Posted inଖେଳ

ପାରାମାଉଣ୍ଟ-ରାମେଶ୍ୱର ଫାଇନାଲ ଆଜି

ଭୁବନେଶ୍ୱର, ୩୦।୩,(ତପନ ସ୍ବାଇଁ): ରାମେଶ୍ୱର ସ୍ପୋର୍ଟିଂ ଆନୁକୂଲ୍ୟରେ ବିଏମ୍‌ ହାଇସ୍କୁଲ ପଡ଼ିଆରେ ଚାଲିଥିବା କମଳା ପରିଡ଼ା ସ୍ମାରକୀ ରାମେଶ୍ୱର କପ୍‌ ଜୁନିୟର କ୍ରିକେଟ ୧୪ ବର୍ଷରୁ କମ୍‌ ବର୍ଗର ୨ଟି ଯାକ ସେମିଫାଇନାଲ ଶେଷ ହୋଇଛି। ଏଥିରେ ବିଜୟୀ ହୋଇ ପାରାମାଉଣ୍ଟ ସ୍ପୋର୍ଟିଂ ଓ ରାମେଶ୍ୱର ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଫାଇନାଲ ଅନୁଷ୍ଠିତ ହେବ। ଶୁକ୍ରବାର ଅନୁଷ୍ଠିତ ଦ୍ୱିତୀୟ ସେମିଫାଇନାଲରେ ପାରାମାଉଣ୍ଟ ୧୩୭ ରନରେ ଟାଉନ୍‌ କ୍ଲବକୁ ପରାସ୍ତ କରିଛି। ଟସ୍‌ ଜିତି ବ୍ୟାଟିଂ କରିଥିବା ପାରାମାଉଣ୍ଟ ୩୫ ଓଭରରେ ୯ ଉଇକେଟ ହରାଇ ୨୮୩ ରନ କରିଥିଲା। ଦଳ ପକ୍ଷରୁ ଶତକ ହାସଲ କରିଥିବା ପ୍ରନିତ ନାୟକ ୭୯ ବଲ୍‌ରୁ ୧୧୧ ରନର ଧୂଆଁଧାର ଇନିଂସ ଖେଳିଥିଲେ। ମୃତ୍ୟୁଞ୍ଜୟ ତ୍ରିପାଠୀ ୮୩ ରନ କରିଥିଲେ। ବିପକ୍ଷ ଦଳର ପ୍ରିତେଶ ମିଶ୍ର ୩ଟି ଉଇକେଟ ନେଇଥିଲେ। ଜବାବରେ ଟାଉନ୍‌ କ୍ଲବ ପ୍ରଜୋତ ସାମଲଙ୍କ ୭୧ ରନ ସତ୍ତ୍ୱେ ୩୫ ଓଭରରେ ୬ ଉଇକେଟ ହରାଇ ୧୪୬ ରନ କରିବାକୁ ସକ୍ଷମ ହୋଇଥିଲା। ବିଜୟୀ ଦଳର ବିଜୟ ସିଂ, ଏମ୍‌.ଏସ୍‌. ସ୍ବାଧୀନ ୨ଟି ଲେଖାଏ ଉଇକେଟ ନେଇଥିଲେ। ଶତକୀୟ ଇନିଂସ ପାଇଁ ପ୍ଲେୟର ଅଫ୍‌ ଦି ମ୍ୟାଚ ହୋଇଥିବା ପ୍ରନିତ ନାୟକ ଅତିଥି ବିଜୟ ରଥ ଓ ସୂର୍ଯ୍ୟ ନାୟକଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ। ଅମ୍ପାୟର ପ୍ରିୟବ୍ରତ ପ୍ରଧାନ ଓ କରନ ମହାପାତ୍ର ମ୍ୟାଚ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ରାଞ୍ଚାଇଜର ବଡ଼ ଘୋଷଣା: ଆଇପିଏଲ୍‌ରେ ଉପଲବ୍ଧ ରହିବେ ଧୋନୀ

ଅହମଦାବାଦ,୨୨ା୨: ପ୍ରତ୍ୟେକ ଥର ଭଳି ଏଥର ମଧ୍ୟ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ପୂର୍ବରୁ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଖେଳିବେ କି ନାହିଁ,…

