫୦ ପ୍ରତିଶତ ଲୋକ ଏହି ପରଜୀବୀ ଦ୍ୱାରା ସଂକ୍ରମିତ ହୋଇସାରିଛନ୍ତି। ଇଣ୍ଟରନ୍ୟାସନାଲ ଜର୍ଣ୍ଣାଲ ଅଫ କ୍ୟାନସରରେ ପ୍ରକାଶିତ ଏହି ରିପୋର୍ଟ ଅନୁଯାୟୀ, ଏହି ପରଜୀବୀମାନେ ମସ୍ତିଷ୍କରେ ଅଲସର ଆକାରରେ ରହିପାରନ୍ତି ଏବଂ ବ୍ରେନ୍‌ କ୍ୟାନ୍‌ସର୍‌ ପାଇଁ ଦାୟୀ ହୋଇପାରନ୍ତି। ଆମେରିକୀୟ କ୍ୟାନସର ସୋସାଇଟିର ଡିପାର୍ଟମେଣ୍ଟ ଅଫ୍‌ ପପୁଲେସନର ଏପିଡେମୋଲୋଜିଷ୍ଟ ଜେମ୍ସ ହଜଙ୍କ ନେତୃତ୍ୱରେ ହୋଇଥିବା ଅଧ୍ୟୟନରେ ଏହି ସୂଚନା ମିଳିଛି।