Categories: ଜାତୀୟ

ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହେଲେ ପରମବୀର: ସିବିଆଇ ତଦନ୍ତ ଦାବି

ନୂଆଦିଲ୍ଲୀ,୨୨।୩: ମହାରାଷ୍ଟ୍ରରେ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ମାମଲାରେ ରାଜ୍ୟ ରାଜନୀତିରେ ସଙ୍କଟ ସୃଷ୍ଟି ହୋଇଛି। ଏହି ମାମଲାରେ ପୂର୍ବତନ ପୋଲିସ କମିଶନର ପରମବୀର ସିଂ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଏହାର ସିବିଆଇ ତଦନ୍ତ ଦାବି କରିବା ସହିତ ଦେଶମୁଖଙ୍କ ଘର ବାରେ ଲଗାଯାଇଥିବା ସିସିଟିଭି ଜବତ କରିବାକୁ କହିଛନ୍ତି। ଏହି ମାମଲାରେ ଏନସିପି ନେତା ଶରଦ ପଓ୍ବାର ଅନୀଲଙ୍କୁ ସୁରକ୍ଷା ଦେବାରେ ଳାଗିଛନ୍ତି। ସେ କହିଛନ୍ତି ଯେ, ପରମବୀର ଯେଉଁ ଦିନଗୁଡ଼ିକ ସମ୍ପର୍କରେ ଚିଠିରେ ଉଲ୍ଲେଖ କରିଛନ୍ତି ସେ ସବୁ ଦିନରେ ଅନୀଲ କ୍ୱାରାଣ୍ଟାଇନ୍‌ରେ ଥିଲେ। ଧୀରେଧୀରେ ଏହି ମାମଲାରେ ନୂଆ ମୋଡ଼ ଆସିବାରେ ଲାଗିଛି। ଏହା ସହିତ ରାଜ୍ୟ ରାଜନୀତିରେ କାଦୁଅ ଫିଙ୍ଗା ଜାରି ରହିଛି।

Share