ବିବାହ ଦିନ ଜୀବନ ହାରିଲେ ୨ ଭଉଣୀ

ଯୋଧପୁର,୨୨ା୨: ରାଜସ୍ଥାନର ଯୋଧପୁର ଅନ୍ତର୍ଗତ ମନାଇ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ପରିବାର ୨ ଝିଅଙ୍କ ବିବାହ ଉତ୍ସବ ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ…

ଭାରତର ବିଜୟ ଧାରାରେ ଲାଗିଲା ବ୍ରେକ

ଅହମଦାବାଦ,୨୨ା୨: ଉଭୟ ବ୍ୟାଟିଂ ଏବଂ ବୋଲିଂରେ ପ୍ରଭାବୀ ପ୍ରଦର୍ଶନ କରି ଚଳିତ ଟି୨୦ ବିଶ୍ୱକପ୍‌ର  ସୁପର-୮ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ୭୬ ରନରେ ଭାରତକୁ ପରାସ୍ତ କରିଛି।…

ଆସାମ କଂଗ୍ରେସକୁ ବଡ଼ ଝଟ୍‌କା: ଭାଜପାରେ ଯୋଗ ଦେଲେ ଭୁପେନ

ଗୁଆହାଟୀ,୨୨ା୨: ଆସାମ କଂଗ୍ରେସର ପୂର୍ବତନ ସଭାପତି ଭୁପେନ କୁମାର ବୋରା ରବିବାର ଆନୁଷ୍ଠାନିକ ଭାବେ ଭାଜପାରେ ସାମିଲ ହୋଇଛନ୍ତି। ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ଏକ ବଡ଼…

ସୁପର-୮ ମ୍ୟାଚ୍‌ରେ ଇଂଲଣ୍ଡର ବଡ଼ ବିଜୟ

ପାଲିକେଲ,୨୨ା୨- ଓ୍ବିଲ ଜ୍ୟାକ୍ସଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଯୋଗୁ ଚଳିତ ଟି୨୦ ବିଶ୍ୱକପ୍‌ର ସୁପର-୮ ପର୍ଯ୍ୟାୟ ମ୍ୟାଚ୍‌ରେ ଇଂଲଣ୍ଡ ୫୧ ରନରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଇଂଲଣ୍ଡ ଦ୍ୱାରା…

ଭାରତ ଆଗରେ ୧୮୮ ରନ୍‌ର ଟାର୍ଗେଟ୍‌ ରଖିଲା ଦକ୍ଷିଣ ଆଫ୍ରିକା

ଅହମ୍ମଦାବାଦ,୨୨ା୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚାଲିଥିବା ଟି-୨୦ ବିଶ୍ୱକପ୍‌ ୨୦୨୬ର ସୁପର-୮ ମ୍ୟାଚ୍‌ରେ  ଭାରତ ଆଗରେ ୧୮୮ ରନ୍‌ର ବିଜୟ…

ସ୍କୁଟିରେ ନେଉଥିଲେ ବ୍ରାଉନସୁଗାର, ପାଟ୍ରୋଲିଂବେଳେ ଯାଞ୍ଚ କରିବାରୁ…

ଭଞ୍ଜନଗର,୨୨ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ରବିବାର ଚୋରା ବ୍ରାଉନସୁଗାର କାରବାର ଅଭିଯୋଗରେ ୨ ଜଣକୁ ଗିରଫ କରିଛି। ସେମାନଙ୍କ ଠାରୁ ୫୧ ଗ୍ରାମ ବ୍ରାଉନସୁଗାର,…

କାର୍‌-ବାଇକ୍‌ ମୁହାଁମୁହିଁ, ଚାଲିଗଲା ୨ ଯୁବକଙ୍କ ଜୀବନ

କେନ୍ଦୁଝର,୨୨ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ଥାନା ଅନ୍ତର୍ଗତ ଗୋଳବନ୍ଧ ଗ୍ରାମ ଛକ ନିକଟରେ ରବିବାର ମଧ୍ୟାହ୍ନରେ ଏକ କାର ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri